କଖାରୁ ଖାଇବାର କିଛି ଏଭଳି ଫାଇଦା, ଯାହା ଆପଣ ଜାଣି ନଥିବେ- ଜାଣିଗଲେ ସବୁବେଳେ ଖାଇବେ

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାହିଁକି ନା ସେମାନଙ୍କୁ ପରିବା ଖାଇବା ପସନ୍ଦ ନ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସବୁ ପରିବାରେ ଆମିଷ ଠାରୁ ମଧ୍ୟ ଅଧିକା ଭିଟାମିନ ମିଳିଥାଏ । ସେହିଭଳି ଏକ ପାରିବା ହେଉଛି କଖାରୁ । ଜାଣି ଆଶ୍ଚର୍ଯ୍ୟ ହେବେ କି କଖାରୁରୁ କିଛି ଏଭଳି ପୋଷାକ ତତ୍ଵ ମିଳିଥାଏ ଯାହା ଆଉ ଅନ୍ୟ କୌଣସି ପରିବାରୁ ମିଳେ ନାହିଁ । ହୃଦୟ ରୋଗରେ ଅତ୍ୟଧିକ ଲାଭ କାରୀ ଅଟେ ଏହି କଖାରୁ । ଏହା ସହ ପେଟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ତେବେ ଆସନ୍ତୁ ଜାଣିବା କଖାରୁ ଖାଇବା ଦ୍ଵାରା କି କି ଲାଭ ହୁଏ –
କଖାରୁ ର ଗୁଣ-
ଏଥିରେ ସଚ୍ୟୁରେଟେଡ ଫ୍ୟାଟ ନଥାଏ । ଯାହା ଦ୍ଵାରା କୋଲେଷ୍ଟ୍ରୋଲ ର ମାତ୍ରା ଶରୀରରେ ଠିକ ରୁହେ । ଏହାର ସେବନ ଦ୍ଵାରା ହୃଦୟ ସୁସ୍ଥ ରୁହେ । ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପାଇଁ ପେଟ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳେ । ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଏହି କଖାରୁରେ ମୁଖ୍ୟତଃ ବିଟା କେରୋଟିନ ମିଳିଥାଏ । ଏଥିରୁ ଆପଣଙ୍କୁ ଭିଟାମିନ ‘ଏ’ ମଧ୍ୟ ମିଳିଥାଏ ।
ହୃଦୟ ରୋଗୀଙ୍କ ପାଇଁ –
ଯେଉଁମାନଙ୍କର ହୃଦୟ ଜନିତ ରୋଗ ଅଛି ସେମାନଙ୍କ ପାଇଁ କଖାରୁ ସେବନ କରିବା ବହୁତ ଲାଭଦାୟକ ଅଟେ । ଏହାକୁ ସେବନ କଲେ କୋଲେଷ୍ଟ୍ରୋଲ ଠିକ ରୁହେ ଯାହା ପାଇଁ ହୃଦୟ ମଧ୍ୟ ସୁସ୍ଥ ରୁହେ ।
ଡାଇବେଟିଜ ପାଇଁ –

ଏହା ରକ୍ତରେ ଶର୍କରାର ମାତ୍ରା ଠିକ ରଖେ । ସେଥିପାଇଁ ଡାକ୍ତର ମାନେ ମଧୁମେହ ରୋଗୀଙ୍କୁ କଖାରୁ ଖାଇବାକୁ କହିଥାନ୍ତି ।
ମନକୁ ଶାନ୍ତ ରଖେ –
କଖାରୁ ରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିସ୍କର କୋସିକାକୁ ଆରମ ଦେଇଥାଏ । ଯଦି ଆପଣ ରିଲାକ୍ସ ହେବାକୁ ଚହୁଁଛନ୍ତି ତ ଆପଣ କଖାରୁ ଖାଇ ପାରିବେ ।
କଖାରୁ ଜୁସ-

କଖାରୁ ଜୁସ ର ସେବନ ଭରପୁର ମାତ୍ରାରେ କରନ୍ତୁ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ ଶରୀର କୁ ସୁରକ୍ଷା ଦେବାର କାମ କରିଥାଏ । ଅସ୍ଟିଓପୋରୋସିସ ରେ ହାଡ ଦୁର୍ବଳ ହୋଇଯାଏ, ଯାହାର କାରଣ ହେଉଛି ଜିଙ୍କ ର ଅଭାବ । ଏହି ରୋଗରେ କଖାରୁ ଠୁ ଅଧିକ ମଞ୍ଜୀର ସେବନ କରନ୍ତୁ ।
ସୁନ୍ଦର ତ୍ଵଚା-
କଖାରୁରେ ଭିଟାମିନ ‘ଏ’ ଭିଟାମିନ ସି ଏବଂ ବିଟା କେରୋଟିନ ଭଳି ତତ୍ଵ ଥାଏ, ଯାହା ପ୍ରାକୃତିକ ରୂପରେ ତ୍ଵଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । କଖାରୁ ଖାଇବା ଛଡା ଏହାର ଫେସ ପ୍ୟାକ ବନେଇ ଲଗାଇଲେ ମଧ୍ୟ ତ୍ଵଚାର ସୁନ୍ଦରତା ବଢିଥାଏ ।