ଜ୍ୟୋତିଷ

ମଙ୍ଗଳ ବାରଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାମ ! ପରିବାର ହୋଇଯିବ ବର୍ବାଦ

ଶାସ୍ତ୍ର ଅନୁସାରେ ବହୁତ କିଛି ନିୟମ ରହିଛି । ସବୁ ନିୟମକୁ ମାନିବା ଦ୍ଵାରା ସବୁ କିଛି ଶୁଭ ହୋଇଥାଏ । ବହୁ ପୂର୍ବରୁ କୁହାଯାଇଛି ଜୀବନରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ । ହିନ୍ଦୁ ଧର୍ମରେ ମଙ୍ଗଳକୁ ଯୁଦ୍ଧର ଦେବତା ମାନାଯାଇଥାଏ । ମଙ୍ଗଳବାର ହନୁମାନଙ୍କର ବହୁତ ପ୍ରିୟା ବାର ହୋଇଥାଏ । ଆଜି ଆସନ୍ତୁ ଜାଣିବା ମଙ୍ଗଳ ବାରଦିନ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷ ଖାଇବା ଅନୁଚିତ । କେଉଁ ୩ଟି କାମ କରିବା ଉଚିତ ନୁହେଁ ।

ପ୍ରଥମ କାମଟି ହେଉଛି ମଙ୍ଗଳ ବାରଦିନ କୌଣସି ନୂତନ କାମ ଆରମ୍ଭ କରନ୍ତୁ ନାହିଁ । ବ୍ୟବସାୟ କ୍ଷେତ୍ରରେ ହେଉଁ ବା ଚାକିରି କ୍ଷେତ୍ରରେ ହେଊଁ କୌଣସିବି ନୂତନ କାର୍ଯ୍ୟ କରନ୍ତୁ ନାହିଁ । ଦ୍ବିତୀୟରେ କୌଣସି ବାହାର ଜାଗାକୁ ବୁଲିବାକୁ ଯାତ୍ରା କରନ୍ତୁ ନାହିଁ । ପରିବାର ଲୋକଙ୍କ ସହ ହେଊଁ ବା କୌଣସି ସାଙ୍ଗ ସାଥିଙ୍କ ସହ ହେଊଁ ଦୂର ଯାତ୍ରା କରନ୍ତୁ ନାହିଁ । ମଙ୍ଗଳକୁ ପାପ ଗ୍ରହ ମାନାଯାଇଥାଏ । ସେଥିଲାଗି ମଙ୍ଗଳ ବାରଦିନ ସାବଧାନ ରହିବା ଉଚିତ ।

ତୃତୀୟରେ ମଙ୍ଗଳ ବାରଦିନ ମନ୍ଦିର ଜୀବ ସମୟରେ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଏବଂ ମଙ୍ଗଳ ବାରଦିନ କ୍ଷୀର କିଣନ୍ତୁ ନାହିଁ ବା କ୍ଷୀର ପିଅନ୍ତୁ ନାହିଁ । ମଙ୍ଗଳ ବାରଦିନ ଏହି ୩ଟି କାମ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ବହୁତ ସଙ୍କଟରେ ଆସିଥାଏ ବା ଧନର ସମସ୍ଯା ମଧ୍ୟ ଆସିଥାଏ । କୌଣସି ନା କୌଣସି ସମସ୍ଯା ଜୀବନକୁ ଆସିଥାଏ । ମଙ୍ଗଳ ବାରଦିନ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ,ଏହା କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ମଙ୍ଗଳ ବାରଦିନ ମହିଳା ମାନଙ୍କୁ ଶ୍ରୀଙ୍ଗାର ଜିନିଷ କିଣିବା ଉଚିତ ନୁହେଁ ।

ଏହା କାଲେ ବୈବାହିକ ଜୀବନରେ କୌଣସି ସମସ୍ଯା ଆସିପାରେ । ଏହି ଦିନ ବିରି ଖାଆନ୍ତୁ ନାହିଁ ,ଏହା କାଲେ ଶନି ଓ ମଙ୍ଗଳ  ସଂଯୋଗ ଆପଣଙ୍କ ପାଇଁ ବହୁତ କଷ୍ଟ ହୋଇଥାଏ । ମଙ୍ଗଳ ବାରଦିନ ଗୁଡ ଓ ଚଣାର ଭୋଗ ଚଢାନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଶାରୀରିକ ବଳ ଓ ବୁଦ୍ଧି ପ୍ରାପ୍ତି ହେବ । ମଙ୍ଗଳ ବାରଦିନ ଲାଲ ମସୁର ଡାଲି ଓ ଗୁଡର ଦାନ କରିବା ଉଚିତ । ଏହା କରିବା ଦ୍ଵାରା ଘରୁ ଦୁଃଖ କଷ୍ଟ ଓ ଦରିଦ୍ରତା ଦୂର ହୋଇଯାଇଥାଏ ।

ମଙ୍ଗଳ ବାରଦିନ ହନୁମାନ ମନ୍ଦିର ଯାଇ ନାଲି ଫୁଲ ଓ ସିନ୍ଦୁର ଅର୍ପଣ କରନ୍ତୁ , ଏହା ଦ୍ଵାରା ହନୁମାନ ପ୍ରସନ୍ନ ହୋଇଥାନ୍ତି । ହନୁମାନ ମନବାଞ୍ଛା ଫଳ ପ୍ରାପ୍ତି କରିଥାନ୍ତି । ଏହା ସହିତ ହନୁମାନ ଚାଳିଶ ପାଠ କରନ୍ତୁ । ହନୁମାନ ଚାଳିଶ ପାଠ କରିବା ଦ୍ଵାରା ବ୍ୟକ୍ତିଙ୍କ ଜୀବନରୁ ସବୁ ନକରାତ୍ମକ ପ୍ରଭାବ ଦୂର ହୋଇରଥାଏ ,ଏବଂ ଶରୀରରୁ ସବୁ ବିକାର ନଷ୍ଟ ହୋଇଯାଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button