ରାଜନୀତି

ପ୍ରତିଶୃତି ଦେଲେ ଅମିତ୍ ସାହା ୨୦୨୪ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ

ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଏକ ବୟାନ ବର୍ତ୍ତମାନ ଚର୍ଚ୍ଚାରେ ରହିଛି।ତାଙ୍କର କହିବା ଅନୁସାରେ ଅଯୋଧ୍ୟା ରେ ନିର୍ମାଣ ହେଉଥିବା ରାମ ମନ୍ଦିର ମାତ୍ର ମାସ କେଇଟା ପରେ ସମାପ୍ତ ହୋଇଯିବ।
ବର୍ତ୍ତମାନ ଜାଣିବାକୁ ମିଳିଛି ଯେ ଗୃହ ମନ୍ତ୍ରୀ ଅମିତ୍ ସାହା ଏକ ସଭା ରେ କହିଛନ୍ତି ଯେ ଆସନ୍ତା ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ଅଯୋଧ୍ୟା ର ରାମ ମନ୍ଦିର ର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ।ଭାରତର ରାଜନୀତି ଧର୍ମ ବିନା ପରି କଳ୍ପନା କରିବା ଉଚିତ ହୋଇନଥାଏ।
ନିର୍ବାଚନ ଆସିଲେ ଧର୍ମ ଆଧାରରେ ନେତାମାନେ ନିଜ ନିଜ ର କାମ ଆଉ କଣ କହିବେ ବାଛିଥାନ୍ତି।ହିନ୍ଦୁ ଆଉ ମୁସଲିମ ଭଳି ସାମ୍ପ୍ର ଦାୟୀକ ମାନେ ମୁଣ୍ଡ ଟେକନ୍ତି।ଏମାନେ କଂଗ୍ରେସ ର ଆଉ ସେମାନେ ବିଜେପି ର ହୋଇଥାନ୍ତି।
ଏମିତି ବିତର୍କ କରିଥାନ୍ତି।ଭାରତର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଙ୍କୁ ଧର୍ମ ନିରପେକ୍ଷ ଦଳ କୁହାଯାଉଥିବା ବେଳେ ବିଜେପି ଙ୍କୁ ହିନ୍ଦୁଵାଦି ଦଳ ଭାବରେ ବିବେଚିତ କରାଯାଇଛି।
୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅଯୋଧ୍ୟା ରାମ ମନ୍ଦିର କୁ ତାର ପ୍ରମୁଖ ଏଜେଣ୍ଟା ବନାଇଥିଲେ।ଏହା ଭିତରେ ଆଉ ଗୋଟିଏ ନିର୍ବାଚନ ମଧ୍ୟ ବିତିଗଲାଣି।
ସୁପ୍ରିମକୋର୍ଟ ରାମ ମନ୍ଦିର ସପକ୍ଷରେ ରାୟ ଦେଲାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ଏହା ଦେଖି ସମସ୍ତେ ବହୁତ ଖୁସି ହୋଇଥିଲେ।
ଆଉ ତାହା ୨୦୨୪ ଜାନୁଆରୀ ୧ ତାରିଖ ଭିତରେ ସମାପ୍ତ ହେବ ବୋଲି ଗୃହ ମନ୍ତ୍ରୀ ଅମିତ୍ ଶାହା ପ୍ରକାଶ କହିଛନ୍ତି।
ଯେତେବେଳେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ସମସ୍ତ ଲୋକମାନେ ବହୁତ ଖୁସି ଥିଲେ।ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଶୁଣିବା ପରେ ଆହୁରି ବହୁତ ଖୁସି ହୋଇଛନ୍ତି।
ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button