ରାଜ୍ୟ
କାହିଁକି ରାଗିଛନ୍ତି ମହାପ୍ରଭୁ ଏଯାଏଁ ଗଡୁନି ରଥ ଛିଡିଲାଣି ୩ ଟା ଦଉଡ଼ି ଆଗକୁ ବଢ଼ୁନି ରଥ ଚିନ୍ତାରେ ଭକ୍ତ ଦେଖନ୍ତୁ ଏହି ଦୃଶ୍ୟ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ଜାଣିଥିବେ କେନ୍ଦ୍ରାପଡ଼ା ର ବ୍ରହ୍ମ ତାଳଧ୍ଵଜ ରଥ ଆଉ ଇଚ୍ଛା ପୁର ନିକଟରେ ଅଟକି ରହିଛି । ଏବଂ ତିନି ତିନୋଟି ଦଉଡି ମଧ୍ଯ ଛିଡି ସାରିଲାଣି ହେଲେ ରଥ ପାଦେ ମଧ୍ୟ ସେଠାରୁ ଗଡୁ ନାହିଁ। ସଭିଙ୍କ ମୁହଁ ରେ ସେହି ଗୋଟେ କଥା କି ପ୍ରଭୁ ରୋଶ ଛାଡ଼ ଏବଂ ରଥ କୁ ଗଡିବା ପାଇଁ ଅନୁମତି ପ୍ରଦାନ କର।
ସେପଟେ ଯେଉଁ ଘର ସାମ୍ନା ରେ ପ୍ରଭୁ ଙ୍କ ରଥ ଗତ ଚାରିଦିନ ହେବ ଅଟକି ରହିଛି ସେମାନେ ନିଜକୁ ଧନ୍ୟ ବୋଲି ମନେ କରୁଛନ୍ତି। କହୁଛନ୍ତି କି ଆମେ କୋଉ ଜନ୍ମ ରେ କେଉଁ ପୁଣ୍ୟ କରିଥିଲୁ କି ଏହି ଜନ୍ମରେ ପ୍ରଭୁ ଆମ ଘର ସାମ୍ନାରେ ଅଟକି ରହିଛନ୍ତି। ଗତ ଚାରି ଦିନ ହେବ ଭୋକ ଉପାସରେ ନିଜ ମାଉସୀ ମାଆ ଘରକୁ ନଯାଇ ସେଠାରେ ରୋଷ କରି ଅଟକି ଯାଇଛନ୍ତି।
ସେଠାରେ ଥିବା ଭକ୍ତ ମାନେ ମଧ୍ୟ ସକାଳ ସନ୍ଧ୍ୟା ସବୁ ସମୟରେ ଆସି ଭଗବାନ ଙ୍କୁ ଦର୍ଶନ ମଧ୍ୟ କରୁଛନ୍ତି। ତାଙ୍କ ନିକଟରେ ଭଗବାନ ଙ୍କୁ ଦେବା ପାଇଁ ଯଥେଷ୍ଟ ଖାଦ୍ୟ ନଥିଲେ ମଧ୍ଯ ଯେତିକି ଅଛି ତାହାକୁ ଭଗବାନ ଙ୍କୁ ଭୋଗ ସ୍ୱରୂପ ଦେଉଛନ୍ତି ଓ ଭଗବାନ ସେଠାରେ ରହି ମଧ୍ଯ ତାହାକୁ ଗ୍ରହଣ କରୁଛନ୍ତି। ଏହା ସତରେ ଭଗବାନ ଙ୍କ ରୋଷ ନା ତାଙ୍କର ଲୀଳା ତାଙ୍କ ଭକ୍ତ ମାନଙ୍କ ପାଇଁ।
ସେଠାରେ ଥିବା ବୁଢ଼ୀ ମାଉସୀ ଜଣକ ଏହା କହିଛନ୍ତି କି ସେ ଭଗବାନ ଙ୍କୁ ଦର୍ଶନ କରିବାକୁ ଯାଇ ପାରନ୍ତି ନାହିଁ। ବୋଧ ହୁଏ ସେଥି ପାଇଁ ସ୍ଵୟଂ ଭଗବାନ ଆସିଛନ୍ତି ତାଙ୍କୁ ଦେଖା କରିବାକୁ। ଏଭଳି ଅନେକ ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିବା ସହ ସେମାନେ ଭଗବାନ ଙ୍କ ନିକଟରେ ରୋଷ ଛାଡ଼ିବା ପାଇଁ ପାର୍ଥନା ମଧ୍ଯ କରିଛନ୍ତି।