ଜ୍ୟୋତିଷ

ଏହି ମନ୍ଦିରରେ ଭୋଗ ହୁଏ ପଥର ଦେଖନ୍ତୁ ଏହି ଅଭୁତ ମନ୍ଦିର ର ମହିମା

ଆମ ଭାରତରେ ଅନେକ ମନ୍ଦିର ରହିଛି।ଯେଉଁଠାରେ ବିଭିନ୍ନ ପ୍ରକାରର ଦେବାଦେବୀ ମାନଙ୍କୁ ପୂଜା କରାଯାଏ।ସନାତନ ଧର୍ମ ରେ ସମସ୍ତେ ପ୍ରାୟତଃ ଭଗବାନି ବିଶ୍ବାସୀ ହୋଇଥାନ୍ତି।କାହିଁ କେତେ ପୁରାତନ କାଳରୁ କିଛି ପ୍ରଥା ପରମ୍ପରା କୁ ନେଇ ଆମ ସମାଜରେ ଲୋକ ରୀତିନୀତି ରହି ଆସିଛି। କେଉଁଠି ନା କେଉଁଠି ବିଶ୍ୱାସ ରହିଛି ଯେ ଭଗବାନ ଙ୍କୁ ଯଦି ଭକ୍ତି ସହକାରେ ସ୍ମରଣ କରିବା ତାହେଲେ ନିଶ୍ଚୟ ଫଳପ୍ରଦ ହେବା।
ଦର୍ଶକ ବନ୍ଧୁ ଆପଣମାନେ ଏପରି ଏକ କଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁଠି ଭଗବାନ ଙ୍କୁ ପଥର କୁ ଭୋଗ ଭାବରେ ଅର୍ପଣ କରାଯାଏ।ଆମ ଧର୍ମ ସିନା ଏକ କିନ୍ତୁ ନାମ ଅନେକ। ଯେପରି ବିଭିନ୍ନ ଦେବଦେବୀ ରହିଥାନ୍ତି ସେହିପରି ପୂଜାର୍ଚ୍ଚନା ମଧ୍ୟ ଭିନ୍ନ ହୋଇଥାଏ।ଯେପରି କୋଲକାତା ରେ କାଳୀ ମା ଙ୍କ ର ଏକ ମନ୍ଦିର ରହିଛି।ସେଠାରେ ଦେବୀ ଙ୍କୁ ଚାଇନିଜ୍ ନୁଡୁଲ୍ ଭୋଗ ରେ ଅର୍ପଣ କରାଯାଇଥାଏ।
ତାମିଲନାଡୁ ରେ ମଧ୍ୟ ଏକ ମନ୍ଦିରରେ ଦୋଷା ଭୋଗ ଦିଆଯାଇଥାଏ।ଖାଲି ଏତିକି ନୁହେଁ କେରଳ ରେ ଏକ ମନ୍ଦିରରେ ବିଭିନ୍ନ ପ୍ରକାରର ଚକୋଲେଟ ମଧ୍ୟ ଭୋଗ ଭାବରେ ଅର୍ପଣ କରାଯାଇଥାଏ।ଏପରି ଭାବରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ କରି ଦେଉଥିବା ଘଟଣା ଦେଖିବାକୁ ମିଳିଥାଏ।କିନ୍ତୁ କେଉଁଠି ଭଗବାନ ଙ୍କୁ ପଥର ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ ତାହା କେହି ଜାଣି ନଥିବେ।
ଏପରି କେହି ଶୁଣି ନଥିବେ।ଏହି ମନ୍ଦିରଟି ହେଉଛି ଛତିଶଗଡ଼ ର ବିଲାସପୁର ସହରର ନିକଟସ୍ଥ ରହିଛି।ଏହି ମନ୍ଦିରରେ ବନଦେବୀ ଙ୍କୁ ପୂଜା କରାଯାଏ।
ଏହା ଏପରି ଏକ ମନ୍ଦିର ଏଠାରେ ଦେବୀ ମା ଙ୍କୁ ପ୍ରସାଦ ରୂପରେ ଫଳ ଅର୍ପଣ କରାଯାଉ ନାହିଁ।ବରଂ ପଥର କୁ ଭୋଗ ଭାବରେ ଅର୍ପଣ କରାଯାଇଥାଏ।ଏହି ପରମ୍ପରା ବହୁତ ବର୍ଷରୁ ପାଳନ କରାଯାଉଅଛି।ଭକ୍ତ ମାନେ ବିଶ୍ୱାସ ରଖିଛନ୍ତି ଯେ ଯାହାର ମନସ୍କାମନା ପୂର୍ଣ୍ଣ ହୋଇଥାଏ ସେମାନେ ବନଦେବୀ ମା ଙ୍କୁ ପାଞ୍ଚୋଟି ପଥର ଅର୍ପଣ କରିବେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button