ଜ୍ୟୋତିଷ

ଠାକୁର ଘରେ କରି ଦିଅନ୍ତୁ ବାସ ଏଇ ଗୋଟିଏ କାମ ଆଉ ଦେଖନ୍ତୁ କେମିତି ହେବାକୁ ଲାଗୁଛି ଆପଣଙ୍କ ଜୀବନରେ ଚମତ୍କାର ଉପରେ ଚମତ୍କାର

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଠାକୁର ଘର କେଉଁ ଦିଗରେ ହେବ କେଉଁ ଦିଗକୁ ଠାକୁର ମୁହଁ ରହିବ ତୁଳସୀ ଚୁଉରା କେଉଁଠି ହେବା ଉଚିତ। ଠାକୁର ଘର କେମିତି ହେବା ଦରକାର ଘରର କେଉଁ କୋଣରେ ହେବା ଦରକାର ପୂଜା ଘରର ରଙ୍ଗ ପୂଜା ଘରର କବାଟ କେମିତି ହେବା ଦରକାର।
ଠାକୁର କେଉଁ ସ୍ଥାନରେ ବସିବା ଦରକାର। କେଉଁ ଦିଗକୁ ମୁହଁ କରି ବସି ପୂଜା କରିବା ଦରକାର। ଠାକୁର ଘରେ କଣ କଣ ହେବା ଦରକାର ଏବଂ ଠାକୁର ଘରେ କଣ କଣ ନକରିବାକୁ ବାରଣ କରାଯାଇଛି। ଏହି ବିଷୟରେ ଆସନ୍ତୁ ଜାଣିବା।
Special Report
୧- ଠାକୁର ଘର କେଉଁ ଦିଗରେ ହେବା ଉଚିତ:- ପୂଜା ଘର ବା ଠାକୁର ଘର ଉତ୍ତର ପୂର୍ବ ଦିଗ ବା ଐଶାନ୍ୟ କୋଣରେ ହେବ ଉଚିତ ହୋଇଥାଏ। ଏହାର କୌଣସି ବିକଳ୍ପ କରିବା ଉଚିତ ହୋଇନଥାଏ।
ସବୁବେଳେ ଧ୍ୟାନ ଦିଅନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଘରର ସ୍ଥାନ କେବଳ ଗୋଟିଏ ସ୍ଥାନରେ ମାନ୍ୟତା ଦିଆଯାଇଛି। ତାହା ହେଉଛି ଘରର ଉତ୍ତର ପୂର୍ବ ଦିଗ ଅର୍ଥର ଐଶାଣ୍ୟ କୋଣ। ଶୋଇବା ଘରେ ପୂଜା କରିବା ଅନୁଚିତ।
କୌଣସି ପରିସ୍ଥିତିରେ ଶୋଇବା ଘରେ ପୂଜାର ବ୍ୟବସ୍ଥା କରନ୍ତୁ ନାହିଁ। ଯଦି କୌଣସି ଅନ୍ୟ ବିକଳ୍ପ ନାହିଁ ତେବେ ଠାକୁର ଙ୍କ ପାଇଁ ଏକ ସ୍ବତନ୍ତ୍ର ଆସ୍ଥାନ ପ୍ରସ୍ତୁତ କରନ୍ତୁ ଏବଂ ପ୍ରତିଦିନ ପୂଜା ସାରିବା ପରେ ପରଦା ପକାନ୍ତୁ।
Special Report
୨- ଠାକୁର ଘରର କବାଟ କେମିତି ହେବ ଉଚିତ:- ପୂଜା ଘର ବା ଠାକୁର ଘରର କବାଟ ବା ଝରକା ଆଦି ଉତ୍ତର ପୂର୍ବ ଦିଗକୁ ରଖାଯାଇ ପାରେ। ପୂଜା ଘରର କବାଟ ଏକ ଫାଳିଆ ନ ହୋଇ ସବୁବେଳେ ଦୁଇ ଫାଳିଆ ହେବା ଉଚିତ।
ପୂଜା ଘରର କବାଟ ସବୁବେଳେ କାଠର ତିଆରି କରନ୍ତୁ। ଠାକୁର ଘରେ ଯେଉଁ ବନ୍ଧ ଲଗାଇବେ ତାହା ଚାରୋଟି ବନ୍ଧ ହୋଇଥିବା ନିହାତି ଆବଶ୍ୟକ। ସବୁବେଳେ ମନେ ରଖନ୍ତୁ ଠାକୁର ଘର କବାଟ ଆପେ ଆପେ ଖୋଲିଯିବା ବା ବନ୍ଦ ହୋଇଯିବା ଅଶୁଭ ହୋଇଥାଏ।
