ଜ୍ୟୋତିଷ
ହନୁମାନ ଙ୍କ ପାଖରୁ ଶିଖନ୍ତୁ ଏହି ୪ ଟି ଗୁଣ ପୁରା ଜୀବନ ବଦଳି ଯିବ ସବୁ କ୍ଷେତ୍ରରେ ପାଇବେ ସଫଳତା ଶୁନିଶ୍ଚିନ୍ତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କଣ ପାଇଁ ଠାକୁର ଙ୍କୁ ପୂଜା କରନ୍ତି ଜାଣିଛନ୍ତି କି? ଆମେ ଠାକୁର ଙ୍କୁ ପୂଜା କରିଥାଉ କାରଣ ଆମେ ତାଙ୍କ ଠାରୁ ଭଲ ଗୁଣ ସିଖିଥାଉ। ସେହି ପରି ଆମେ ହନୁମାନ ଙ୍କୁ ମଧ୍ୟ ପୁଜା କରିଥାଉ। ତେବେ ଚାଲନ୍ତୁ ଜାଣିବା ହନୁମାନ ଙ୍କ ଚାରୋଟି ଗୁଣ ବିଷୟ ରେ ଯାହାକି ଆମ ବାସ୍ତବ ଜୀବନରେ ନିତ୍ୟାନ୍ତ ଜରୁରୀ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ହନୁମାନ ପିଲାବେଳେ କେତେ ନଟଖଟ୍ ଥିବା ଯୋଗୁ ଅନେକ ଋଷି ମୁନି ଙ୍କୁ ହଇରାଣ କରୁଥିଲେ। ସେତେବେଳେ ଜଣେ ମୁଣି ତାଙ୍କୁ ରାଗିକି ଅଭିଶାପ ଦେଇଥିଲେ ଯେ ଯେଉଁ ଶକ୍ତି ପାଇଁ ସେ ସମସ୍ତଙ୍କୁ ହଇରାଣ କରୁଛନ୍ତି ସେ ଶକ୍ତି ପ୍ରତି ହନୁମାନ ଅଜ୍ଞାତ ହୋଇଯିବେ।
ଯାହା ସମୁଦ୍ର ଲାଗିବା ସମୟ ରେ ହନୁମାନ ଚିନ୍ତିତ ହୋଇ ଯାଇଥିଲେ ସେତେବେଳେ ତାଙ୍କୁ ଜମ୍ବବାନ ମାନେ ପକାଇଥିଲେ। ଆମ ବାସ୍ତବ ଜୀବନରେ ମଧ୍ୟ ସେୟା ହେଉଛି ଆମର ପ୍ରକୃତ ଶକ୍ତି ସମ୍ୱନ୍ଧ ରେ ଆମେ ଅଜାଣତ ଅଛେ। ଆମ ଦ୍ଵାରା ମଧ୍ୟ ସମସ୍ତ କାର୍ଯ୍ଯ ଶିଦ୍ଧ ହୋଇ ପାରିବ।
ଜୀବନରେ କେବେବି ଅହଙ୍କାରୀ ହବା ଉଚିତ ନୁହେଁ। ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି ହନୁମାନ ଅସୀମ ଶକ୍ତି ର ମାଲିକ ମାତ୍ର କେବେ ହେଲେ ବି ସେ ସେଥି ପାଇଁ ଅହଙ୍କାର କରି ନଥାନ୍ତି। କାରଣ ଅହଙ୍କାର ହିଁ ନିଜର ବିନାଶ ଆଡ଼କୁ ଗତି କରିଥାଏ। ସେଥି ପାଇଁ ସର୍ବ ପ୍ରଥମେ ଅହଙ୍କାର କୁ ତ୍ୟାଗ କରିବା ଉଚିତ୍।
ଅନ୍ୟ ଏକ ଗୁଣ ହେଉଛି ଖରାପ ସମୟ ଅବ ଜଟିଳ ପରିସ୍ଥିତି ର ଶକ୍ତି ର ନୁହେଁ ବରଂ ବୁଦ୍ଧି ଦ୍ଵାର ତାହାକୁ ପାର କରିବା ଉଚିତ। କାରଣ ବୁଦ୍ଧି ଦ୍ଵାରା ହିଁ ଆମେ ସମସ୍ତଙ୍କୁ ପରାସ୍ତ କରିବା। ହନୁମାନ ପ୍ରଚଣ୍ଡ ଶକ୍ତିଶାଳୀ ହେବା ସହ ବୁଦ୍ଧିମାନ ଥିଲେ। ସେ ଉଚିତ ସମୟରେ ନିଜ ଶକ୍ତି ଓ ବୁଦ୍ଧି ର ପ୍ରୟୋଗ କରୁଥଲେ।
ଶେଷ ଟି ହେଉଛି ଆମର ସମର୍ପଣ ଭାବ ରହିବା ନିହାତି ଆବଶ୍ୟକ। ସେ ଅବା ଇଶ୍ୱରଙ୍କ ପ୍ରତି ହେଉ, ଗୁରୁ ଙ୍କ ପ୍ରତି ହେଉ କିମ୍ବା ନିଜ ମାତା ପିତା ଙ୍କ ପ୍ରତି ହେଉ ସମର୍ପଣ ଭାବ ଥିବା ନିତ୍ୟାନ୍ତ ଆବଶ୍ୟକ। କାରଣ କୌଣସି ମଣିଷ ଯଦି ସମର୍ପିତ ହୋଇ କାର୍ଯ୍ୟ କରେ ତାର ଅହଂ ଭାବ ନଥାଏ। ଜେପରି ହନୁମାନ ନିଜକୁ ଶ୍ରୀ ରାମ ଙ୍କୁ ସମର୍ପଣ କରି ଦେଇଥିଲେ।