Interesting Questions : କଞ୍ଚା ହଳଦିଆ, ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ? ଏହା ସହ ଆହୁରି 10 GK Quiz

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ମଜେଦାର ପ୍ରଶ୍ନ ଯାହାର ଉତ୍ତର ଜାଣିଲେ ଆପଣ ବିଶ୍ଵାସ ମଧ୍ୟ କରିପାରିବେ ନାହିଁ । ଆପଣଙ୍କ ଭାବନାର ବହୁତ ଉର୍ଦ୍ଧରେ ରହିବାକୁ ଯାଉଛି ସମସ୍ତ ପ୍ରଶ୍ନର ଉତ୍ତର । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ ମଜାଦାର ପ୍ରଶ୍ନର ଉତ୍ତର ଯାହା ଆପଣଙ୍କ ହୋସ ଉଡାଇବାକୁ ଯାଉଛି ।
1- କଞ୍ଚାବେଳେ ଲତ ପତ ପାଚିଗଲେ ଟାଣ ଏହାର ଉତ୍ତର କହିଦିଅ ରହିଲା ମୋରାଣ ? ଉତ୍ତର: ମାଟି ହାଣ୍ଡି, ଏହାର ତିଆରି ସାମୟରେ ଆପଣ ଦେଖିଥିବେ କଞ୍ଚା ମାଟି ହେତୁ ଏହା ଲତ ପତ ହେଉଥାଏ କିନ୍ତୁ ପୋଡା ଯିବା ପରେ ଏହା ଟାଣ ହୋଇଯାଏ । 2- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ? ଉତ୍ତର: ଉଙ୍କୁଣି, ଏହାକୁ ମୁଣ୍ଡ ଚୁଟିରୁ ଆମେ ଆଣି ନଖରେ ମାରିଥାଉ ।
3- କହିଳା ଦେଖି କେଉଁ ଫଳର ଆଖି ତିନୋଟି ? ଉତ୍ତର: ନଡିଆ । 4- କାଟିଲେ ରକତ ନାହିଁ କୁଟିଲେ ହାଡ ବି ନାହିଁ କି ଯିବ ସିଏ କହିଲ ଦେଖି ଭାଇ ? ଉତ୍ତର: ଚିଙ୍ଗୁଡି । 5- କାଠର ବାଛୁରି ପଥର ଗାଈ ଯେତେ ଦୁହୁଁଥିଲେ ପହ୍ନାଉଥାଇ ? ଉତ୍ତର: ଚନ୍ଦନ କାଠ ପେଡି । ଏହାକୁ ଯେତେ ଘୋରିଲେ ମଧ୍ୟ ଚନ୍ଦନ କେବେ ହେଲେ ସରେ ନାହିଁ ।
6- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁପଡେ ? ଉତ୍ତର: ବାଷ୍ପ । 7- ଗଛ ଲଗାଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ? ଉତ୍ତର: ଭେଣ୍ଡି । ତେବେ ଭେଣ୍ଡି ଫଳି ଶୁଖିଗଲେ ମଧ୍ୟ ତଳେ ପଡେ ନାହି କାରଣ ତାହାର ନାସି ବହୁତ ଶକ୍ତ ହୋଇଥାଏ । 8- କଞ୍ଚା ହଳଦିଆ, ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ? ଉତ୍ତର: ଖଜୁରୀ କୋଳି ।
9- ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା କହିଲା ଭୋକ ହେଲେ ଖାଇବୁ, ଶୋଷ କଲେ ପିଇବୁ, ସିତା ହେଲେ ଜାଲିବୁ ତାହା କଣ ? ଉତ୍ତର: ନଡିଆ । ନଡିଆର ଫଳକୁ ଆମେ ଖାଇଥାଉ ଏବଂ ତାହାର ପାଣିକୁ ଆମେ ପିଇଥାଉ ଆଉ ଶୁଖିଗଲା ପରେ ନଡିଆ କତା ଜାଳି ମଧ୍ୟ ଦେଇଥାଉ । 10- ଜନମ ମୋର ସମୁଦ୍ର ଜଳେ ହେଲେ ରହିଥାଏ ମୁଁ ରୋଷେଇ ଶାଳେ ? ଉତ୍ତର: ଲୁଣ ।
ଲୁଣ ସମୁଦ୍ରରୁ ମରା ହୋଇଥାଏ କିନ୍ତୁ ରୋଷେଇ ଘରେ ରହି ସମସ୍ତ ଖାଦ୍ଯରେ ବ୍ୟବହାର କରାଯାଏ ଠିକ ନା ବନ୍ଧୁଗଣ । 11- ତାହା କଣ ଯାହା ଭାଙ୍ଗିଲା ପରେ ମଧ୍ୟ ଲୋକ ଖୁସି ହୋଇଯାନ୍ତି ଦୁଃଖ କରିବା ବଦଳରେ ? ଉତ୍ତର: ରେକର୍ଡ