ଝିଅ ଶାଶୁଘରକୁ ଯିବା ସମୟରେ ଭୁଲରେ ବି ଏହି ସବୁ ଜିନିଷ ଦିଅନ୍ତୁ ନାହିଁ, ସ୍ୱାମୀର ଆୟୁଷ କମି ଯାଇଥାଏ ।

ବନ୍ଧୁଗଣ ପ୍ରତେକ ବାପା-ମା ଙ୍କ ଜୀବନରେ ଝିଅର ବାହାଘର ବହୁତ ବଡ ଖୁସିର କଥା ହୋଇଥାଏ । ଝିଅଟି ନୂଆ ପରିବାରକୁ ପାଇ ଖୁସି ହୋଇଥାଏ ତ ଅନ୍ୟ ପଟେ ବିଦାୟୀ ସମୟ ଦୁଖୀ ହୋଇଥାଏ । ସମସ୍ତଙ୍କ ବାପା-ମା ନିଜ ଝିଅର ବାହଘର ଧୂମଧାମରେ କରିବା ପାଇଁ ସପ୍ନ ଦେଖିଥାନ୍ତି । ସବୁ ବାପା-ମା ସାମର୍ଥ୍ୟ ଅନୁଯାୟୀ ଝିଅ କୁ ଶାଶୁଘରକୁ ଯିବା ସମୟରେ ସବୁ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି ।
ଏହା ସହ ଝିଅକୁ ସଂସ୍କାର, ପାରିବାରିକ ମୂଲ୍ୟ କଥା ମଧ୍ୟ ଶିଖାଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଶାଶୁଘରକୁ ଯିବା ବେଳେ ଝିଅକୁ କେଉଁ ଜିନିଷ ଦେବା ଉଚିତ ଓ ଅନୁଚିତ ଅଟେ । ୧- ଯେଉଁ ଘରେ ମା ଅର୍ଣ୍ଣପୂର୍ଣ୍ଣାଙ୍କ ପୂଜା କରାଯାଏ ସେଠାରେ ଧନ ସମ୍ପତିର ଅଭାବ ହୁଏ ନାହିଁ । ସେଥିପାଇଁ ବାପା-ମା ଝିଅର ବାହାଘରରେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟୋ ନିଶ୍ଚୟ ଦେବା ଉଚିତ । ତେବେ ଯାଇ ଶାଶୁଘରର ଉନ୍ନତି ଓ ସମୃଦ୍ଧି ହେବ ।
୨- କେତେକ ଲୋକ ନିଜ ଝିଅଙ୍କୁ ଶ୍ରୀ କୃଷ୍ଣଙ୍କ ମୂର୍ତ୍ତି ଦେଇଥାନ୍ତି । ଏହାର ଅର୍ଥ ଏହା କି ଝିଅ ଜୀବ ନାରେ ବିବାହ ପରେ ଏକ ବାଳକୃଷ୍ଣ ତାର ସନ୍ତାନ ଭାବେ ଜନ୍ମଗ୍ରହ କରୁ ।
୩- ଝିଅ ଶାଶୁଘରକୁ ଯିବା ସମୟରେ ତା ହାତରେ ମହା ଗ୍ରନ୍ଥ ଯେଉଁଥିରେ ଅନେକ କଥା ଲେଖାଯାଇଛି ଦେବା ନିଶ୍ଚୟ ଆବଶ୍ୟକ । ଏହା କରିଲେ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିଥାଏ ।
୪- ଝିଅ ଶାଶୁଘରକୁ ଯିବା ସମୟରେ ଗଣେଶଙ୍କ ମୂର୍ତ୍ତି କେବେ ଦେବା ଉଚିତ ନୁହେଁ । ଏମିତି ମାନ୍ୟତା ଅଛି ଗଣେଶଙ୍କ ସହ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଯଦି ଦେବାକୁ ଚାହୁଁଛନ୍ତି ତେବେ ବିରାଜମାନ ଅବସ୍ଥାରେ ଗଣେଶଙ୍କ ମୂର୍ତ୍ତି ଦିଅନ୍ତୁ । ବାମ ପଟେ ଶୁଣ୍ଢ ଥିବା ଗଣେଶ ଙ୍କ ମୂର୍ତ୍ତି ଝିଅଙ୍କୁ ଦେବା ଉଚିତ । କେବେ ବି ଠିଆ ହୋଇଥିବା ଗଣେଶ ଙ୍କ ମୂର୍ତ୍ତ ଦେବା ଉଚିତ ନୁହେଁ ।
୫- ଝାଡୁ ସମସ୍ତଙ୍କ ଘରେ ଲକ୍ଷ୍ମୀ ଙ୍କ ଭଳି ପୂଜା କରାଯାଏ । ଯଦି ଝିଅ ବିଦାୟୀ ବେଳେ ଆପଣ ଝିଅକୁ ଅନ୍ୟ ଜିନିଷ ସହ ଝାଡୁ ଦେଉଛନ୍ତି ତେବେ ମନେ ରଖନ୍ତୁ ଆପଣ ନିଜ ଘରୁ ଲକ୍ଷ୍ମୀଙ୍କୁ ଦେଉଛନ୍ତି । ତେଣୁ ଝାଡୁ କେବେ ଦେବା ଉଚିତ ନୁହେଁ ।
୬- ଝିଅ ଶାଶୁଘରକୁ ଯିବା ସମୟରେ ଲୁହା ଜାତୀୟ ଜିନିଷ ଯେମିତି ଛୁରୀ ଇତ୍ୟାଦି ଦେବା ଉଚିତ ନୁହେଁ । ଏହା ଦ୍ଵାରା ଜୀବନରେ ରାଗ ରୁଷା ଦେଖାଯାଏ ।
୭- ଯେଉଁ ପ୍ରକାରରେ ରାମାୟଣରେ ସ୍ଵାମୀ ସ୍ତ୍ରୀଙ୍କ ଜୀବନକୁ ସୁଖୀ କରିବା ପାଇଁ କୁହାଯାଇଛି ଏହାର ବିପରୀତ ମହାଭାରତରେ ପାରିବାରିକ କଳହ, ରାଜନୀତି, ଗଣତନ୍ତ୍ର ର ବର୍ଣ୍ଣନା କରାଯାଇଛି । ଏହାକୁ ଝିଅକୁ ବିଦାୟୀ ସମୟରେ ମହାଭାରତ ପୁସ୍ତକ ଭୁଲରେ ବି ଦିଅନ୍ତୁ ନାହିଁ । ଭଗବତ ଗୀତା, ରାମାୟଣ ପୁସ୍ତକ ନିଶ୍ଚୟ ଦିଅନ୍ତୁ ।