ଜ୍ୟୋତିଷ

Shiv Puran ଅନୁସାରେ ପତ୍ନୀଙ୍କୁ ରଖିବା ଦରକାର ଏହି 7ଟି କଥାର ଧ୍ୟାନ, ନଚେତ ସ୍ଵାମୀ ହେବେ ନାହିଁ କେବେବି ସନ୍ତୁଷ୍ଟ

ନମସ୍କର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀ ସଂସାର ରଥର 2ଟି ଚକ ଯାହା ବିନା ରଥ ବା ସଂସାର ଚାଲି ପାରିବ ନାହିଁ । କିନ୍ତୁ ସୁଖୀ ଦାମ୍ପତ୍ୟ ଜୀବନ ବଞ୍ଚିବାକୁ ହେଲେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତାଳ ମେଳ ରହିବା ଜରୁରୀ । ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ଜଣେ ପତିବ୍ରତା ସ୍ତ୍ରୀକୁ ନିଜ ସ୍ଵାମୀଙ୍କ ସହ କିଭଳି ଆଚରଣ କରିବା ଉଚିତ । ତେବେ ଆସନ୍ତୁ ଜାଣିବା ସେହି 7ଟି କଥା କଣ କଣ ଅଟେ । ଏହି ସବୁ ପାଳନ କଲେ ସ୍ଵାମୀ ହେବେ ଅତ୍ୟନ୍ତ ନିଜର ।

ପ୍ରଥମ: ଯୋଡି ଭଗବାନ ବନାଇଥାନ୍ତି । ତେଣୁ ସ୍ଵାମୀ ରୋଗିଣା ହେଉ ବା ଅସୁନ୍ଦର କିନ୍ତୁ ସ୍ତ୍ରୀକୁ କୌଣସି ପରିସ୍ତିତିରେ ନିଜ ସ୍ଵାମୀର ହାତ ଛାଡିବା ଉଚିତ ନୁହେଁ । ଏବଂ କେବେବି ତାଙ୍କ ଦୋଷ ମଧ୍ୟ ବାହାର କରନ୍ତୁ ନାହିଁ । ଦିତୀୟ: ସ୍ତ୍ରୀକୁ ସବୁବେଳେ ସଜେଇ ହୋଇ ନିଜ ସ୍ଵାମୀ ଆଗକୁ ଯିବା ଉଚିତ । ଯଦି ସ୍ଵାମୀ ବିଦେଶ ଯାଉଛନ୍ତି ତେବେ ସ୍ତ୍ରୀ ସୋଳ ସିଙ୍ଗାର କରନ୍ତୁ ନାହିଁ ।

କିନ୍ତୁ ସିନ୍ଦୁର, ମଙ୍ଗଳ ସୂତ୍ର ଓ ଶଙ୍ଖାକୁ ସବୁବେଳେ ସଜେଇ ହୋଇ ପିନ୍ଧିବେ । ତୃତୀୟ: ସ୍ତ୍ରୀକୁ ସବୁବେଳେ ନିଜ ସ୍ଵାମୀର କଥା ମାନିବା ଦରକାର । ସ୍ଵାମୀ ଡାକିବା ମାତ୍ରେ ତାଙ୍କ ପାଖକୁ ଯିବା ଉଚିତ । ସ୍ଵାମୀ ଯେଉଁ ଆଦେଶ ଦେବେ ତାହାକୁ ପ୍ରସନ୍ନତା ସହ ପାଳନ କରିବା ଦରକାର । ପତିବ୍ରତା ସ୍ତ୍ରୀକୁ ଘର ଦୁଆର ବନ୍ଧରେ ବେସୀ ସମୟ ଠିଆ ହେବା ମଧ୍ୟ ଉଚିତ ନୁହେ । ଏବଂ ସ୍ଵାମିଙ୍କ ଆଜ୍ଞା ବୀନା କୁଆଡେ ଯିବା ବି ଠିକ ନୁହେଁ ।

ଚତୁର୍ଥ: ଉତ୍ତମ ଗ୍ରହଣି ସେହିମାନେ ଅଟନ୍ତି ଯେଉଁମାନେ କମ ଖର୍ଚରେ ନିଜ ଘର ଚଳାନ୍ତି । ଦେବତା, ପିତା ଗାଈ, ଭିକାରି ଏବଂ ସ୍ଵାମୀ ସମସ୍ତଙ୍କୁ ଅନ୍ନ ଭୋଜନ କରେଇସାରିବା ପରେ ହିଁ ନିଜେ ଭୋଜନ କରନ୍ତୁ । ସ୍ୱାମିଙ୍କ ଶୋଇବା ପରେ ହିଁ ନିଜେ ବିଶ୍ରାମ କରନ୍ତୁ । ଏବଂ ସ୍ଵାମୀଙ୍କ ଉଠିବା ପୂର୍ବରୁ ସ୍ତ୍ରୀକୁ ବିଛଣା ଛାଡିବା ଉଚିତ । ପଞ୍ଚମ: ସ୍ତ୍ରୀକୁ ଋତୁସ୍ରାବ ହେବାର ତିନି ଦିନ ପର୍ଯ୍ୟନ୍ତ ନିଜ ମୁହଁ ଦେଖାଇବା ଉଚିତ ନୁହେଁ ।

ସେହି ସମୟରେ ସ୍ବାମୀଙ୍କଠୁ ଅଲଗା ରହିବା ଦରକାର । ଶୁଦ୍ଧତାର ସହ ସ୍ନାନ କରି ସ୍ଵାମୀଙ୍କ ସମୁଖରେ ଉପସ୍ଥିତ ହେବା ଉଚିତ । ଷଷ୍ଠ: ଯେଉଁ ସ୍ତ୍ରୀ ସ୍ଵାମୀ ବାହାରୁ ଆସିବା ପରେ ଅନ୍ନ ଜଳ ଦେଇ ଭଲ ପ୍ରକାରରେ ସେବା କରିଥାଏ । ଯଦି କୌଣସି ଜିନିଷର ଆବଶ୍ୟକତା ଥାଏ ତେବେ ମଧୁର ବଚନରେ ସ୍ଵାମୀକୁ ପ୍ରସନ୍ନ କରିଥାଏ ତା ପରେ ଯାଇ ସମସ୍ତ କଥା କହିବା ଦରକାର ।

ସପ୍ତମ: ଏକମାତ୍ର ସହବାସ ସମୟରେ ହିଁ ନିଜ ସ୍ଵାମୀଙ୍କ ସାମ୍ନାରେ ସ୍ତ୍ରୀ ଜିଦି କ୍ରୋଧ କରିପାରିବ । ଅନ୍ୟ ସମୟରେ ସବୁବେଳେ ସ୍ଵାମୀର କଥାକୁ ମାନିବାକୁ ପଡିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button