ୟୁପିଆଇକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି

ୟୁପିଆଇ ସାହାଯ୍ୟରେ ଅଧିକାଂଶ ଲୋକେ ଖୁବ୍ କମ୍ ସମୟ ଓ ସହଜରେ ଟଙ୍କା ନେଣଦେଣ କରିଥାନ୍ତି । ମାତ୍ର ବର୍ତ୍ତମାନ ୟୁପିଆଇକୁ ନେଇ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନ୍ପିସିଆଇ) ୧ ଏପ୍ରିଲ୍ ୨୦୨୫ରେ ଲାଗୁ ହେବାକୁ ଯାଉଥିବା ନିୟମ ଜାରି କରିଛି । ୟୁପିଆଇର ସୁରକ୍ଷା ବୃଦ୍ଧି କରିବା ପାଇଁ ଏନ୍ପିସିଆଇ ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ଏନ୍ପିସିଆଇ ନିଜର ଅଫିସିଆଲ୍ ପୋର୍ଟାଲରେ ନୂଆ ଅପଡେଟ୍ ଜାରି କରିଛି । ବ୍ୟାଙ୍କ ସେହି ମୋବାଇଲ୍ ନମ୍ବରକୁ ନିୟମିତ ରୂପରେ ଡିଲିଟ୍ କରିବେ, ଯାହା ବନ୍ଦ ହୋଇ ସାରିଛି । କିମ୍ବା ବ୍ୟବହାର କରାଯାଉନାହିଁ । ଏହି ଅପଡେଟ୍ ସପ୍ତାହକୁ ଥରେ ନିଶ୍ଚୟ କରାଯିବ । ନୂଆ ନିୟମ ସାହାଯ୍ୟରେ ଏନ୍ପିସିଆଇ ଭୁଲ୍ ଟଙ୍କା ନେଣଦେଣକୁ ରୋକି ପାରିବ । ଏହାସହ ୟୁପିଆଇ ପେମେଣ୍ଟ ସିଷ୍ଟମକୁ ଅଧିକରୁ ଅଧିକ ସୁରକ୍ଷିତ କରି ପାରିବ । ଏହି ନୂଆ ନିୟମ ଆସନ୍ତା ମାସ ଅର୍ଥାତ ୧ ଏପ୍ରିଲରୁ ଲାଗୁ ହେବ। ଗତ ବର୍ଷ ଜୁଲାଇରେ ଏନ୍ପିସିଆଇର ଏକ ବୈଠକ ହୋଇଥିଲା। ଏନ୍ପିସିଆଇ ୧୬ ଜୁଲାଇରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ, ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ନିୟମିତ ଭାବେ ସେମାନଙ୍କର ସିଷ୍ଟମକୁ ଅପଡେଟ୍ କରିବେ। ଏହି ବୈଠକ ସମୟରେ ଅନେକ ଗ୍ରୁପ୍ରେ ଚର୍ଚ୍ଚା କରାଯାଇଥିଲା। ଏହାର ବୈଠକର ଉଦ୍ଦେଶ୍ୟ ୟୁପିଆଇ ନମ୍ବର ନୂଆ ନିୟମ ଅନୁଯାୟୀ ବ୍ୟାଙ୍କ ଓ ପେମେଣ୍ଟ ସେବାକୁ ନିଜ ତାଲିକାରେ ନିୟମିତ ଅପ୍ଡେଟ୍ କରାଯାଇ ପାରିବ। ନମ୍ବର ସେହି ସମୟରେ ହିଁ ଅପ୍ଡେଟ୍ ହେବ, ଯେତେବେଳେ ଆପଣଙ୍କ ଅନୁମତି ମିଳିବ।
ଆପ୍ରେ କଦାପି ବାଧ୍ୟତାମୂଳକ ମେସେଜ୍ ମିଳିବ ନାହିଁ। ୟୁପିଆଇ ଉପଭୋକ୍ତାଙ୍କର ପଞ୍ଜିକୃତ ମୋବଇଲ୍ ନମ୍ବର ଗୁଡିକୁ ଅପ୍ଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ଏହା ଉପଭୋକ୍ତାଙ୍କର ଅନୁମତି ନେବ। ଅପ୍ଟ-ଇନ୍ ବିକଳ୍ପ ରହିବ। କୌଣସି ବାଧ୍ୟତାମୂଳକ ସମ୍ମତି ପ୍ରକ୍ରିିୟା ହେବ ନାହିଁ। ଏହି ନିୟମ ଅନୁସାରେ ବ୍ୟାଙ୍କଗୁଡିକରେ ନିୟମିତ ବନ୍ଦ ହୋଇଥିବା କିମ୍ବା ନୂଆ ଉପଭୋକ୍ତାଙ୍କ ପାଇଁ ପୁନଃ ବଣ୍ଟନ ମୋବାଇଲ୍ ନମ୍ବର ଗୁଡ଼ିକୁ ଡିଲିଟ୍ କରାଯିବ। ଏହାର ୟୁପିଆଇରେ ହେଉଥିବା ତ୍ରୁଟିକୁ ରୋକିବାରେ ସାହାଯ୍ୟ କରିବ । ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ନିୟମ ବେଶ ଗୁରୁତ୍ୱପୂର୍ଣ୍ଣ । ଏନ୍ପିସିଆଇ ୧୬ ଜୁଲାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନେଇଥିବା ନିଷ୍ପତ୍ତି ଅନୁଯାୟୀ, ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀ ନିୟମିତ ଭାବେ ସେମାନଙ୍କର ସିଷ୍ଟମକୁ ଅପଡେଟ୍ କରିବେ। ଏହି ପଦକ୍ଷେପ ଉପଭୋକ୍ତାଙ୍କୁ ଠକେଇରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିବ। ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପାଇଁ ଉପଭୋକ୍ତାଙ୍କୁ ନୂଆ ନିୟମ ଅନୁଯାୟୀ, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏନ୍ପିସିଆଇ ବ୍ୟାଙ୍କ ଏବଂ ୟୁପିଆଇ ସେବା ପ୍ରଦାନକାରୀଙ୍କୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ୧ ଏପ୍ରିଲ୍ ୨୦୨୫ ଠାରୁ ସମସ୍ତ ବ୍ୟାଙ୍କକୁ ଏନପିସିଆଇକୁ ମାସିକ ରିପୋର୍ଟ ଦେବାକୁ ପଡିବ। ଏଥିରେ ୟୁପିଆଇ ଆଇଡି, ସକ୍ରିୟ ଉପଭୋକ୍ତା, ଅପ୍ଡେଟ୍ ହୋଇଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ବ୍ୟବସାୟ ଆଦି ଅନ୍ତର୍ଭୁକ୍ତ। ଏହି ରିପୋର୍ଟ ସିଷ୍ଟମର ସ୍ୱଚ୍ଛତା ଓ ସୁରକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବ। (ଏନ୍ପିସିଆଇ) ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୟୁପିଆଇକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପରିଚାଳନା କରିଥାଏ । ଏହା ଏକ ସୁରକ୍ଷା ସିଷ୍ଟମ୍ ଓ ଧିରେ ଧିରେ ଏହାର ବିସ୍ତାର ଦୁନିଆର ଅଧିକାଂଶ ଦେଶରେ ହେଉଛି ।