ଜ୍ୟୋତିଷ

ବାସ୍ତବରେ ବ୍ରହ୍ମ କଣ ? ଭଗବାନ କିଏ ? ଆତ୍ମା କିଏ ? ପାଆନ୍ତୁ ସବୁ ପ୍ରଶ୍ନର ଉତ୍ତର

ନମସ୍କାର ପାଠକ ମଣ୍ଡଳୀ l ଚାଲନ୍ତୁ ଆଜି ଜାଣିବା ବ୍ରହ୍ମ କ’ଣ? ଆତ୍ମା କ’ଣ? ଭଗବାନ କିଏ? ପ୍ରଥମେ ଜାଣିବା ବ୍ରହ୍ମ କ’ଣ? ବ୍ରହ୍ମ ହେଉଛି ଯିଏ ଅତୀତରେ ଥିଲେ, ଆଉ ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ବି ରହିବେ l
ଯିଏ ଚିରନ୍ତନ ସତ୍ୟ, ଯାହାର ନା ଆକାର ଅଛି ନା ଆକୃତି ଅଛି ସେ ହିଁ ହେଉଛନ୍ତି ବ୍ରହ୍ମ l ଭାଗବତରେ କୁହା ଯାଇଛି ଆମ ଭିତରେ ଥିବା ଆତ୍ମଶକ୍ତି ହିଁ ବ୍ରହ୍ମ ଅଟନ୍ତି l ପବିତ୍ର ଧର୍ମ ଗ୍ରନ୍ଥ ଗୀତରେ କୁହା ଯାଇଛି ଯାହାକୁ ଜଳ ବୁଡେଇ ପାରିବନି,
ଯାହାକୁ ଅଗ୍ନି ଦହନ କରି ପାରିବନି, ଯାହାକୁ କେଉଁ ଅସ୍ତ୍ର ଶସ୍ତ୍ର ବି ଛେଦନ କରି ପାରିବନି, ଆଉ ପବନ ମଧ୍ୟ ଉଡେଇ ପାରିବନି ସେ ହିଁ ହେଉଛନ୍ତି ବ୍ରହ୍ମ l ତେଣୁ ଆପଣ କ’ଣ ଜାଣିଛନ୍ତି କିଏ ଏ ବ୍ରହ୍ମ???କୋଉଠି ଅଛନ୍ତି????
ତେଣୁ ବେଦ ପ୍ରମାଣ ଦେଲେ ” ଅହଂ ବ୍ରହ୍ମା ଅସ୍ମିନ ” ମୁଁ ହିଁ ସେହି ବ୍ରହ୍ମ, ଆତ୍ମା ହିଁ ବ୍ରହ୍ମ, ସେଇ ତତ୍ତ୍ୱ ହିଁ ବ୍ରହ୍ମ l “ପ୍ରଜ୍ଞାନଂ ବ୍ରହ୍ମ” ଅର୍ଥାତ ମନର ପ୍ରଜ୍ଞାନ ସ୍ଥିତି ହିଁ ବ୍ରହ୍ମ l ଆମେ ଯେଉଁ ମନ୍ଦିରରେ ବା ମଠରେ ବ୍ରହ୍ମ ଙ୍କୁ ଖୋଜୁଛୁ ସେ ହିଁ କ’ଣ ବ୍ରହ୍ମ???
