କେଉଁ ବାରରେ ପ୍ରଥମ ଋତୁସ୍ରାବ ହେଲେ ପୁତ୍ର ସନ୍ତାନ ଜାତ ହୋଇଥାଏ ? Ajira Anuchinta

ବନ୍ଧୁଗଣ ପ୍ରତେକ ନାରୀ ମାନଙ୍କ ଜୀବନରେ କିଛି ନା କିଛି ଏମିତି ମୂହୁର୍ତ୍ତ ଆସିଥାଏ ଯାହା ସେମାନଙ୍କର କଳ୍ପନା ବାହାରେ ହୋଇଥାଏ । ତେବେ ସେଥି ମଧ୍ୟରୁ ଋତୁସ୍ରାବ ହେଉଛି ଅନ୍ୟତମ । ଯେବେ ନାରୀ ବା ଝିଅ ମାନଙ୍କର ପ୍ରଥମ ଋତୁସ୍ରାବ ହୋଇଥାଏ ସେମାନେ ଏହା ବିଷୟରେ ବିଶେଷ ଭାବେ ଜାଣି ନ ଥାନ୍ତି । ଋତୁସ୍ରାବ ସମୟରେ ଝିଅ ମାନଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ସହ୍ୟ କରିବାକୁ ପଡିଥାଏ । କିନ୍ତୁ ଆମ ଶାସ୍ତ୍ର ଅନୁଯାୟୀ ନାରୀ ମାନେ ଯେବେ ପ୍ରଥମ ରଜସ୍ଵଳା ହୋଇଥାଏ ବା ରଜ ଦର୍ଶନ କରିଥାନ୍ତି ତାହାର କିଛି ବିଶେଷ ମହତ୍ଵ ରହିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସପ୍ତାହ ୭ଟି ବାର ଗୁଡିକର ବିଶେଷ ମହତ୍ଵ ରହିଛି ଯାହା ଆମ ଶାସ୍ତ୍ର ରେ କୁହା ଯାଇଛି । ତେବେ ଏହି ସବୁ ବାର ଗୁଡିକ ମଧ୍ୟ ରୁ ଯେ କୌଣସି ବାର ରେ ନାରୀ ବା ଝିଅ ମାନେ ପ୍ରଥମ ଥର ପାଇଁ ଋତୁସ୍ରାବ ହୋଇଥାନ୍ତି । ଏହି ସମୟରେ ନାରୀ ମାନଙ୍କୁ ଯେତେ ସମ୍ଭବ ଆରାମ କରିବାକୁ ପରାମର୍ଶ ଦିଆ ଯାଇଥାଏ ।
ଋତୁସ୍ରାବ ହେବା ପରେ କିଛି ବିଶେଷ ନିୟମ ମଧ୍ୟ ରହିଛି ଯାହା ନାରୀ ବ ଝିଅ ମାନଙ୍କୁ ମାନିବାକୁ ପଡିଥାଏ । ଏହି ସମୟରେ ନାରୀ ମାନେ ରୋଷେଇ ଘରକୁ ନ ଯିବା, ବିବାହିତା ମହିଳା ସ୍ବାମୀଙ୍କ ଠାରୁ ଅଲଗା ରହିବା, କୁଆଁରୀ ଝିଅ ମାନେ ଯେଉଁ ଦିନ ଋତୁସ୍ରାବ ହୋଇଥିବ ସେହି ଦିନ ସ୍ନାନ ନ କରିବା ଭଳି ନିୟମ ରହିଛି ।
ଶାସ୍ତ୍ର ଅନୁଯାୟୀ ଯଦି ନାରୀର ରବିବାର ଦିନ ଋତୁସ୍ରାବ ପ୍ରଥମ ଥର ପାଇଁ ହୁଏ ତେବେ ସେହି ନାରୀ ରୋଗଯୁକ୍ତା ହୋଇଥାନ୍ତି । ଯଦି ସୋମବାର ଦିନ ନାରୀ ମାନେ ପ୍ରଥମ ଥର ପାଇଁ ରଜ ଦର୍ଶନ କରନ୍ତି ତା ହେଲେ ସେ ନାରୀ ପତୀବ୍ରତା ହୋଇଥାନ୍ତି । ଯେଉଁ ନାରୀ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ରଜସ୍ଵଳା ହୋଇଥାନ୍ତି ସେମାନେ କାମିନୀ ସ୍ଵଭା ଯୁକ୍ତା ହେବାର ବହୁତ ଅଧିକ ସମ୍ଭାବନା ରହିଛି ।
ବୁଧବାର ଦିନ ପ୍ରଥମ ଥର ପାଇଁ ଋତୁସ୍ରାବ ନାରୀ ମାନଙ୍କ ହେଲେ ସୌଭାଗ୍ୟଶାଳି ହୋଇଥାନ୍ତି । ଗୁରୁବାର ଦିନ ଯେଉଁ ନାରୀ ପ୍ରଥମ ଥର ପାଇଁ ରଜସ୍ଵଳା ହୋଇଥାନ୍ତି ସେମାନେ ସର୍ବ ସୁଖ ଯୁକ୍ତା ହୋଇଥାନ୍ତି । ନାରୀ ମାନଙ୍କର ପ୍ରଥମ ମାସିକ ଧର୍ମ ଶୁକ୍ରବାର ଦିନ ହେଲେ ଧନବାନ ହୋଇଥାନ୍ତି ।
ଯଦି ଶନିବାର ଦିନ ନାରୀ ମାନଙ୍କର ପ୍ରଥମ ଥର ପାଇଁ ରଜ ଦର୍ଶନ ବା ଋତୁସ୍ରାବ ହୁଏ ତେବେ ସେହି ନାରୀ ସନ୍ତାନ ଯଶ ହୋଇଥାନ୍ତି । ତେବେ ଶନିବାର ଦିନ ଯେଉଁ ନାରୀ ପ୍ରଥମ ଥର ପାଇଁ ରଜ ଦର୍ଶନ କରିଥାନ୍ତି ସେମାନଙ୍କର ପୁତ୍ର ସନ୍ତାନ ଜାତ ହୋଇଥାଏ ଯାହା ଶାସ୍ତ୍ର ପ୍ରମାଣିତ ଅଟେ ।