ଦେଶ- ବିଦେଶ

ଏହି 6ଟି ରାଶିମାନଙ୍କ ଯୋଡି ହୋଇଥାଏ ବହୁତ ଭାଗ୍ୟଶାଳୀ, ସ୍ଵର୍ଗରେ ବି ରୁହନ୍ତି ନାହିଁ ଦୂରରେ, ଜାଣନ୍ତୁ ନିଜର ସ୍ଥିତି

ଜ୍ୟୋତିଷ ଶାସ୍ତ୍ର ଗୁଡିକରେ ଦାମ୍ପତ୍ୟ ଜୀବନର ସମ୍ବନ୍ଧକୁ ନେଇ ବିଭିନ୍ନ କଥା କୁହାଯାଇଛି । ଜ୍ୟୋତିଷରେ ସ୍ତ୍ରୀ ଓ ପୁରୁଷର ଜନ୍ମକୁଣ୍ଡଳୀ ଆଧାରରେ ତାଙ୍କର ଆସନ୍ତା ଜୀବନର ସମ୍ଭାବନା ବ୍ୟକ୍ତ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁଠି କେତେକ ରାଶିର ବୈବାହିକ ଜୀବନରେ ମେଳ ବସେ ନାହିଁ ତ ଅନ୍ୟ ପଟେ କିଛି ରାଶିମାନଙ୍କ ଯୋଡି ବହୁତ ହିଁ ଭାଗ୍ୟଶାଳୀ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରର ମାନିବେ ତ ଏମିତି ୬ ଟି ରାଶି ଅଛି ଯେଉଁମାନଙ୍କର ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ଯେଉଁମାନଙ୍କ ଯୋଡି ସବୁଠୁ ଭଲ ଯୋଡି ହୋଇଥାଏ ।

ଧନୁ ଓ ମେଷ ଦୁଇଟି ଏମିତି ରାଶି ହୋଇଥାନ୍ତି ଯେଉଁମାନଙ୍କ ଜାତକ ମଧ୍ୟରେ ବହୁତ ଗଭୀର ଆକର୍ଷଣ ହୋଇଥାଏ । ଏମିତିରେ ଯଦି ଏମାନେ ପରସ୍ପରର ପ୍ରେମରେ ପଡି ଯାଆନ୍ତି ତେବେ ପୁଣି ତାଙ୍କୁ କେହି ବି ଅଲଗା କରି ପାରିବେ ନାହିଁ । ଏହା ଛଡା ଏମାନଙ୍କ ମଧ୍ୟରେ ତାଳମେଳ ଅନ୍ୟ ଯୋଡିମାନଙ୍କ ଅପେକ୍ଷା ଆହୁରି ଭଲ ହୋଇଥାଏ ।

ତୁଳା ଓ ବିଚ୍ଛା ମଧ୍ୟରେ ବି ବହୁତ ଭଲ ସମ୍ବନ୍ଧ ଦେଖିବାକୁ ମିଳିଥାଏ । କହିବାକୁ ଗଲେ ଏମାନଙ୍କ ସଫଳ ସମ୍ପର୍କର କାରଣ ଏହା ଅଟେ କି ତୁଳା ରାଶି ଜାତକ ଚାହେଁ କି ତାଙ୍କ ପାର୍ଟନର ସବୁ ଜିନିଷ ପାଇଁ କେବଳ ତାଙ୍କ ଉପରେ ନିର୍ଭର ରୁହନ୍ତୁ, ଅନ୍ୟ ପଟେ ବିଚ୍ଛା ରାଶିର ଜାତକ ଚାହେଁ କି ତାଙ୍କର ପାର୍ଟନର ତାଙ୍କର ସମସ୍ତ କଥାର ଧ୍ୟାନ ରଖନ୍ତୁ । ଏମିତିରେ ଏମାନେ ପରସ୍ପରକୁ ଭଲ ସାଥ ଦେଇଥାନ୍ତି ।

ମିଥୁନ ଓ କୁମ୍ଭ ଏହି ରାଶିମାନଙ୍କ ମଧ୍ୟରେ ବି ଏକ ଚୁମ୍ବକୀୟ ଆକର୍ଷଣ ହୋଇଥାଏ । କହିବାକୁ ଗଲେ ମିଥୁନ ରାଶିର ଜାତକ ବହୁତ ଚଞ୍ଚଲ ପ୍ରକୃତିର ହୋଇଥାନ୍ତି ତ ଅନ୍ୟ ପଟେ କୁମ୍ଭ ରାଶିର ଜାତକ ବିଲକୁଲ ଶାନ୍ତ ହୋଇଥାନ୍ତି । ଏମିତିରେ ଏମାନଙ୍କ ମଧ୍ୟରେ ଏକ ପ୍ଲସ – ମାଇନ୍ସ ବାଲା ହିସାବ ଚାଲିଥାଏ । ଏହା ଛଡା ଏମାନେ ପରସ୍ପର ପ୍ରତି ଜଲ୍ଦି ଆକର୍ଷିତ ବି ହୋଇଥାନ୍ତି ।

ଜ୍ୟୋତିଷଙ୍କ ଅନୁସାରେ ତୁଳା ଓ କର୍କଟ ଏହି ଦୁଇଟି ରାଶିର ଜାତକ ଏମିତି ହୋଇଥାଏ କି ଏମାନେ ନିଜର ପାର୍ଟନରକୁ ବହୁତ ଭଲ ଦେଖିବାକୁ ଚାହାନ୍ତି । ଏମିତିରେ ଯେତେବେଳେ ଏମାନେ ପରସ୍ପର ସହିତ ସାକ୍ଷାତ କରନ୍ତି ତେବେ ଏମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ସୋଭାଗ୍ୟଶାଳୀ ପ୍ରମାଣିତ ହୋଇଥାଏ ।

ବୃଷ ଓ କନ୍ୟା ଏହି ଦୁଇ ଟି ଜାତକ ବି ପରସ୍ପର ପାଇଁ ତିଆରି ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ପ୍ରେମ ବହୁତ ଗଭୀର ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଏମାନଙ୍କ ଯୋଡି ସ୍ଵର୍ଗରୁ ତିଆରି ହୋଇଥାଏ । ମୀନ ଓ କର୍କଟ ରାଶିର ଜାତକମାନଙ୍କ ମଧ୍ୟରେ ବି ସମ୍ବନ୍ଧ ବହୁତ ଭଲ ହୋଇଥାଏ । କହିବାକୁ ଗଲେ ବ୍ୟକ୍ତିଗତ ରୂପରେ ଏମାନେ ଦୁଇ ଜଣ ବହୁତ ଭାବୁକ ହୋଇଥାନ୍ତି ।

ଏହା ସହିତ ହିଁ ଏମାନଙ୍କ ସିକ୍ସ ସେଂସ ବି ଭଲ ହୋଇଥାଏ । ଏମିତିରେ ଏମାନଙ୍କ ସମାନତା କାରଣରୁ ଏମାନେ ପରସ୍ପର ଆଡକୁ ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button