ଦେଶ- ବିଦେଶ

ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକଙ୍କ ବ୍ରେନ ହାମରେଜ

ଲକ୍ଷ୍ନୌ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ବ୍ରେନ ହାମରେଜ ହୋଇଛି। ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ରେଫର କରି ଦିଆଯାଇଛି।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ରକ୍ତଚାପ ବଢ଼ି ଯାଇଥିଲା। ଯେଉଁ କାରଣରୁ ତାଙ୍କୁ ଚିକିତ୍ସା ପାଇଁ ଅଯୋଧ୍ୟାର ଶ୍ରୀରାମ ହସ୍ପିଟାଲକୁ ନିଆଯାଇଥିଲା। ଏଠାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ମୌର ଏକ ଘରୋଇ ହସ୍ପିଟାଲ ସିଟି ନ୍ୟୁରୋ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଠାରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସିଟି ସ୍କାନ କରାଯାଇଥିଲା। ଏହି ରିପୋର୍ଟରୁ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶରୀରରେ ପ୍ରାୟ ୧୭ଟି ସ୍ଥାନରେ ରକ୍ତ ଜମାଟ ବାନ୍ଧିଥିବା ସହିତ ବ୍ରେନ ହାମରେଜ ହୋଇଥିବା ଜଣାପଡ଼ିଛି।

ଡାକ୍ତର ଅରୁଣ କୁମାର ସିଂହ କହିଛନ୍ତି, ‘ଶ୍ରୀରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଅଣାଯାଇଛି। ସତ୍ୟେନ୍ଦ୍ର ଦାସଙ୍କ ଗୁରୁତର ଅବସ୍ଥାକୁ ଦେଖି ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି। ଅଯୋଧ୍ୟାର ସାଧୁସନ୍ଥମାନେ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଉତ୍ତମସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ସତ୍ୟେନ୍ଦ୍ର ଦାସ ଏପ୍ରିଲ ୧୯୯୨ରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ହୋଇଥିଲେ। ୧୯୯୨ ଡିସେମ୍ବର୬ ରେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ଏହାପରେ ସତ୍ୟେନ୍ଦ୍ର ଦାସ ତମ୍ବୁରେ ରାମଲାଲାଙ୍କ ପୂଜା କରିଥିଲେ।
୨୦୨୦ ମସିହାରେ ଯେତେବେଳେ ରାମଲାଲା ତମ୍ବୁରୁ ଅସ୍ଥାୟୀ ମନ୍ଦିରକୁ ଆସିଥିଲେ, ସେତେବେଳେ ସତ୍ୟେନ୍ଦ୍ର ଦାସ ମୁଖ୍ୟ ପୂଜକ ଥିଲେ ଏବଂ ଏବେ ସତ୍ୟେନ୍ଦ୍ର ଦାସ ଭବ୍ୟ ରାମ ମନ୍ଦିରରେ ମଧ୍ୟ ମୁଖ୍ୟ ପୂଜକ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button