ଜ୍ୟୋତିଷ
ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ, ୧୨ ରାଶି ଉପରେ କଣ ରହିବ ପ୍ରଭାବ,

ଆଜି ହେଉଛି ପବିତ୍ର ମୀନ ସଂକ୍ରାନ୍ତି। ସୂର୍ଯ୍ୟ ଆଜି କୁମ୍ଭ ରାଶିରେ ପ୍ରବେଶ କରିବେ। ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ରହିଛି। ସୂର୍ଯ୍ୟ ଦେବଙ୍କର ଗୋଟିଏ ବର୍ଷ ଭିତରେ ୧୨ଟି ରାଶିକୁ ପ୍ରବେଶ କରିଥାନ୍ତି। ସୂର୍ଯ୍ୟଙ୍କରରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ ଆଜି ଯେଉଁ ରାଶିରେ ଯେଉଁ ରାଶିରେ ପ୍ରବେଶ କରନ୍ତି ସେହି ରାଶିର ନାମ ଅନୁସାରେ ସଂକ୍ରାନ୍ତିର ନାମକରଣ କରାଯାଏ।
ଆଜି ସୂର୍ଯ୍ୟ କୁମ୍ଭରୁ ମୀନ ରାଶିରେ ପ୍ରବେଶ କରିବେ ଯାହା ଫଳରେ ଆଜି ହେଉଛି ମୀନ ସଂକ୍ରାନ୍ତି। ଆଜି ୧୨:୩୦ ସମୟରେ ସୂର୍ଯ୍ୟ ଦେବ ମୀନ ରାଶିରେ ପ୍ରବେଶ କରିବେ। ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କେମିତି ରହିବ।
ମେଷ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି, ମକର ରାଶି, କୁମ୍ଭ ରାଶି ଓ ମୀନ ରାଶି:-
ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଶୁଭ ମହାଯୋଗ ସୃଷ୍ଟି ହେଉଛି। ଯାହାଫଳରେ ଅନେକ କ୍ଷେତ୍ରରେ ଶୁଭ ଫାଳଫଳ ପାଇବେ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଧନ ବୃଦ୍ଧି ଓ ଶାନ୍ତି ମନୋଭାବ ଲାଗି ରହିବ। ଶିକ୍ଷା କ୍ଷେତ୍ରରେ ନୂଆ ଯୋଜନା ପ୍ରସ୍ତୁତ କରରିବେ। ଭଗବାନଙ୍କର ଆଶୀର୍ବାଦରେ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ। ସନ୍ତାନ ଆନନ୍ଦ ଉଲ୍ହାସର ସହିତ ସମୟ ଅତିବାହିତ କରିବେ।
ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ବିଛା ରାଶି:-
ଏହି ସମୟଟି ଏହି ରାଶିମାନଙ୍କ ପାଇଁ କଷ୍ଟକର ଅଟେ। ସାମାନ୍ଯ ସାବଧାନରେ ଅବଲମ୍ବନ କରନ୍ତୁ। କ୍ଷୀର ସହିତ ପାଣି ମିଶାଇ ସୂର୍ଯ୍ୟଦେବାକୁ ଅର୍ପଣ କରନ୍ତୁ। ଯାହାଫଳରେ ସମସ୍ତ ଅସୁବିଧା ଦୂରେଇ ଯିବ।