ଜ୍ୟୋତିଷ

ଋତୁସ୍ରାବ ସମୟରେ ମହିଳାମାନେ କେତେ ଦିନରେ ପୂଜା କରିବେ ? କେତେ ଦିନରେ ସଂଭୋଗ କରି ପାରିବେ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାସିକ ଧର୍ମ ସମୟରେ ମହିଳାଙ୍କୁ ଅଶୁଦ୍ଧ ବୋଲି କୁହାଯାଇଥାଏ । ମହିଳା ମାନେ ସ୍ପର୍ଶ କରିଥିବା ଖାଦ୍ୟକୁ ପୂଜକ ମାନେ ଗ୍ରହଣ କରନ୍ତି ନାହି ଯଦି ସେମାନେ ଋତୁମତୀ ହୋଇଥାନ୍ତି । ମାସିକ ଧର୍ମ ସମୟରେ ନାରୀମାନେ କାହିଁକି ଅଶୁଦ୍ଧ ହୋଇଥାନ୍ତି ଓ ସେମାନେ କିପରି ଶୁଦ୍ଧ ହୋଇଥାନ୍ତି ଓ କେବେ ଦେବତାଙ୍କୁ ପୂଜା କରିଥାନ୍ତି ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ମାସିକ ଧର୍ମ ସମୟରେ ନାରୀ ମାନେ କେତେ ଦିନ ଅଶୁଭ ରହିଥାନ୍ତି ଓ କେତେ ଦିନରେ ଶୁଦ୍ଧ ହୋଇଥାନ୍ତି ତାହା ମଧ୍ୟ କହିବୁ ।

ଶାସ୍ତ୍ର ଅନୁଯାୟୀ ମାସିକ ଧର୍ମର ପ୍ରଥମ ଦିନରେ ନାରୀକୁ ଚାଣ୍ଡାଳି ବୋଲି କୁହାଯାଏ, ଦ୍ଵିତୟ ଦିନରେ ବ୍ରହ୍ନଘାତିନୀ, ତୃତୀୟ ଦିନରେ ରାଜକୀ ଓ ଚତୁର୍ଥ ଦିନରେ ନାରୀ ଶୁଦ୍ଧ ହୋଇଥାଏ । ପଞ୍ଚମ ଦିନରେ ଶାସ୍ତ୍ର ଅନୁଯାୟୀ ନାରୀ ଦେବ କର୍ମ ଓ ପିତୃ କର୍ମ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ପୂର୍ବ କାଳରେ ନାରିଙ୍କର ଋତୁସ୍ରାବ ୩ରୁ ୪ ଦିନ ମଧ୍ୟରେ ବନ୍ଦ ହୋଇଯାଉଥିଲା ।

କିନ୍ତୁ ଆଜିର ସମୟରେ ଖାଦ୍ୟପେୟ ଓ ଜୀବନ ଶୈଳୀ କାରଣରୁ ଋତୁସ୍ରାବ ଇରରେଗୁଲାର ହେଉଛି ଯାହା ପାଇଁ ନାରିଙ୍କର ୮ରୁ ୧୦ ଦିନ ଯାଏଁ ବ୍ରୀଡିଙ୍ଗ ହେଉଛି । ତେବେ ଏହି ସମୟ ପୂଜା କରିବା ନିଷେଧ ଅଟେ । ଯଦି ଆପଣଙ୍କର ଋତୁସ୍ରାବ ପୁରା ବନ୍ଦ ହୋଇଛି ତେବେ ଆପଣ ୫ମ ଦିନରେ ଶ୍ରାଦ୍ଧ କର୍ମ କରିପାରିବେ ଓ ସବୁ ଦେବିଦେବତାଙ୍କ ପୂଜା କରିପାରିବେ ।

କିନ୍ତୁ ମହାଦେବଙ୍କ ପୂଜା ୭ ଦିନରେ କରିବେ । ତେଣୁ ଘରର ପୂଜା ୭ଦିନରେ କରିବା ଉଚିତ । ପୂର୍ବରୁ ନାରୀ ଋତୁସ୍ରାବ ସମୟରେ ଗୋଟେ ଘରେ ରହିବା ସହ ସଙ୍ଗେ ସଙ୍ଗେ ସ୍ନାନ କରନ୍ତି ନାହି । ଏମିତିକି ଅଗ୍ନି ବା ଜଳକୁ ସ୍ପର୍ଶ କରନ୍ତି ନାହି । ୩ ଦିନ ଯାଏଁ ନାରୀ ରୋଷେଇ କରନ୍ତି ନାହି ପୂର୍ବ କାଳରେ ।

ଯଦି ଆପଣଙ୍କ ଘରେ ଋତୁସ୍ରାବ ସମୟରେ କେହି ନାହାନ୍ତି ତେବେ ସ୍ନାନ କରି ସବୁ କିଛି କରିପାରିବେ । ଶାସ୍ତ୍ର ଅନୁଯାୟୀ ଏହି ସମୟରେ ନାରୀଙ୍କୁ ଗୋଟେ ଘରେ ଆଉ ଅଲଗା ରହିବା ଉଚିତ । ନାରୀଙ୍କୁ ଚତୁର୍ଥ ଦିନ ଶୁଦ୍ଧ ହେବା ସମୟରେ ମୁଣ୍ଡ ଧୋଇବା ସହ ହଳଦୀ ତେଲ ଲଗାଇ ସ୍ନାନ କରିବାକୁ ପଡେ ।

ନିଜ ଶରୀରକୁ ଶୁଦ୍ଧ କରିବା ପାଇଁ ଗୋମୟ, ଗୋବର, ଗୋମୁତ୍ର, କ୍ଷୀର, ଦହି, ଘିଅର ମିଶ୍ରଣ କରି ସେବନ କରିଲେ କାୟା ଶୁଦ୍ଧ ହୁଏ । ସ୍ନାନ କରିବା ପରେ ଆଖିରେ କଳା ଲଗାଇବା ଶୁଭ ହୋଇଥାଏ । ଏହା ସହ ସିନ୍ଦୁର, ବସ୍ତ୍ର ଧାରଣ କରିକି ସଜେଇ ହୋଇ ଚତୁର୍ଥ ଦିନରେ ରୋଷେଇ ଘରକୁ ଯାଇ ଅଗ୍ନି ଓ ଜଳକୁ ପୂଜା କରି ରୋଷେଇ କାମ କରିବେ ।

ଋତୁସ୍ରାବ ହେବାର ୩ ଦିନ କାମ କୌଣସି ସଫା କରିବା ଅନୁଚିତ । ଏହି ୩ ଦିନ ରେଷ୍ଟ ନେବା ଦରକାର । ଚତୁର୍ଥ ଦିନରେ ସ୍ତ୍ରୀ ସ୍ଵାମୀର ସେବା ପାଇଁ ଉପଯୁକ୍ତ ହୋଇଥାନ୍ତି । ଋତୁସ୍ରାବର ହେବାର ଚତୁର୍ଥ ଦିନ ସିନ୍ଦୁର ଲଗାଇପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button