ଜ୍ୟୋତିଷ

ଖଟରେ ବସି ଖାଉଛନ୍ତି କି ! ଏବେଠୁ ହୋଇ ଯାଆନ୍ତୁ ସାବଧାନ ନହେଲେ ପଡ଼ିବେ ବହୁତ୍ ବଡ ବିପଦରେ

ଆଧୁନିକ ଯୁଗର ରଙ୍ଗ ଢ଼ଙ୍ଗ ରେ ପଡି ଲୋକମାନେ ନିଜର ସଂସ୍କୃତି କୁ ଭୁଲି ସାରିଲେଣି।ଯାହାର ପ୍ରଭାବ ସେମାନଙ୍କ ଉପରେ ପଡୁଛି।ପ୍ରାଚୀନ କାଳର ଲୋକମାନେ ସମ୍ବୃଢୀ ଆଉ ଅଧିକ ଆୟୁ ପର୍ଯ୍ୟନ୍ତ ବଞ୍ଚି ରହୁଥିଲେ।
କିନ୍ତୁ ବର୍ତ୍ତମାନ ର ଲୋକମାନେ ବହୁତ କମ୍ ବୟସରେ ଦୁର୍ବଳ ହୋଇ ପଡ଼ୁଛନ୍ତି।ସେତେବେଳେ ଲୋକମାନେ ଚଟାଣ ରେ ବସି ଖାଦ୍ୟ ଖାଉଥିଲେ।ଆଉ ସେହି ଚଟାଣ ରେ ସୋଉଥିଲେ।ଯାହାଫଳରେ ସେମାନଙ୍କ ଶରୀରର ଏବଂ ପୃଥିବୀ ର ଉର୍ଜା ର ମିଳନ ହୋଇ ପାରୁଥିଲା।
ତେଣୁ ସେମାନେ ଶକ୍ତ ଆଉ ବଳଶାଳୀ ହେଉଥିଲେ।ବାସ୍ତୁ ଶାସ୍ତ୍ରରେ ଘର ମଧ୍ୟରେ ସକାରାତ୍ମକତା ବଜାୟ ରଖିବା ପାଇଁ ଏବଂ ସୁଖ ଆଣିବା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଉପାୟ କୁହାଯାଇ ଅଛି।ଏପରି କିଛି କାର୍ଯ୍ୟ ରହିଛି ଯାହା ମନୁଷ୍ୟ କରିବା ଅନୁଚିତ ହୋଇଥାଏ।
ଶାସ୍ତ୍ରରେ ଆଉ ଗ୍ରନ୍ଥ ରେ ଖାଦ୍ୟ ଖାଇବାର କେତୋଟି ନିୟମ ରହିଛି। ଯାହାକୁ ଧ୍ୟାନ ରଖିବା ନିହାତି ଆବଶ୍ୟକ।ଖାଦ୍ୟ ଖାଇବା ଦ୍ବାରା ଜନ୍ମ କୁଣ୍ଡଳୀ ରେ ମଧ୍ୟ ଅନେକ ପ୍ରଭାବ ପଡିଥାଏ।
ଭୋଜନ କକ୍ଷ କୁ କଦାପି ଘରର ଶୌଚାଳୟ ବା ସ୍ନାନ ଘର ଉପରେ କିମ୍ବା ସ୍ନାନ ଘର ତଳେ ନିର୍ମାଣ କରିବା ଅନୁଚିତ ହୋଇଥାଏ। ଏହା ସହିତ ଭୋଜନ କକ୍ଷ ଏବଂ ସ୍ନାନ କକ୍ଷ ସାମ୍ନା ସାମ୍ନି ରହିବା ଆଉ ଗୋଟିଏ ପାଚିରି ରେ ଭୋଜନ କକ୍ଷ ରହିବା ମଧ୍ୟ ଅନୁଚିତ ହୋଇଥାଏ।
ଏହା ସହିତ ଖାଦ୍ୟ ଗ୍ରହଣ ସମୟରେ ଦିଗ ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ। ପୂର୍ବ ଏବଂ ଉତ୍ତର ଦିଗ କୁ ମୁଖ କରି ଖାଦ୍ୟ ଖାଇବା ଉଚିତ।ବହୁତ ଶୁଭ ହୋଇଥାଏ।
ଦକ୍ଷିଣ ଦିଗ କୁ ମୁଖ କରି ଖାଇଲେ ପୂର୍ବ ପୁରୁଷ ମାନଙ୍କର ଆର୍ଶୀବାଦ ପ୍ରାପ୍ତି ହେବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ।ଯେଉଁ ମାନଙ୍କର ବାପା ମା ଜୀବିତ ଅଛନ୍ତି ସେମାନେ ପଶ୍ଚିମ ଦିଗ କୁ ମୁଖ କରି ଖାଇବା ଉଚିତ୍।
ତଳେ ବସି ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିଥାଏ।ଆପଣ ମାନେ ଯଦି ଖଟ ବା ଶେଯ ଉପରେ ବସି ଖାଉଛନ୍ତି ତାହେଲେ ସେମିତି କଦାପି କରନ୍ତୁ ନାହିଁ।
ଏପରି ଶେଯ ଉପରେ ବସି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଖାଦ୍ୟ ଖାଇବା ସମୟରେ ଆପଣଙ୍କ ଶରୀରରୁ ବାହାରୁଥିବା ଉର୍ଜା ପୃଥିବୀ ର ଉର୍ଜା ସହିତ ସଠିକ୍ ଭାବରେ ମିଳନ ହୋଇପାରିବ ନାହିଁ।ଫଳରେ ଶରୀର ଅସୁସ୍ଥ ହୋଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button