ଜ୍ୟୋତିଷ

କନ୍ୟା ରାଶି ବୃହସ୍ପତି ଚଳନ, କିଛି ବଡ଼ ହେବାର ଅଛି… VIRGO RASHIFAL

ବନ୍ଧୁଗଣ 12 ଗୋଟି ରାଶି ମାନଙ୍କ ମଧ୍ୟରୁ କନ୍ୟା ରାଶି ମଧ୍ୟ ରହିଛି। ତେବେ ଏହି କନ୍ୟା ରାଶିର ଲୋକଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଏହି ରାଶି ଉପରେ ବର୍ତ୍ତମାନ ଦେବଗୁରୁ ବୃହଷ୍ପତ୍ତିଙ୍କ କୃପା ଦ୍ରୁଷ୍ଟି ପଡିଛି । ଆଜି ଠାରୁ ନେଇ କରି ଆଗାମୀ 13 ମାସ ପର୍ଯ୍ୟନ୍ତ ଦେବଗୁରୁ ବୃହଷ୍ପତ୍ତିଙ୍କ ପ୍ରଭାବ ଆପଣଙ୍କ ଉପରେ କଣ ସବୁ ରହିବାକୁ ଯାଉଛି ଚାଲନ୍ତୁ ଜାଣିବା । ତେବେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ବୃହଷ୍ପତ୍ତିଙ୍କର ଦ୍ରୁଷ୍ଟିକୁ ବହୁତ ଶୁଭ ବୋଲି ମାନାଯାଇଥାଏ । ତାଙ୍କ ଦ୍ରୁଷ୍ଟିକୁ ଅମୃତ ସମାନ ବୋଲି ମାନାଯାଇଥାଏ । ଏହାସହ ଗଙ୍ଗା ଜଳ ପରି ପବିତ୍ର ବୋଲି କୁହାଯାଇଥାଏ । କନ୍ୟା ରାଶିର ଲୋକ ମାନଙ୍କ ମଧ୍ୟରେ ଯଦି କାହାଙ୍କର କିଛି ସ୍ଵାସ୍ଥ ସହ ଜଡିତ ସମସ୍ଯା ରହିଥିଲା । ତେବେ ତାଙ୍କର ସେହି ସମସ୍ଯା ବର୍ତ୍ତମାନ ଠାରୁ ଧୀରେ ଧୀରେ ଭଲ ହୋଇବା ପାଇଁ ଲାଗିବ । ଯାହା ଫଳରେ ଅନେକ ସ୍ଵାସ୍ଥ ଜନିତ ସମସ୍ଯାରୁ ଆପଣ ଦୂରେଇକି ରହିବେ ।

ଏହି ସମୟ ମଧ୍ୟରେ ଆପଣଙ୍କର ଆତ୍ମବଳ ବୃଦ୍ଧି ପାଇବାରେ ଲାଗିବ । ଯାହା ଫଳରେ ଆପଣ ଆପଣଙ୍କର କନ୍ଫିଡେନ୍ସ ଲେଭଲକୁ ବଢାଇ ପାରିବେ । ସମାଜରେ ଆପଣ ଆପଣଙ୍କ କାର୍ଯ୍ୟ ପାଇଁ ପ୍ରତିଷ୍ଟିତ ହୋଇପାରିବେ । ଲୋକ ମାନଙ୍କ ନଜର ଆପଣଙ୍କ ଉପରେ ରହିବ । ଆପଣ ନିଜର ଭଲ ଗୁଣ ପାଇଁ ଲୋକଙ୍କ ପାଖରେ ପ୍ରଶଂଷା ପାଇପାରିବେ । ଆପଣ ଏହି ସମୟ ମଧ୍ୟରେ ବହୁତ ଧର୍ମ କର୍ମ କରିବାକୁ ଯାଉଛନ୍ତି । ବହୁତ ଧାର୍ମିକ ସ୍ଵଭାବ ଆପଣଙ୍କ ଠାରେ ଦେଖିବାକୁ ମିଳିବ ।

ଇଶ୍ଵରଙ୍କୁ ବହୁତ ଭଲପାଇବେ । ତାଙ୍କ ପ୍ରତି ଥିବା ଆପଣଙ୍କ ବିଶ୍ବାସ ଓ ଭରଷା ବହୁ ଅଧିକ ମାତ୍ରାରେ ବଢିବାକୁ ଲାଗିବ । କନ୍ୟା ରାଶିର ଲୋକଙ୍କର ଭାଗ୍ୟରେ ଉନ୍ନତି ଦେଖାଯିବ । ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ଭାଗ୍ୟର ସାଥ୍ ଆପଣଙ୍କୁ ମିଳିବାକୁ ଯାଉଛି । ଏହି ସମୟରେ ଆପଣ ନିଜର ସାନ ଭାଇ, ଭଉଣୀ ମାନଙ୍କୁ ତାଙ୍କ କାର୍ଯ୍ୟରେ ସାହାଜ୍ଯ କରିବାକୁ ଯାଉଛନ୍ତି ।

ଆର୍ଥିକ କ୍ଷେତ୍ରରେ ଆପଣ ବହୁତ ଉନ୍ନତି କରିବେ । ବହୁ ଦିନ ଧରି ସନ୍ତାନର ଆଶା କରୁଥିବା ଲୋକ ସନ୍ତାନ ପ୍ରାପ୍ତିର ଖୁସି ପ୍ରାପ୍ତ କରିପାରିବେ । କନ୍ୟା  ରାଶିର ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ଭଲ ପଦର୍ଶନ କରିବେ । ତେବେ ସର୍ବ ଉପରେ କନ୍ୟା ରାଶିଙ୍କର ଆଗାମୀ 13 ମାସ ପର୍ଯ୍ୟନ୍ତ ଶୁଭର ଦିନ ରହିବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button