ଜ୍ୟୋତିଷ

ପ୍ରକୃତରେ କେଉଁ ଠାକୁରଙ୍କୁ ପୂଜା କରିବା ଉଚିତ? ଜାଣନ୍ତୁ ଗୀତାରେ କଣ କହିଛନ୍ତି ଶ୍ରୀକୃଷ୍ଣ- Geeta Gyan

ବନ୍ଧୁଗଣ, ନମସ୍କାର, । ଭାଗବତ ଗୀତା ଶ୍ରୀ କୃଷ୍ଣଙ୍କର ବାଣୀ ଅଟେ । ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ଭଗବତ ଗୀତା ରେ ଏହା କହିଛନ୍ତି କି ଯେଉଁ ମନୁଷ୍ୟ ଭିନ୍ନ ଭିନ୍ନ ଦେବା ଦେବୀଙ୍କ ପୂଜା କରିଥାଏ ସେମାନଙ୍କର କଣ ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ ଏହା କହିଛନ୍ତି କି ମୁ ସମସ୍ତ ଭୂତ ମଧ୍ୟରେ ସମାହିତ ହୋଇ ରହିଛି ଏବଂ ସମସ୍ତ ଭୂତ ର ହୃଦୟରେ ଥିବା ଆତ୍ମା ହେଉଛି ମୁଁ । ସାଧାରଣତଃ ଆପଣ ମାନେ ତ ଏହା ଜାଣି ଥିବେ କି ଭୂତ ପାଞ୍ଚୋଟି ଯଥା ମାଟି, ପାଣି, ପବନ, ଆକାଶ ଓ ଅଗ୍ନି ।

ଯେମିତିକି ଭଗବାନ ନିଜେ ଏହି ଭୂତ ମାନଙ୍କର ଆରମ୍ଭ, ଶେଷ ଏବଂ ମଧ୍ୟ ରେ ଭି ଅଛନ୍ତି । ମୁଁ ବେଦ ରେ ସାମ ବେଦ ଅଟେ, ଦେବତା ମାନଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟ ମାନଙ୍କ ମଧ୍ୟରେ ମନ ଏବଂ ଭୂତ ପ୍ରାଣୀ ମାନଙ୍କ ମଧ୍ୟରେ ମୁ ଚେତନା ଜୀବନ ର ଶକ୍ତି ମୁ ଅଟେ ।

ଭଗବାନ ଏହା ମଧ୍ୟ କହିଛନ୍ତି କି ମୁ ଏକାଦଶ ରୁଦ୍ର ରେ ଶଙ୍କର, ଯକ୍ଷ ତଥା ରାକ୍ଷସ ମାନଙ୍କ ମଧ୍ୟରେ ଧନ ର ସ୍ବାମୀ କୁବେର ଅଟେ ମୁଁ, ମୁଁ ଆଠ ଟି ବସ୍ତୁ ମଧ୍ୟରେ ଅଗ୍ନି ଏବଂ ଶିଖର ଥିବା ପର୍ବତ ମାନଙ୍କ ମଧ୍ୟରେ ମୁଁ ସୁମେରୁ ପର୍ବତ ଅଟେ । ମୁଁ ମହର୍ଷି ମାନଙ୍କ ମଧ୍ୟରେ ଭୂର୍ଗୁ, ଶବ୍ଦ ରେ ଏକ ଅକ୍ଷର ତଥା ଓମ୍ କାର, ସବୁ ପ୍ରକାର ଯଜ୍ଞ ମାନଙ୍କ ମଧ୍ୟରେ ଉପଯଜ୍ଞ ଅଟେ, ସ୍ଥିର ରହିବା ବସ୍ତୁ ମଧ୍ୟରେ ମୁଁ ହିମାଳୟ ପର୍ବତ ଅଟେ, ମୁଁ ପବିତ୍ର କରୁଥିବା ବସ୍ତୁ ମାନଙ୍କ ମଧ୍ୟରେ ବାୟୁ ଅଟେ, ଶସ୍ତ୍ର ଧାରି ମାନଙ୍କ ମଧ୍ୟରେ ମୁଁ ଶ୍ରୀରାମ ଅଟେ, ମାଛ ମାନଙ୍କ ମଧ୍ୟରେ ମୁ ମଗର ମାଛ ଏବଂ ନଦୀ ମାନଙ୍କ ମଧ୍ୟରେ ଭାଗିରଥି ଗଙ୍ଗା ଅଟେ ।

ସୃଷ୍ଟି ର ଆରମ୍ଭ ଏବଂ ଶେଷ ବି ମୁଁ, ବିଦ୍ୟା ରେ ମୁଁ ଆଧ୍ୟାତ୍ମ୍ୟ ବିଦ୍ୟା ଅର୍ଥାତ୍ ବ୍ରହ୍ମ ବିଦ୍ୟା ଅଟେ । ସୃଷ୍ଟି ର କୋଣ ଅନୁକୋଣ ରେ ମୋର ନିବାସ ଅଟେ । ଜ୍ଞାନୀ ବ୍ୟକ୍ତି ମାନେ ସମସ୍ତ ପଶୁ ପକ୍ଷୀ ମାନଙ୍କ ଠାରେ ମତେ ଦେଖିଥାନ୍ତି । ଗୋମାତା ରେ ବି ମୁ ଅଛି ତଥା ଗଜ ରାଜ ରେ ବି ମୁଁ ଅଛି । ବ୍ରାହ୍ମଣ ରେ ବି ମୁଁ ଅଛି ଏବଂ ଚାଣ୍ଡଳ ରେ ବି ମୁଁ ଅଛି । ଏହି ସଂସାର ରେ ଏମିତି କୌଣସି ବି ବସ୍ତୁ ଉତ୍ତମ ନୁହେଁ କି କୌଣସି ବି ବସ୍ତୁ ତୁଚ୍ଛ ନୁହେଁ କେବଳ ମଣିଷ ମାୟା ଜାଲ ରେ ଫସି ଏପରି ଭିନ୍ନତା ସୃଷ୍ଟି କରିଥାଏ ।

ଏଥିପାଇଁ ମଣିଷ ଯେଉଁ ଭଗବାନ ଙ୍କ ପୂଜା କଲେ ମଧ୍ୟ ମୋର ହିଁ ପୂଜା ହୋଇଥାଏ । କର୍ମ ହିଁ ମୁଁ ଏବଂ ଫଳ ହିଁ ମୁଁ । ମଣିଷ ନିଜର କ୍ରୋଧ, ଅଭିମାନ ଏ ସବୁ ତ୍ୟାଗ କରି କେବଳ ମୋର ହିଁ ଚିନ୍ତା କଲେ ସବୁ ସୁଖ ଦୁଃଖ ରୁ ମୁକ୍ତି ମିଳି ପାରିବ । ସେଥିପାଇଁ ଆପଣ ଯେକୌଣସି ଈଶ୍ବରଙ୍କ ପୂଜା କଲେ ମଧ୍ୟ ପରମାତ୍ମା ଙ୍କ ପୂଜା କରୁଛନ୍ତି । ଏହି ପ୍ରକାରରେ ଆପଣଙ୍କ ଶୁଭ କର୍ମ ର ଫଳ ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ପ୍ରଦାନ କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button