Hast Rekha- ଯେଉଁମାନଙ୍କ ଶରୀରରେ ଥାଏ ଏହି 4 ଟି ଚିହ୍ନ ସେମାନଙ୍କ ଭାଗ୍ୟରେ ଥାଏ ଆପର ଧନ

ହିନ୍ଦୁ ଧର୍ମରେ ମନୁଷ୍ୟର ଅଙ୍ଗ ବିଷୟରେ ବିଭିନ୍ନ କଥା କୁହା ଯାଇଛି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଶରୀରର ସମସ୍ତ ଅଙ୍ଗ ତାହାର ଆଚାର ବିଚାର ଓ ଭବିଷ୍ୟତ ବିଷୟରେ ସମ୍ପୁର୍ଣ୍ଣ ସୂଚନା ଦେଇଥାଏ । ସମସ୍ତେ ଜାଣନ୍ତି କି ଜଣେ ବ୍ୟକ୍ତିର ହାତ ଓ କପାଳରୁ ତାର ସମସ୍ତ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଜାଣି ହୋଇଥାଏ । ହାତ ପାପୁଲିର ରେଖାମାନେ ଅତୀତ ଓ ଭବିଷ୍ୟତର ବିଭିନ୍ନ ସୂଚନା ପ୍ରଦାନ କରିଥାନ୍ତି । କିଛି ଲୋକ ମାନେ ବହୁତ ପରିଶ୍ରମ କଲା ପରେ ମଧ୍ୟ ସେମାନଙ୍କ ପାଖରେ ଯଥେଷ୍ଟ ସଞ୍ଚୟ ହୋଇ ପାରିନଥାଏ ।
ଆଉ କିଛି ଲୋକ ମାନେ ଭାଗ୍ୟରେ ବହୁତ ଧନୀ ହୋଇ ଥାଆନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର ଅଙ୍ଗରେ ଥିବା କିଛି ଚିହ୍ନ ମନୁଷ୍ୟକୁ ବହୁତ ଧନୀ କରିଦେଇଥାଏ । ଆସନ୍ତୁ ସେହି ବିଷୟରେ ଜାଣିବା ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକାମାନଙ୍କର ହାତର ମଝିରେ ରଥ , ଚକ୍ର କିମ୍ବା ଧ୍ୱଜର ଚିହ୍ନ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇ ଥାଆନ୍ତି । ଏହି ଲୋକ ମାନଙ୍କର ଜନ୍ମ ଅନ୍ୟ ଲୋକମାନଙ୍କ ଉପରେ ଶାସନ କରିବାପାଇଁ ହୋଇଥାଏ । ଏମାନଙ୍କର ସମାଜରେ ବହୁତ ପ୍ରତିଷ୍ଠା ହୋଇଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନରେ ବହୁତ ତାଳମେଳ ରହିଥାଏ । ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ସେମାନେ ବହୁତ ଉନ୍ନତି କରିଥାନ୍ତି ।
ଯେଉଁ ଲୋକମାନଙ୍କ ହାତର ମଝିରେ କଳାଯାଇ ରହିଥାଏ , ସେମାନେ ବହୁତ ଭାଗ୍ୟବାନ ହୋଇଥାଆନ୍ତି । ଏହି ବ୍ୟକ୍ତିମାନେ ଧନବାନ ଓ ହୃଦୟରୁ ବହୁତ ଭଲ ହୋଇଥାଆନ୍ତି । ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । କିନ୍ତୁ ଦିନେ ନା ଦିନେ ସେମାନେ ସଫଳତା ହାସଲ କରିଥାନ୍ତି ।
ଯେଉଁ ଲୋକମାନଙ୍କ ଗୋଡ଼ରେ ଚକ୍ର କିମ୍ବା ପଦ୍ମର ଚିହ୍ନ ଥାଏ ସେମାନଙ୍କ ପାଖରେ ଧନର କୌଣସି ଅସୁବିଧା ହୋଇ ନଥାଏ । ଏହି ଲୋକମାନେ ସମସ୍ତଙ୍କୁ ସାହାଯ୍ୟ କରିବାପାଇଁ ପସନ୍ଦ କରିଥାନ୍ତି । ଏମାନେ ନିଜର ମିଠାବାଣୀ ଦ୍ୱାରା ଲୋକଙ୍କ ହୃଦୟକୁ ଜିତି ପାରିଥାନ୍ତି । ଅପାର ଧନ ହେତୁ ଏମାଙ୍କର ବହୁତ ଶତ୍ରୁ ରହିଥାନ୍ତି ।
ଯେଉଁ ଲୋକମାନଙ୍କ ପାଦରେ କଳାଯାଇ ରହିଥାଏ ସେମାନେ ଭଲ ଶାସକ ହୋଇ ଥାଆନ୍ତି । ସ୍ୱତନ୍ତ୍ର ରୂପରେ ଜୀବନରେ ଆଗକୁ ବଢ଼ିବା ଏମାନଙ୍କର ପ୍ରାଧାନ୍ୟ ହୋଇଥାଏ । ଏମାନେ ନିଜର ଲକ୍ଷ ହାସଲ କରିବାରେ କଠିନ ପରିଶ୍ରମ କରିଥାନ୍ତି । ଟଙ୍କା ପଇସା ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି । ଏମାନେ ସବୁ କାର୍ଯ୍ୟକୁ ମାନଲଗାଇ କରିଥାନ୍ତି ।