ଜ୍ୟୋତିଷ

ସାମ୍ନାକୁ ଆସିଲେ ଜଣେ ରହସ୍ୟ ମୟ ସାଧୁ ହାତରେ ଅଛି ଶଙ୍ଖ ଚକ୍ର ଗଦା ପଦ୍ମ ର ଚିହ୍ନ କଣ ଏହାର ସଂକେତ କଣ କହୁଛି ମାଳିକା

ହିନ୍ଦୁ ଧର୍ମର ଏକ ଅଲୌକିକ ଗ୍ରନ୍ଥ ହେଉଛି ମାଳିକା। ମାଳିକା ଉପରେ ଲୋକ ମାନଙ୍କର ଭରଷା ଓ ବିଶ୍ୱାସ ବେଶ୍ ସୁଦୃଢ ରହିଛି। କେତେକ କ୍ଷେତ୍ରରେ ମାଳିକା ବଚନ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି।

ତେବେ ମାଳିକା ଲେଖନୀ ବିଷୟରେ ଆମେ ଏବେ କିଛିଟା ଜାଣିବା। ମାଳିକା ରେ ଲୁକାୟୀତ ହୋଇଥିବା କିଛି ଧର୍ମ ପୀଠ ମାନଙ୍କ ସମ୍ବନ୍ଧ ରେ ଚାଲନ୍ତୁ ଜାଣିବା।

ଜଗତସିଂପୁର ଜିଲ୍ଲାର ନାଉଁଗାଁ ଅନ୍ତର୍ଗତ ମଣିକର୍ନେକେଶ୍ୱର ଘାଟ ଓ ଏହି ଗ୍ରାମରେ ପୂଜା ପାଉଛନ୍ତି ମଣିକର୍ନେକେଶ୍ୱର ମହାଦେବ ପଛପଟେ ବହି ଯାଇଛି ଗୋବରୀ ନଦୀ, ଚାରି ପଟେ ମଶାଣୀ ଓ ମଝିରେ ହେଉଛି ଏହି ମଠଟି ଯେଉଁଠାରେ ସର୍ବଦା ନାମ ସଂକୀର୍ତ୍ତନ ଚାଲି ଥାଏ।
ଏହି ମଠ ର ମାହାତ୍ମ୍ୟ ସଂପର୍କ କହିବାକୁ ଯାଇ କହିଛନ୍ତି ଶ୍ରୀ ଜଗନ୍ନାଥ କଥା ସଂସ୍କୃତି ର ପ୍ରଚାରକ ତଥା ମାଳିକା ଗବେଷକ ବାବା ସରଦା ପ୍ରସାଦ। ପୀଠ ନିକଟରେ ଥିବା ଗୋବରୀ ନଦୀ ର ସୃଷ୍ଠି ହୋଇଛି ଗୋବର୍ଦ୍ଧନ ଋଷି ଙ୍କ ତର୍ପଣ ଜଳ ର ଗୋଟେ ବୁନ୍ଦା ଜଳ ରୁ ସୃଷ୍ଠି ହୋଇଛି।
ଏବଂ ମାଳିକା ରେ ଲେଖା ଅଛି ମଣିକର୍ନେକେଶ୍ୱର ପୀଠ ଦିନେ ମହା ତୀର୍ଥ ରେ ପରିଣତ ହେବ। ଏବଂ ସେଠାରେ ଏକ ସାଧୁ ଅଛନ୍ତି ଯିଏକି ବାବା ଗୋବିନ୍ଦ ଚନ୍ଦ୍ର ସେ ମଧ୍ୟ ବୃନ୍ଦାବନ ରେ ଦୀର୍ଘ ୨୨ବର୍ଷ ହେବ ମଧ୍ୟ ବିତେଇ ଛନ୍ତି।
ଏବଂ ସେ ହେଉଛନ୍ତି ଏହି ମଣିକର୍ନେକେଶ୍ୱର ପୀଠ ର ପୀଠାଧିଶ। ସେ ଦୀର୍ଘ ୨୦ ବର୍ଷ ହେବ ଏହି ପୀଠ ରେ ରହିଛନ୍ତି। ସେ ଜଣେ ମାଆ କାଳୀ ଙ୍କ ସାଧକ ଅଟନ୍ତି। ଓ ତାଙ୍କୁ ମାଆଙ୍କ ଆଦେଶ ହେଇଥିବାରୁ ସେ ଏହି ପୀଠକୁ ଆସିଛନ୍ତି ବୋଲି କହିଛନ୍ତି।
ଏବଂ ବାବାଙ୍କ ହାତ ରେ ଆଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ବାବାଙ୍କ ହାତରେ ଅଛି ଶଙ୍ଖ,ଚକ୍ର , ଗଦା ଓ ପଦ୍ମ ଚିହ୍ନ। ବାବାଙ୍କର ଆଖିର ପଲକ ମଧ୍ୟ କେବେବି ପଡ଼ିନଥାଏ। ଏସବୁ ଭଗବାନ ଙ୍କ କୃପା ବୋଲି ବାବା କହିଛନ୍ତି। ବାବା ମଧ୍ୟ ଅନେକ ଲୋକଙ୍କୁ ମାଗଣା ରେ ଜଡ଼ିବୁଟି ଦେଇ ତାଙ୍କ ରୋଗ ର ଚିକିତ୍ସା କରିଛନ୍ତି। ଆଉ ଦିନେ ମଧ୍ୟ କୌଣସି ବ୍ୟକ୍ତି ଙ୍କ ଠାରୁ ଗୋଟେ ପଇସା ମଧ୍ୟ ନେଇ ନଥାନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button