ପ୍ରକୃତରେ ଯାହାକୁ ଆମେ ଆତ୍ମା କହୁଛୁ ସେ ହିଁ ବ୍ରହ୍ମ ଆଉ ସେ ବ୍ରହ୍ମ ହିଁ ଇଶ୍ୱର ଆଉ ସେ ଇଶ୍ୱର ହିଁ ଭଗବାନ l ଆଉ ଯାହାକୁ ଆମେ ଇଂରାଜୀରେ ଗଡ୍ କହୁଛେ l ଆଉ ସେ ହିଁ ହେଉଛନ୍ତି ଚେତନା l
ଭଗବାନ ମଣିଷ ତିଆରି କରିଛନ୍ତି, ଆପଣଙ୍କୁ ପୁରୁଷ କି ସ୍ତ୍ରୀ ରୂପରେ l ଆଉ କେହି କେହି ଆପଣଙ୍କୁ ପୁଅ କି ଝିଅ ବୋଲି ଡାକୁଥିବେ l ଆପଣ କୋଉଠି ରୁହନ୍ତି?? ଘରେ ରୁହନ୍ତି l ସେହିପରି ଭଗବାନ କୋଉଠି ରୁହନ୍ତି??
ଯେଉଁ ବ୍ରହ୍ମ ବା ଭଗବାନ ଆମକୁ ବନେଇଛନ୍ତି, ତାଙ୍କୁ କଣ ଆମେ ସ୍ୱରୂପ ଦେଇ ପାରିବା?? ତାଙ୍କୁ କଣ ଆମେ ମୂର୍ତ୍ତି ରୂପେ ଗଢି ମନ୍ଦିରରେ ସ୍ଥାପନ କରିପାରିବା??? ତେବେ ଆପଣ ମାନେ ଭାବୁଥିବେ ଭଗବାନ କଣ ତେବେ ସ୍ବର୍ଗରେ ଅଛନ୍ତି!!!!
ନାହିଁ ଆଜ୍ଞା! ଭଗବାନ ଅଛନ୍ତି ଏଇ ଆମ ମନ ରୂପକ ମନ୍ଦିରରେ l ଏଇ ହୃଦୟରେ , ଏଇ ହୃଦୟ ରୂପକ ବୈକୁଣ୍ଠ ଓ ସ୍ୱର୍ଗ ପୁରରେ ରହୁଛନ୍ତି l
ତାହେଲେ ଚାରିଆଡେ ବିଶାଳ କାୟ ଏବଂ ଅତ୍ୟନ୍ତ କାରୁ କାର୍ଯ୍ୟ ଭରା ମନ୍ଦିର କାହିଁକି ସ୍ଥାପନ ହେଇଛି? କାରଣ ସେଇ ସ୍ଥାନରେ ଆମେ ନିଜକୁ ଇଶ୍ୱରଙ୍କୁ ସମର୍ପି ଦେଇ ଭଗବାନଙ୍କୁ ପାଇବା ପାଇଁ ଆଜ୍ଞା l ଆମ ଶରୀର ଭିତରେ ସ୍ୱୟଂ ବ୍ରହ୍ମ ବିଦ୍ୟମାନ l
ଯେଉଁ ମାନେ ଶାସ୍ତ୍ର, ଉପନିଷଦ୍ଧ ଏବଂ ସମସ୍ତ ବେଦ କୁ ଅଧ୍ୟୟନ କରିଥିବେ, ସେ ହିଁ ଏକଥା ଖୁବ ଭଲ ଭାବରେ ବୁଝି ପାରିବେ l ତେଣୁ ଭାବିକି ଦେଖନ୍ତୁ ନା ଯିଏ ଆମକୁ ସୃଷ୍ଟି କରିଛନ୍ତି, ସେ କଣ ଆମକୁ ଛାଡି କେବେ ଯାଇ ପାରିବେ?
ତେଣୁ ଆମକୁ ଏ ଶରୀର ଭଗବାନ ଦେଇଛନ୍ତି ସତ୍ କର୍ମ କରିବାକୁ l ସତ୍ କର୍ମ କରି ସତ୍ ମାର୍ଗରେ ଚାଲିଲେ ଭଗବାନ ଖୁସୀ ହେବେ l ସେଥି ପାଇଁ କୁହାଯାଏ” କର୍ମ ହିଁ ଭଗବାନ ” ଏବଂ ମାନବ ସେବା ହିଁ ମାଧବ ସେବା ” l
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button