ଦେଶ- ବିଦେଶ

Malika Bachana – ପର୍ବତ ଶିଖରେ ଫୁଟିଲା କଇଁ ସତରେ କଣ ଆଉ ଅଳ୍ପ ଦିନ ସତ ହେଉଛି ମାଳିକା ର ଗୋଟିଏ ଗୋଟିଏ ବଚନ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କେତେକ ଲୋକ ମାଳିକା ବଚନ ଉପରେ ବିଶ୍ଵାସ କରନ୍ତି ଓ କେତେକ ଲୋକ ଏହାକୁ ବିଶ୍ବାସ ମଧ୍ୟ କରନ୍ତି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହାକି ମାଳିକା ବଚନ ଏବେ ଧୀରେ ଧୀରେ ସତ୍ୟ ରେ ପ୍ରତିଫଳିତ ହେବାରେ ଲାଗିଛି। ତେବେ ଚାଲନ୍ତୁ ଜାଣିବା ସେ ସଂପର୍କ ରେ କିଛି ତଥ୍ୟ।

ମାଳିକା ରେ ଲେଖା ଥିଲା ଯେ “ପର୍ବତ ଶିଖରରେ ଫୁଟିବ କଇଁ ଅଚ୍ୟୁତ ବଚନ ଟଳିବ ନାହିଁ” ଏବଂ ଏହା ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାର, ବାଙ୍କେଶ୍ଵର ର କେରାଣ୍ଡି ମାଳି ପାହାଡ଼ ଶିଖରରେ କଇଁ ଫୁଲ ଫୁଟିଥିବା ର ଦେଖିବାକୁ ମିଳିଥିଲା। ସୁବର୍ଣ୍ଣ ଲିଙ୍ଗ ମଧ୍ୟ ଗଞ୍ଜାମ ରେ ଅଛନ୍ତି। ଯେଉଁ ସୁବର୍ଣ୍ଣ ଲିଙ୍ଗ ଅଛନ୍ତି ସେ ଗଜପତି ଜିଲ୍ଲା, ଖଗେଶ୍ବର ମହାଦେବ ପର୍ବତ ଗୁମ୍ଫାରେ ବିରାଜ ମାନ କରି ଅଛନ୍ତି।
ଏବଂ ଏଠାରେ ଉପସ୍ଥିତ ଥିବ ମହାଦେବ ଙ୍କୁ ଆଦିବାସୀ ସଉରା ପୂଜକ ମାନେ ପୁଜା କରୁଛନ୍ତି। ଯାହାକି ମାଳିକା ରେ ସ୍ପଷ୍ଟ ଭାବରେ ଲେଖା ଅଛି। ଆଉ ଏକ ମଧ୍ୟ ଅଛି ବାଳ କୁମାରୀ ଠାକୁରାଣୀ ଭାନଗର, ଚିକିଟି ସେ ମଧ୍ୟ ବାଳ କୁମାରୀ ଠାକୁରାଣୀ ବାଳ ଖୋଲା କରି ଚିକିଟି ରେ ବସିଛନ୍ତି। ନିମେଶ୍ୱରି ବି ମଧ୍ୟ ଅଛନ୍ତି ତାରାତାରିଣୀ ଠାକୁରଙ୍କ ପାଖାପାଖି ପୁରୁଷୋତ୍ତମ ପୁର ପାଖରେ
ଭୈରବୀ ମାଆ ମଧ୍ୟ ଅଛନ୍ତି ଏକ ପାଦରେ ସତ୍ୟ ଯୁଗରୁ ସେ ସେଇଭଳି ଭାବରେ ଠିଆ ହୋଇ ଅଛନ୍ତି। ଏବଂ ସେ ନଦୀ ର ନାଆ ହେଉଛି ମହେନ୍ଦ୍ର ତନୟା ନଦୀ କୂଳ ରେ ଏକ ପାହାଡ଼ ରେ ମାଆ ଭୈରବୀ ଆଜି ପର୍ଯ୍ୟନ୍ତ ଛିଡ଼ା ହେଇ ରହିଛନ୍ତି। କଳି କାଳ ଶେଷ ସମୟ ରେ ସେ ସେହି ସମୟରେ ଦୁଇ ପାଦ ଲଗେଇ ତିନି ଡାକ ଦେବେ ଯାହାକୁକି ଭୈରବୀ ରଡ଼ି ବୋଲି କୁହାଯାଏ।
ତେବେ ଦେଖା ଯାଉ ଏହି ମାଳିକା ବଚନ ଆଗକୁ କେତେ ମାତ୍ରା ରେ ସତ୍ୟ ରେ ପ୍ରତିପାଦିତ ହେଉଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button