ନୂଆବର୍ଷ 2023, ମେଷ ରୁ ମୀନ ବାର୍ଷିକ ରାଶିଫଳ…. ମାଲକ୍ଷ୍ମୀଙ୍କ କୃପା ରହିବ ଏହି 5ଟି ରାଶି ଉପରେ

ବନ୍ଧୁଗଣ ଆଜିର ବିଷୟ ରହିଛି ସଂପୂର୍ଣ୍ଣ ୧୨ଟି ରାଶି ପାଇଁ କିପରି ରହିବ ୨୦୨୩ ର ନୂଆବର୍ଷ । ନୂଆବର୍ଷର ଅପେକ୍ଷା ତ ଆମେ ସବୁ କରିଥାଉ । ତା ସହ ନୂଆବର୍ଷରେ ଆମର ଦିନ ଗୁଡାକ କେମିତି କଟିବ, କଣ ସବୁ ଖୁସି ଖବର ରହିଛି ଯଦି ତାହା ଆମେ ଜାଣିପାରିବା ତେବେ ନୂଆବର୍ଷର ଆନନ୍ଦ ଦୁଇ ଗୁଣା ବଢିଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ୧୨ଟି ରାଶି ପାଇଁ ନୂଆବର୍ଷ କଣ ସବୁ ନେଇକି ଆସୁଛି, କେଉଁ ରାଶିଙ୍କ ପାଇଁ ଖରାପ ରହୁଛି, କେଉଁ କଥା ପ୍ରତି ସତର୍କ ରହିବାର ଜରୁରତ ଅଛି । ତେବେ ଆସନ୍ତୁ ଆରମ୍ଭ କରିବା ।
ମେଷ ରାଶି : ଆପଣଙ୍କ ପାଇଁ ନବବର୍ଷ ବହୁତ ଭଲ ସମୟ ନେଇକି ଆସିବ । ବର୍ଷର ଦିନ ଗୁଡିକ ବେଶ ଭଲରେ କଟିବ । ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତା ପାଇବେ ।
ବୃଷ ରାଶି : ଆପଣଙ୍କ ଜୀବନରେ ଏମିତି କିଛି ପରିବର୍ତ୍ତନ ଆସୁଛି ଯାହା ଆପଣ କେବେ ଚିନ୍ତା କରିନ ଥିବେ । ନୂଆବର୍ଷ ଆପଣଙ୍କ ପାଇଁ ଉଜ୍ବଲ ଓ ଉନ୍ନତିମୂଳକ ହୋଇ ରହିବ ।
ମିଥୁନ ରାଶି : ଆପଣଙ୍କ ପାଇଁ ନବବର୍ଷ ବିଶେଷ ଫଳପ୍ରଦ ହେଉ ନାହି । ଜୀବନ ସାଧାରଣ ରହିବାର ଅଛି । ନା ଅଧିକ ଭଲ ନା ଖରାପ ରହିବ ।
କର୍କଟ ରାଶି : ଆପଣଙ୍କ ପାଇଁ ନବବର୍ଷ ଠାରୁ ଯେମିତି ଚାହିଁବେ ସେମିତି ସମୟ କଟାଇପାରିବେ । ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ ।
ସିଂହ ରାଶି : ଆପଣଙ୍କୁ ମାନ ସମାନ, ପଦ ପ୍ରତିଷ୍ଠା ହେବ । ସମାଜରେ ଖ୍ୟାତି ବଢିବ । ଲୋକଙ୍କ ପାଇଁ ଆଦର୍ଶ ହେବେ । କ୍ଯାରିୟରରେ ବେଶ ଉନ୍ନତି କରିବେ ।
କନ୍ୟା ରାଶି : ନବବର୍ଷଟି ଆପଣଙ୍କ ପାଇଁ ବେସ ଫଳଦାୟକ ରହିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବା ସହ ମାନ ସମ୍ମାନରେ ବୃଦ୍ଧି ହେବ ।
ତୁଳା ରାଶି : ନୂଆବର୍ଷ ଆପଣଙ୍କ ପାଇଁ ସୁଖ ସମୃଦ୍ଧି ନେଇକି ଆସୁଛି । ପାରିବାରିକ କଳହ ଦୂର ହେବ । ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ ।
ବିଛା ରାଶି : ଆପଣଙ୍କ ପାଇଁ ନୂଆବର୍ଷ ବେସ ଫଳପ୍ରଦ ରହିବ । କାର୍ଯ୍ୟ କ୍ଷେତ୍ରରେ ଆଖି ଦୃଷ୍ଟିଆ ସଫଳତା ପାଇବେ । ଯାନବାହାନ କ୍ରୟ କରିବେ ।
ଧନୁ ରାଶି : ଏହି ନୂଆବର୍ଷ ଆପଣଙ୍କ ପାଇଁ ବିଭିନ୍ନ ଦିଗରୁ ସଫଳତା ମିଳିବ । ସୁଖ ସମୃଦ୍ଧି ନେଇକି ଆସିବ । ଦାଂପତ୍ଯ ଜୀବନ ବହୁତ ଭଲରେ କଟିବ ।
ମକର ରାଶି : ଆପଣଙ୍କ ପାଇଁ ନୂଆବର୍ଷ ଫଳପ୍ରଦ ହେଉ ନାହି । ଅଯଥା ଖର୍ଚ୍ଚ ହୋଇପାରେ । ସର୍ବଦା କିଛି ନା କିଛି ଧନ ଜନିତ ସମସ୍ୟା ଲାଗି ରହିବ ।
କୁମ୍ଭ ରାଶି : ଆସୁଥିବା ନୂଆବର୍ଷ ଆପଣଙ୍କ ପାଇଁ ଭଲ ହିଁ ଭଲ ପରିଣାମ ନେଇକି ଆସିଛୁ । ଦାଂପତ୍ଯ, ଚାକିରି, ବ୍ୟବସାୟ ଦୃଷ୍ଟିରୁ ଶୁଭ ପରିଣାମ ମିଳିବ ।
ମୀନ ରାଶି : ଆପଣଙ୍କ ପାଇଁ ନବବର୍ଷ ଅନେକ ସଫଳତା ମିଳିବ । ମାନ ସମ୍ନାନରେ ବୃଦ୍ଧି ହେବ । ଅଧିକରୁ ଅଧିକ ଲୋକ ଆପଣଙ୍କ ସହ ମିସିବେ ।