ଜ୍ୟୋତିଷ

ଭଗବାନଙ୍କ କାର୍ଯ୍ୟ କଲାବେଳେ ମନରେ ପାପ ଚିନ୍ତା ଆସୁଛି କି? Ajira Anuchinta

ଭଗବାନ ଙ୍କ କାର୍ଯ୍ୟ ସମୟରେ ଯଦି କିଛି କୁବିଚାର ଆସୁଛି ତ ତାହାର କାରଣ ଜାଣିବା ବିଷୟରେ ଆଲୋଚନା କରିବା । ସର୍ବଦା କୌଣସି ଧର୍ମ କାର୍ଯ୍ୟ କଲାବେଳେ କିମ୍ବା ସର୍ବଦା ଭଗବାନ ଙ୍କ ନାମ ନେବା ସତ୍ବେ ମନ ରେ କୁବିଚାର ଆସିଥାଏ । ଏହିପରି ବହୁତ ଲୋକଙ୍କ ଜୀବନରେ ଆସିଥାଏ । ଥରେ ସ୍ଵାମୀ ରାମକୃଷ୍ଣଙ୍କୁ ଏକ ସାଧକ ପଚାରିଲେ ଯେ ମୁ ସର୍ବଦା ଭଗବାନ ଙ୍କ ନାମ ନେଉଛି, ଭଜନ କୀର୍ତନ କରୁଛି, ଧ୍ୟାନ କରୁଛି ତଥାପି ମୋ ମନ ରେ କାହିଁକି କୁବିଚାର ଆସୁଛି?

ଏହା ଶୁଣି ସ୍ଵାମୀଜୀ ଟିକେ ମୃଦୁ ହସ ହସିଲେ ଓ ସାଧକ ଙ୍କୁ ବୁଝାଇବ ପାଇଁ ଏକ କାହାଣୀ ଶୁଣାଇଲେ । କହିଲେ ଗୋଟେ ବ୍ୟକ୍ତି କୁକୁର ଟିଏ ପାଳୁଥିଲା ଓ ସେ ତାହାକୁ ବହୁତ ଭଲ ପାଉଥିଲା । ସେ ସର୍ବଦା ସେ କୁକୁର ସାଥିରେ ମଗ୍ନ ରହୁଥିଲା ।

ତାକୁ କୋଳରେ ନେଉଥିଲା, ତା ମୁହଁ ରେ ମୁହଁ କୁ ଲଗାଇ ବସି ରହୁଥିଲା । ଏହିପରି ଖାଉଥିବ ଓ ପିଉଥିବା ସମୟରେ ମଧ୍ୟ କୁକୁର ଟି ତା ସହ ରହୁଥିଲା । ତା ଏହି କାର୍ଯ୍ୟ ଦେଖି ଏକ ବୃଦ୍ଧ ବ୍ୟକ୍ତି ତାଙ୍କୁ କହିଲା ଯେ ଏକ କୁକୁର ସାଥିରେ ଏତେ ମିଳାମିଶା ଠିକ ନୁହେଁ । ସର୍ବଶେଷରେ ପଶୁ ହିଁ ତ ଅଟେ । ତୁମର କୌଣସି କ୍ଷତି କରିପାରେ । କିମ୍ବା କାମୁଡି ପାରେ । ଏହି କଥା ଟି ସେହି ବ୍ଯକ୍ତିର ମସ୍ତିସ୍କ ରେ ଘର କରିଗଲା ।

ସେ ତୁରନ୍ତ କୁକୁର ଠାରୁ ଦୂରେଇ ରହିବାର ନିସ୍ପତି ନେଇଗଲା ।  କିନ୍ତୁ ସେହି କୁକୁର ଟି ଏହି କଥାକୁ କିପରି ଜାଣିବ । ସେ କୁକୁର ଟି ପୂର୍ବ ଭଳି ମାଲିକ କୁ ଦେଖି ମାଲିକ ର କୋଳକୁ ଆସି ବସି ଯାଉଥିଲା । ମୁହଁ ଚାଟିବାକୁ ଚେଷ୍ଟା କରୁଥିଲା । କିନ୍ତୁ ମାଲିକ ତାକୁ ବଡବାଡି କରି ତାକୁ ଦୂରେଇ ଦେଉଥିଲା । କିନ୍ତୁ କୁକୁର ଟି ତାର ଅଭ୍ୟାସ ଛାଡୁନଥାଏ ।

ବହୁଦିନର କଠିନ ପରିଶ୍ରମ ପରେ ତାକୁ ସର୍ବଦା ଦୂରେଇବାର ଚେଷ୍ଟା କରିବା ଦ୍ଵାରା ତାହାର ଅଭ୍ୟାସ ଛାଡିଗଲା ।  କୁକୁର ଟି ଯେତେବେଳେ ଦେଖିଲ ଯେ ତାର ମାଲିକ ପାଖକୁ ଜୀବ ଦ୍ଵାରା ମାଲିକ ତାକୁ ବାଡାଉଛି ଓ ଦୂରେଇ ଦେଉଛି ତେଣୁ ସେ କିଛି ଦିନ ପରେ ଆଉ ତା ମାଲିକ ପାଖକୁ ଗଲା ନାହିଁ ।

ଏହି କଥାଟି ସ୍ଵାମିଜି ସାଧକଟିକୁ କହିଲେ, ତୁମେ ବି ଠିକ ସେହି ମାଲିକ ପରି । ତୁମେ ଯେଉଁ ସାଂସାରିକ ଭୋଗ ବିଳାସ ର ଆସକ୍ତି କରିଲ ଓ ଏହିପରି ଆସକ୍ତି କୁ ବହୁତ ସମୟ ଧରି ପାଳନ କଲ ଓ ଛାତିରେ ଲଗାଇ ରଖିଥିଲ । ସେମାନେ କିପରି ତୁମକୁ ଏତେ ଶୀଘ୍ର ଛାଡି ଦେବେ ।

ତୁମେ ତାହାକୁ ଭଲ ପାଇବା ବନ୍ଦ କର । ଅର୍ଥାତ ସେହି ସାଂସାରିକ ମୋହ ମାୟା ପ୍ରତି ରୁଚି ରଖିବା ବନ୍ଦ କର । ସେମାନଙ୍କୁ ନିର୍ଦୟ ନିର୍ମୟ ହୋଇ ଦମନ କର ତେବେ ହିଁ ତା ଠାରୁ ସମ୍ପୂର୍ଣ ମୁକ୍ତି ପାଇପାରିବ । ଯେତେ ଯେତେ ଖରାପ ଅଭ୍ୟାସ ର ଦମନ କରିବ ମନ ରେ ଏକାଗ୍ରତା ବଢିଯିବ । ଓ ଚିତ୍ତ ରେ ମନକୁ ମନ ଧର୍ମ ବିରାଜ ମାନ କରିବାକୁ ଲାଗିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button