ଜ୍ୟୋତିଷ

କଳ୍କୀ ଆସୁଛନ୍ତି , କଳ୍କୀ ରେ ଜ୍ଞାନୀ ହଜିଯିବେ ଅଜ୍ଞାନୀ ବଢ଼ିବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମାଳିକା ବଚନ ଦିନକୁ ଦିନ ସତ୍ୟପ୍ରତିତ ହେବାରେ ଲାଗିଛି। ଲୋକ ମାନେ ମଧ୍ୟ ଏହାକୁ ଧୀରେ ଧୀରେ ବିଶ୍ବାସ କରିବାରେ ଲାଗିଲେଣି।
ଅଚ୍ୟୁତାନନ୍ଦ ଦାସ ଯାହା ଲେଖି ଯାଇଥିଲେ ତାହା ମଧ୍ୟ ଅକ୍ଷରେ ଅକ୍ଷରେ ସତ ହେବାରେ ଲାଗିଛି। ଏହାକୁ ସାରା ଓଡ଼ିଶାରେ ନୁହେଁ ବରଂ ଏହାକୁ ସାରା ଭାରତବାସୀ ମାନେ ମଧ୍ୟ ବିଶ୍ଵାସ କରିବାରେ ଲାଗି ପଡିଲେଣି।
ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ କି ମାଳିକାରେ ଉଲ୍ଲେଖ ଅଛି କି କଳି ଯୁଗରେ ଜ୍ଞାନୀ ହଜି ଯିବେ ଏବଂ ଅଜ୍ଞାନୀ ମାନଙ୍କ ସଂଖ୍ୟା ଦିନକୁ ଦିନ ମଧ୍ୟ ବଢ଼ି ଚାଲିବ।
ଏଭଳି ଘୋର ସମସ୍ୟା ମଧ୍ଯ ଦେଖା ଦେବ। ଆଗାମୀ ଦିନ ମାନଙ୍କରେ ମନୁଷ୍ୟ ସମାଜ ଉପରେ ମଧ୍ୟ ଘୋର ବିପଦ ଆସିବା ପାଇଁ ଲାଗିଛି। ଅନ୍ତିମ ସମୟ ଆସି ଗଲେ ଭାଈ ଭାଈ ରେ ହଣା ହଣି ହେବେ ଏବଂ ବାପ ପୁଅ ମଧ୍ୟରେ ମଧ୍ଯ ସମର ଲାଗିବ।
ଶାଶୁ ବୋହୂର କଳି ହେବା ସହ ଘର ମଧ୍ଯ ଭାଙ୍ଗି ଯିବ। ଯଦି ଆଗାମୀ ଦିନରେ ଆମେ ସତ୍ୟକୁ ମାଧ୍ୟମ ନକରିବା ତେବେ ଗୋଳି ଗୋଳା ବାରୁଦ ଯାହା ସବୁ ଫୁଟିବାକୁ ଲାଗୁଛି ତାହା ସବୁ ଫୁଟିବାରେ ଲାଗିବ।
କ୍ରୋଧ ହିଂସା କୁ ତ୍ୟାଗ କରି ସଦା ସର୍ବଦା ଧର୍ମ କୁ ପାଳନ କରିବା ଉଚିତ ଅଟେ। ଆମ ଜୀବକୁ ଉଦ୍ଧାର କରିବାକୁ ହେଲେ କେବଳ ପ୍ରଭୁ ଙ୍କ ନାମ ହିଁ ସଙ୍କୀର୍ତ୍ତନ କରିବା ଉଚିତ। ଏଭଳି କଲେ ହିଁ ଆମେ ମୁକ୍ତି ପାଇ ପାରିବା।
ଆମ ଶରୀର ହେଉଛି ପଞ୍ଚଭୂତ ରେ ଗଢ଼ା ତେଣୁ ଏହି ପଞ୍ଚ ଭୂତ କୁ ଛାଡ଼ି ଦେଲେ ଆମ ନିକଟରେ ଆଉ କିଛି ହେଲେ ମଧ୍ୟ ନାହିଁ। ଯେଉଁ ମାନେ ଅନ୍ୟାୟ ଓ ଅଧର୍ମରେ ଅଛନ୍ତି ତାଙ୍କୁ ଦମନ କରିବା ପାଇଁ ଖୁବ୍ ଶୀଘ୍ର କଳ୍କୀ ଆସୁଛନ୍ତି।
ଏବଂ ତାଙ୍କ କବଳରୁ ରକ୍ଷା ପାଇବା ହେଲେ ଆମକୁ ସତ୍ୟ,ଧର୍ମ, ନିଷ୍ଠାରେ ରହି ପ୍ରଭୁ ଙ୍କ ନାମ ଜପ କରିବାକୁ ପଡ଼ିବ। ସେଥିପାଇଁ ପ୍ରଭୁ ଙ୍କ ନାମକୁ ସଦା ସର୍ବଦା ଆପଣ ମାନେ ଜପ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button