ଜ୍ୟୋତିଷ

କୁମ୍ଭ ରାଶି ( Aquarius ), ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ” ଗୁପ୍ତ କଥା “

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କର କିଛି ଗୁପ୍ତ କଥା କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ପସନ୍ଦ କରିବେ । ଏହି ସବୁ ବିଷୟ ଜାଣିବା ନିହାତି ଜରୁରୀ ଅଟେ । କୁମ୍ଭ ରାଶିର ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃତ୍ୟୁ ଯାଏଁ କିଛି ଗୁପ୍ତା କଥା ଚାଲନ୍ତୁ ଜାଣିବା । କୁମ୍ଭ ରାଶି ୩ ଭାଗରେ ବିଭକ୍ତ ଯଥା ୨୩/୧୧ ଘନିଷ୍ଠା ନକ୍ଷତ୍ର, ୨୪/୧୧ ସତାଭିସ ନକ୍ଷତ୍ର, ୨୫/୧୧ ପୂର୍ବଭଦ୍ରା ନକ୍ଷତ୍ର । ଏମାନଙ୍କର ଶୁଭ ବାର ସୋମବାର, ମଙ୍ଗଳବାର, ଶନିବାର । ଶୁଭ ସଂଖ୍ୟା ୨,୩,୬,୯ । ଉତ୍ତମ ଫଳ ବୃଷ, ମିଥୁନ, କନ୍ୟା, ମକର, କୁମ୍ଭ ରାଶି ।

ଶୁଭ ରଙ୍ଗ କଳା, ବାଇଗଣି, ନୀଳ, ସବୁଜ । ଶୁଭ ଦିଗ ପଶ୍ଚିମ, ଘାତବାର ଗୁରୁବାର । ଶନି ଗ୍ରହ ଶାନ୍ତି ପାଇଁ ପୂଜା, ସୀସା ଶନିବାରରେ ପୂଜା କରି ପିନ୍ଧିବା ଦ୍ଵାରା ଏବଂ ପ୍ରଭୁ ହନୁମାନଙ୍କ ପୂଜା କରିବା ସହ ପ୍ରଦଶା ବ୍ରତ ପାଳନ କରିଲେ ଗ୍ରହ ଶାନ୍ତି ହୋଇଥାଏ । କୁମ୍ଭ ରାଶିର ବ୍ୟକ୍ତିଙ୍କ ସ୍ଵାମୀ ଗ୍ରହ ଶନି ଅଟନ୍ତି ସେଥିପାଇଁ ଶନି ମନ୍ଦିର ଯିବ ଓ ହନୁମାନ ଜୀ ଙ୍କ ପୂଜା କରିଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ଗୁଣ ଓ ସ୍ଵଭାବ ବିଷୟରେ ।

ଏମାନେ ସାନ୍ତ, ଚିନ୍ତାଶୀଳ, ସହାନୁଭୂତିଶୀଳ, କଳାପ୍ରେମୀ ଅଟନ୍ତି । ଏମାନେ ରାଜନୀତି ପ୍ରିୟ ଅଟନ୍ତି । ଦାନ୍ତ ସମସ୍ଯା, ପେଟ, ଚର୍ମ, ହାତରେ ଆଘାତ ଲାଗିବା, ବାତ ରୋଗ ଭଳି ସମସ୍ଯା ଏମାନଙ୍କର ଦେଖାଯାଏ । କୁମ୍ଭ ରାଶିର ବ୍ୟକ୍ତି ଇଞ୍ଜିନିୟର, ଶିକ୍ଷକ, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟୀ, ଖଣିଜ ପଦାର୍ଥ ବ୍ୟବସାୟରେ ଶୁଭ ଫଳ ମିଳିଥାଏ । ଜୀବନରେ ବିଶ୍ରାମ ଜମା ବି ମିଳେ ନାହି । କେତେକ ବନ୍ଧୁଙ୍କ ସହଯୋଗ ଏମାନଙ୍କୁ ସର୍ବଦା ସହାୟକ ହୋଇଥାଏ । କିଛି ବନ୍ଧୁ ହଠାତ କିଛି ସମସ୍ଯା ସୃଷ୍ଟି କରିଥାନ୍ତି ।

ଛାତ୍ରଛାତ୍ରୀ ମାନେ ପଠନ ପ୍ରିୟା ହୋଇଥାନ୍ତି । ଶିକ୍ଷା କ୍ଷେତ୍ରରେ ଭଲ ଫଳ ଆଣିଥାନ୍ତି । ଦାନ ପୂଣ୍ୟ କ୍ଷେତ୍ରରେ, ଧର୍ମ କାର୍ଯ୍ୟରେ, ଯଜ୍ଞ ଓ ପୂଜା ପାଠରେ ଆଗ୍ରହୀ ହୋଇଥାନ୍ତି । ଚଞ୍ଚଳ ପ୍ରକୃତି, ବୁଦ୍ଧିମାନ, ଉତ୍ତମ ବ୍ୟବହାର, ସମସ୍ତଙ୍କୁ ଆକ୍ରୁଷ୍ଟ କରିଥାଏ । ପଶୁ ପାଳନରେ ଆଗ୍ରହୀ ହୋଇଥାନ୍ତି । ଆପଣ ଲେଖକ, ହସ୍ତକଳା, ନୃତ୍ୟୁ ଓ ଗୀତ କ୍ଷେତ୍ରରେ ସମ୍ମାନ ଅର୍ଜନ କରିବେ । ଦେବୀ ଶକ୍ତିରେ ଆଶୀର୍ବାଦ ହେତୁ ଜୀବନରେ ଧନର ଭାବ ଦେଖାଯାଏ ନାହି । ଅପମାନିତ ହେବେ ନାହି ।

ଆୟ ଅନୁଯାୟୀ ଖର୍ଚ୍ଚୀ ସ୍ଵଭାବରେ ରହିବେ । ଏମାନଙ୍କୁ ଧଳା ଓ ନୀଳ ରଙ୍ଗ ପ୍ରିୟ ହୋଇଥାଏ । ନିଜର ବଚନକୁ ରକ୍ଷା କରିବାକୁ ତତ୍ପର ରହିଥାନ୍ତି । କାହାକୁ କଥା ଦେଇ କଥା ଭାଙ୍ଗିବା ପସନ୍ଦ ନୁହେଁ । ବନ୍ଧୁତା କରିବାକୁ ପସନ୍ଦ କରିଥାନ୍ତି । ୬୨ ବର୍ଷରୁ ୮୨ ବର୍ଷ ମଧ୍ୟରେ ଅସାଧ୍ୟ ରୋଗ ଆକ୍ରାନ୍ତ କରିଥାଏ । ୮୦, ୮୨ ବର୍ଷ ବୟସରେ ଶାରୀରିକ କଷ୍ଟ ଅଧିକ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button