ଜ୍ୟୋତିଷ

April ମାସରେ ମହା ଚର୍ତୁଗ୍ରହୀ ଯୋଗ, 5ଟି ରାଶି ବିଶେଷ ସାବଧାନ

ଜୀବନରେ ବହୁତ କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ । କିଛି ସମସ୍ୟାର ପ୍ରତିକାର ମଧ୍ୟ ରହିଥାଏ । ସେହି ପ୍ରତିକାର କରିବା ଦ୍ଵାରା କିଛି କିଛି ସମସ୍ଯା ଦୂର ହୋଇଥାଏ । ଜୀବନରେ ଯାହା କିଛି ସମସ୍ଯା ଥାଏ ରାଶି ମାନଙ୍କ ଚଳନ ହେତୁ ମନୁଷ୍ୟ ମାନଙ୍କର ଜୀବନରେ ପରିବର୍ତ୍ତନ ଆସିଥାଏ । ଏହି ଏପ୍ରିଲ ମାସରେ ଚାତୁରଗ୍ରହୀ ଯୋଗ ରହିଛି ଏହା ଦ୍ଵାରା ୫ଟି ରାଶିରେ ବହୁତ ବରିବର୍ତ୍ତନ ହେବାକୁ ଯାଉଛି ।

ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ । ପ୍ରଥମେ ରହିଛି ମେଷ ରାଶି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ କିଛି ଖରାପ ହୋଇପାରେ । ଏହା ପ୍ରତି ସାବଧାନ ରହିବା ଉଚିତ । ଅଯଥାରେ ଧନର ଖର୍ଚ ହେବ । ଜୀବନ ସାଥିଙ୍କ ସହ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇପାରେ । ବହୁତ କ୍ରୋଧ କାରଣରୁ କୌଣସି କାର୍ଯ୍ୟରେ ଅସୁବିଧାର ସମୁଖୀନ ହୋଇପାରନ୍ତି । ପରିବାର ଲୋକଙ୍କ ସହ ସବୁବେଳେ ନିକଟବର୍ତ୍ତୀ ହୋଇ ରହିବାକୁ ଚେଷ୍ଟା କରନ୍ତୁ ।

ଏହା କରିବା ଦ୍ଵାରା ଯାହା ସମସ୍ଯା ଆସିବ ପରିବାର ସହଯୋଗ ରହିବ । ଦ୍ଵିତୀୟରେ ରହିଛି ସିଂହ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କିଛି ସମସ୍ଯା ଆସିପାରେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ କିଛି ସମସ୍ଯା ଆସିପାରେ । କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବହୁତ ସାବଧାନତାର ସହ କାର୍ଯ୍ୟ କରିବାକୁ ହେବ । ବିରୋଧିର ଶତ୍ରୁ ଆପଣଙ୍କ ବିରୁଦ୍ଧରେ କୌଣସି ଷଡଯନ୍ତ୍ର କରିବେ । ସେଥିଲାଗି ସତର୍କ ରହିବା ଉଚିତ । ଅଯଥା ବାଦବିବାଦରୁ ଦୂରେଇ ରହିବା ଉଚିତ ।

ଏହା କରିବା ଦ୍ଵାରା ସମସ୍ତ ସମସ୍ଯା ଦୂର ହୋଇଯିବ । ତୃତୀୟରେ ରହିଛି ତୁଳା ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନ ବହୁତ ଭଲ ରହିବ । ସବୁ କାର୍ଯ୍ୟରେ ସଫଳ ହେବେ । ଉଚ୍ଚ ସହକର୍ମୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପିତ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମଧ୍ୟ ହେବ । ପରିବାରରେ କୌଣସି ଗୁରୁତ୍ୱୋପୂର୍ଣ ନିସ୍ପତି ନେବେ । ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ପାଇବ । ସେଥିଲାଗି ଆପଣ ବହୁତ ଚିନ୍ତିତ ରହିବେ । ଦାଂପତ୍ଯ ଜୀବନରେ ମନାନ୍ତର ମତାନ୍ତର ମଧ୍ୟ ରହିବ । ପରିବାର ଲୋକଙ୍କ ସହ ସାମଞ୍ଜସ୍ଯ ବଜାଇ ରଖନ୍ତୁ ।

ଚତୁର୍ଥରେ ରହିଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କିଛି ସମସ୍ଯା ରହିପାରେ । ଆଯ ତୁଳନାରେ ବ୍ଯୟର ଭାର ବୃଦ୍ଧି ପାଇବା ସହିତ ବ୍ୟବସାୟ କ୍ଷେତ୍ରରେ କ୍ଷତିର ସମ୍ଭାବନା ରହିଛି । କୌଣସି ଛୋଟ କାମ ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ସମାଜରେ ମାନସନ୍ନମାନରେ ବୃଦ୍ଧି ପାଇବ । ପଞ୍ଚମରେ ରହିଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ଭଲ ରହିବ । ଯାହା କରିବାକୁ ଚାହିବେ ତାହା ବହୁତ ସହଜରେ କରିପାରିବେ । ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button