ଜ୍ୟୋତିଷ

ଯେଉଁ ମାନଙ୍କର ଏହି 3 ଟି ଜାଗାରେ କଳାଜାଇ ରହିଥାଏ…ସେ ବହୁତ ଭାଗ୍ୟବାନ ହୋଇଥାନ୍ତି… (Samudrika shastra)

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ନାମକ ଏକ ପ୍ରାଚୀନ ଗ୍ରନ୍ଥରେ ମନୁଷ୍ୟ ଶରୀରର ଯଥା ଗୋଡ ଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଶରୀର ଗଠନକୁ ତାହାର ସଂପୂର୍ଣ୍ଣ ବ୍ୟକ୍ତିତ୍ଵ ବିଷୟରେ ବର୍ଣ୍ଣନା କରାଯାଇଛି । ଯେପରି ବ୍ୟକ୍ତି ଶରୀରରେ କଳାଜାଇ କେଉଁ ସ୍ଥାନରେ ରହିବାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ ତାହା ସପର୍କରେ ମଧ୍ୟ ସାମୁଦ୍ରିକ ଶାସ୍ତ୍ରରେ ବେଶ ଭଲ ଭାବେ ବର୍ଣ୍ଣନା କରାଯାଇଛି । ପ୍ରାଚୀନ କାଳର ଋଷି ମୁନିଙ୍କ କହିବା ଅନୁସାରେ ଗ୍ରହର ସ୍ଥିତିମାନଙ୍କ କାରଣରୁ ମନୁଷ୍ୟର ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଅନେକ କଳାଜାଇ ହୋଇଥାଏ ।

ଶରୀରରେ ଥିବା କଳାଜାଇ ଆଧାରରେ ଆମେ ସେହି ବ୍ୟକ୍ତିର ବ୍ୟକ୍ତିତ୍ବ ଏବଂ ଭବିଷ୍ୟତ ସହ ଜଡିତ କିଛି କଥା କହିପାରିବୁ । 1-  ସମୁଦ୍ର ଶାସ୍ତ୍ର ଅନୁସାରେ କପାଳରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ବହୁତ କମ ଲୋକମାନଙ୍କ କପାଳରେ କଳାଜାଇ ଥାଏ । ସେମାନେ ବୁଦ୍ଧିମାନ ହେବା ସହିତ ଧନୀ ବି ହୋଇଥାନ୍ତି । କିନ୍ତୁ ଏହା ଜରୁରୀ ହୋଇଥାଏ କି କପାଳର କେଉଁ ଅଂଶରେ କଳାଜାଇ ଅଛି ।

ଯଦି ଆପଣଙ୍କ କପାଳର ବାମ ପଟେ କଳାଜାଇ ଅଛି ତେବେ ଆପଣଙ୍କ ବୟସ ବଢିବା ସହିତ ଆପଣ ଆହୁରି ଅଧିକ ଧନୀ ହୋଇ ଯିବେ । ଆପଣଙ୍କୁ ପୁରା ଦୁନିଆ ବୁଲିବା ପାଇଁ ସୁଯୋଗ ମିଳିପାରେ । କିନ୍ତୁ ଯଦି କପାଳର ଡାହାଣ ପଟେ କଳାଜାଇ ଅଛି ତେବେ ଆପଣ କଞ୍ଜୁସ ବ୍ୟକ୍ତି ହୋଇ ପାରନ୍ତି । ଭବିଷ୍ୟତରେ ଅପାର ଧନର ପ୍ରାପ୍ତି ହେବ । ଯେଉଁ ବ୍ୟକ୍ତିର କପାଳର ମଝିରେ କଳାଜାଇ ରହିଥାଏ । ତେବେ ସେହି ବ୍ୟକ୍ତି ବହୁତ ମାନସମ୍ମାନର ଅଧିକାରୀ ହୋଇବା ସହ ତାଙ୍କୁ ଭଲ ଜୀବନସାଥିଟିଏ ମିଳିଥାଏ ।

2- ସମୁଦ୍ର ଶାସ୍ତ୍ର ଅନୁସାରେ ଡାହାଣ ପଟ ଆଖି ପତାର ଉପର ଅଂଶରେ କଳାଜାଇ ରହିବା ବହୁତ ଶୁଭ ହୋଇଥାଏ । ଏହିଭଳି ଲୋକମାନେ ବହୁତ ଜଲ୍ଦି ଧନୀ ହୋଇଥାନ୍ତି । ଭବିଷ୍ୟତରେ ବହୁତ ନାଁ କରନ୍ତି କିନ୍ତୁ ଯଦି ତଳେ କଳାଜାଇ ଅଛି ଏହିଭଳି ବ୍ୟକ୍ତି ଖର୍ଚୀ ସ୍ଵଭାବର ହୋଇଥାନ୍ତି ।

3- ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଛାତି ଉପରେ କଳାଜାଇ ରହିବା ସୌଭାଗ୍ୟର ସଂକେତ ଅଟେ । ଯେଉଁ ମହିଳାମାନଙ୍କ ଛାତିରେ କଳାଜାଇ ଥାଏ ସେମାନଙ୍କୁ ସରକାରୀ ଚାକିରି ମିଳିଥାଏ । ପୁରୁଷଙ୍କ ଛାତିରେ କଳାଜାଇ ରହିବା ତାଙ୍କ ପାଇଁ ସୌଭାଗ୍ୟର କଥା ଅଟେ । ଏହିଭଳି ପୁରୁଷ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ ଦମରେ ଟଙ୍କା ଆୟ କରନ୍ତି ।

4- ସାମୁଦ୍ରିକ ଶାସ୍ତ୍ର ଅନୁସାରେ କାନରେ କଳାଜାଇ ଥିବା ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହିଭଳି ଲୋକମାନଙ୍କ ପାଖରେ ସବୁବେଳେ ଟଙ୍କା ଆସୁଥାଏ ଓ ଏମାନେ ଟଙ୍କାର ସଠିକ ଉପଯୋଗ କରିବା ବିଷୟରେ ବି ଜାଣିଛନ୍ତି । ଯେଉଁ କାରଣରୁ ଏମାନଙ୍କୁ ଭବିଷ୍ୟତରେ ବହୁତ ଅଧିକ ଲାଭ ମିଳିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button