୩- ଘରେ ମୂର୍ତ୍ତି ପୂଜା ନକରି ଫଟୋ ପୂଜା କରିବା ଉଚିତ ହୋଇଥାଏ। ଯଦି ଆପଣ ମୂର୍ତ୍ତି ପୂଜା କରୁଛନ୍ତି ତେବେ ମୂର୍ତ୍ତିର ଉଚ୍ଚତା ୬ ଆଙ୍ଗୁଳି ରୁ କମ ହେବା ଭଲ ହୋଇଥାଏ। ମାତ୍ର ଘରେ କାଳୀ, ଶିବ, ନୃସିଂହ, ହନୁମାନ ଙ୍କ ମୂର୍ତ୍ତି ପୂଜା କରିବା ଉଚିତ ହୋଇନଥାଏ।
Special Report
ଠାକୁର ଘରେ ମୂର୍ତ୍ତି ବା ଫଟୋ କୁ କାନ୍ଥକୁ ଲଗାଇ ରଖିବା ଉଚିତ ହୋଇନଥାଏ। ଏଥିପାଇଁ ସ୍ଵତନ୍ତ୍ର ଆସ୍ଥାନ ବା ବିମାନ ରଖନ୍ତୁ। ଠାକୁର ଙ୍କ ମୁହଁକୁ ସବୁବେଳେ ପଶ୍ଚିମ ପଟ କରି ରଖନ୍ତୁ। ଏହା ଦ୍ବାରା ଘରେ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ ।
୪- ଠାକୁର ଘରର ଆସ୍ଥାନ ବା ପୂଜା ସ୍ଥାନ କେମିତି ହେବା ଦରକାର:- ଠାକୁର ଫୋଟ ବା ମୂର୍ତିକୁ କାନ୍ଥକୁ ଲଗେଇ ରଖିବା ବା ଟାଙ୍ଗିବା ଉଚିତ ନୁହେଁ। କେବେବି ଆପଣ କେଉଁ ଫୋଟକୁ ପୂଜା କରୁଛନ୍ତି ତାକୁ କାନ୍ଥକୁ ଟାଙ୍ଗି ରଖନ୍ତୁ ନାହିଁ କି ପୂଜା କରନ୍ତୁ ନାହିଁ।
ଏଥିପାଇଁ ସ୍ୱତନ୍ତ୍ର ଆସ୍ଥାନ ବିମାନ ବା ପୀଠ କରାଯିବା ଉଚିତ। ପୂଜା ଘରର ଠାକୁର ଫୋଟ ଉତ୍ତର ପୂର୍ବ କୋଣରେ ରଖନ୍ତୁ। ଏହି କଥାର ଧ୍ୟାନ ଦିଅନ୍ତୁ ଯେ ପୂଜା ଘରର ସାମ୍ନାରେ ବା ଠିକ ସିଧାରେ ଠାକୁର ଫୋଟ ରଖନ୍ତୁ ନାହିଁ। ଠାକୁରଙ୍କ ଆସ୍ଥାନ ବା ବସିବା ସ୍ଥାନ କାନ୍ଥକୁ ନଲଗେଇ ଟିକେ ଛାଡିକି ରଖନ୍ତୁ।
୫- ତୁଳସୀ ଗଛ:- ସାଧାରଣତଃ ହିନ୍ଦୁ ପରିବାରରେ ପ୍ରତ୍ୟକ ଘର ସାମ୍ନାରେ ଏକ ତୁଳସୀ ଚଉରା ଥାଏ। ତୁଳସୀ ଚଉରା ଘରର ଉତ୍ତର ପୂର୍ବ ବା ଐଶ୍ଵନ୍ୟ କୋଣରେ ରହିବା ଉଚିତ। ଏହା ଘରର ମୁଖ୍ୟ ଦ୍ଵାରର ଡାହାଣ ପଟେ ରଖିବା ଉଚିତ।
ଯେମିତି ଘରୁ ବାହାରିବା ସମୟରେ ତୁଳସୀ ଚଉରା ଡାହାଣକୁ ରହିବ ଏବଂ ତୁଳସୀ ଚଉରା ସବୁବେଳେ ପଶ୍ଚିମ ମୁଖା ହେବା ଉଚିତ। ଯେମିତି ପୂଜା କରିବା ସମୟରେ ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରିବା ସମୟରେ ପୂର୍ବକୁ ମୁହଁ କରି ପୂଜା କରାଯାଇପାରିବ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button