ଦେଶ- ବିଦେଶ

କପିଲ୍‌ ଓ ରାଜପାଲ୍‌ଙ୍କୁ ମିଳିଛି ଧମକପୂର୍ଣ୍ଣ ମେଲ୍‌

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ଓ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍। ତେବେ ନୃତ୍ୟ ନିର୍ଦ୍ଦେଶକ ରେମୋ ଡିସୁଜା ଏବଂ କଣ୍ଠଶିଳ୍ପୀ ତଥା କମେଡିଆନ୍‌ ସୁଗନ୍ଧା ମିଶ୍ରଙ୍କୁ ମଧ୍ୟ ଏହି ଧମକ ମିଳିଛି।

ମେଲ୍‌ରେ ଲେଖାଯାଇଛି, ‘‘ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର ରଖିଛୁ। ଆମେ ଭାବୁଛୁ ଯେ ଆମେ ଏକ ସମ୍ବେଦନଶୀଳ ବିଷୟକୁ ତୁମର ଦୃଷ୍ଟିକୁ ଆଣିବା ଜରୁରୀ। ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ତୁମକୁ ହଇରାଣ କରିବାର ପ୍ରୟାସ ନୁହେଁ,”। ଏଥିରେ ଆହୁରି କୁହାଯାଇଛି ଯେ ସେମାନେ “ଏହି ବାର୍ତ୍ତାକୁ ଅତ୍ୟନ୍ତ ଗମ୍ଭୀରତା ଏବଂ ଗୋପନୀୟତାର ସହିତ ବ୍ୟବହାର କରିବା ଉଚିତ। ନହେଲେ ଗମ୍ଭୀର ପରିଣାମ ହୋଇପାରେ। ଯାହାକୁ ତୁମର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ।’’

ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସ୍ୱାକ୍ଷରିତ ଥିବା ଇମେଲରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ ଯଦି ସେମାନେ ଆଗାମୀ ଆଠ ଘଣ୍ଟା ମଧ୍ୟରେ ଏହାର ଉତ୍ତର ନ ଦିଅନ୍ତି, ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଧମକ ମିଳିବା ପରେ ସେଲିବ୍ରିଟିମାନଙ୍କ ଅଭିଯୋଗ ଆଧାରରେ ଆମ୍ବୋଲି ଏବଂ ଓଶିୱାରା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଇମେଲର ଆଇପି ଠିକଣା ପାକିସ୍ତାନରୁ ଚିହ୍ନଟ ହୋଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ୍‌ କହିଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button