ଜ୍ୟୋତିଷ

ଅଧିକ ରାଗ ଲାଗିଲେ କଣ କରିବେ ଜାଣନ୍ତୁ ଏହି ଉପାୟ ଆପଣଙ୍କ ଦୈନଦିନ ଜୀବନରେ ନିଶ୍ଚିତ କାମରେ ଆସିବ

ପ୍ରବଚକ ପଣ୍ଡିତ ଜିତୁ ଦାସ୍ ଅଧିକ କ୍ରୋଧ ଆସିଲେ କଣ କରିବେ ସେହି ବିଷୟରେ କହିଛନ୍ତି।ମଣିଷର ନିକଟତମ ଶତ୍ରୁ ଭିତରୁ ଗୋଟିଏ ନିକଟତମ ଶତ୍ରୁ ଯାହାର ନାମ ହେଉଛି କ୍ରୋଧ।ମଣିଷ ଯେତେବେଳେ ରାଗି ଯାଏ ସେତେବେଳେ ଜ୍ଞାନ ଶୂନ୍ୟ ହୋଇ ଯାଇଥାଏ। କାହାକୁ କଣ କହିଥାନ୍ତି,ସେହି ସମୟରେ ପାଟିରୁ କଣ ଭାଷା ବାହାରିଥାଏ ସେ ନିଜେ ମଧ୍ୟ ଜାଣି ପାରନ୍ତି ନାହିଁ।କାରଣ କ୍ରୋଧ ହେଉଛି ଗୋଟିଏ ଚଣ୍ଡାଳ।
ମଣିଷ ଯେତେବେଳେ ଏହି ଚଣ୍ଡାଳ କବଳିତ ହୋଇଯାଏ ସେତେବେଳେ ବହୁତ କଟୁ କଥା ପାଟିରୁ ବାହାରିଥାଏ।ଚିନ୍ତାଧାରା ନିମ୍ନ ମାନର ହୋଇ ଯାଇଥାଏ।କ୍ରୋଧ ରୂପକ ଚଣ୍ଡାଳ ଠାରୁ ଦୂରେଇ ଯିଏ ରହିଛନ୍ତି ଜୀବନରେ ସେ ଶାନ୍ତି ପାଇଛନ୍ତି।
କିନ୍ତୁ ସଂସାରରେ ଏଭଳି ମଣିଷ କେହି ନାହାଁନ୍ତି ଯିଏ କି କ୍ରୋଧ କରନ୍ତି ନାହିଁ।କିଛି ନା କିଛି କାରଣ ପାଇଁ ସମସ୍ତେ କ୍ରୋଧିତ ହୋଇଥାନ୍ତି।ତେଣୁ ଯେତେବେଳେ କ୍ରୋଧ ଆସିବ ସେ କ୍ଷେତ୍ରରେ କଣ କରିବେ ତାହାର ସୁବିଧା ବାଟ ରହିଛି।
ଯଦି କେଉଁ ମୁହୂର୍ତ୍ତରେ ଓ କାହା ଉପରେ ଅତ୍ୟଧିକ ରାଗ ଆସିଥାଏ ସେ ସମୟରେ ଗୋଟିଏ ଜାଗାରେ ବସିଯିବେ।ତାପରେ ୧ ରୁ ୧୦ ସଂଖ୍ୟା ପ୍ରଥମେ ଗଣିବେ ତାପରେ ୧୦ ରୁ ୧ ଗଣିବେ ଏହିଭଳି ସଂଖ୍ୟା ବସି କରି ଗଣି ଚାଲିବେ।
ଏବଂ ଆଇନ ଆଗରେ ଛିଡ଼ା ହୋଇ ବାରମ୍ବାର ମୁଣ୍ଡ କୁଣ୍ଡାଇବାକୁ ଚେଷ୍ଟା କରିବେ ଏପରି କରିଲେ ଆପଣମାନେ ନିଶ୍ଚିନ୍ତ ଅନୁଭବ କରିବେ ଯେ କ୍ରୋଧ ଆପଣଙ୍କର ବହୁତ କମି ଯାଇଥିବ।
କ୍ରୋଧ ରୂପକ ଚଣ୍ଡାଳ ଠାରୁ ଯେତେବେଳେ ମୁକ୍ତ ହୋଇଯିବେ ଆପଣଙ୍କର ଦେବତ୍ଵ ପ୍ରକାଶ ପାଇବ।ଏହା ପାଳନ କରିଲେ ମଙ୍ଗଳ ହେବ। ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଭିଡିଓ ଦେଖି ବହୁତ କିଛି ଶିଖିଲେ ବୋଲି କମେଣ୍ଟ ରେ କହିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button