ସ୍ୱାସ୍ଥ୍ୟ

ହାତ, ଗୋଡ, ଅଣ୍ଟା ଏବଂ ଗଣ୍ଠିର କଷ୍ଟକୁ ଭଲ କରିବା ପାଇଁ ଏହାକୁ ଲଗାନ୍ତୁ, ବୁଢା ଲୋକ ବି ଉଠି ଦୌଡିବେ…

ଅନେକ ସମୟରେ ବହୁତ ବ୍ୟକ୍ତିଙ୍କୁ ତାଙ୍କ ହାତ, ଗୋଡ ତଥା ଗଣ୍ଠି ସ୍ଥାନ ମାନଙ୍କରେ ବହୁତ କଷ୍ଟ ଅନୁଭୂତ ହୋଇଥାଏ । ବିଶେଷ କରି ବୟସ ବଢିଲା ପରେ ବୃଦ୍ଧ ବୟସର ଲୋକ ମାନଙ୍କୁ ଏହି ସମସ୍ଯା ଅନେକ ସମୟରେ ଭୋଗିବାକୁ ପଡିଥାଏ । ଯାହାକି ବହୁତ କଷ୍ଟଦାୟକ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ଦ୍ଵାରା ତେଲ ପ୍ରସ୍ତୁତ ବିଷୟରେ ଏଥରେ କହିବୁ । ଯାହା ହାତ, ଗୋଡର ଗଣ୍ଠି ସ୍ଥାନରେ ଅନୁଭୂତ ହେଉଥିବା ଯନ୍ତ୍ରଣାକୁ କମ ସମୟରେ ଭଲ କରିପାରିବ ।

ତେବେ ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମେ ସୋରିଷ ତେଲର ଆବଶ୍ୟକ ପଡିବ । ଏହାପରେ 1 ଇଞ୍ଚ ଲମ୍ବର ଏକ ଅଦା ଦରକାର ପଡିବ । ତାପରେ ଅଧା ଚାମଚ ଜୁଆଣୀ, 5 ରୁ 6 ଟି ଲବଙ୍ଗ, ହାପ ଇଞ୍ଚର ଖଣ୍ଡେ ଡାଲଚିନି ଖଣ୍ଡ, 6 ରୁ 7 ଟି ରଶୁଣ ପାଖୁଡା ଓ ଶେଷରେ 1 ଚାମଚ ମେଥି ଦାନାର ଆବଶ୍ୟକ ପଡିବ । ତେବେ ବନ୍ଧୁଗଣ ଆପଣଙ୍କୁ କହିବା ପାଇଁ ଯାଉଥିବା ଏହି ଚମତ୍କାରୀ ତେଲ ପାଇଁ ଆପଣଙ୍କୁ ଆପଣଙ୍କୁ ଏହି ଉପୋରୋକ୍ତ କୁହାହାଯାଇଥିବା ସାମଗ୍ରୀମାନର ଦରକାର ପଡିବ ।

ତାପରେ ଅଦାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ରଶୁଣର ଚୋପା ଛଡାଇ ତାହାକୁ ମଧ୍ୟ କାଟିକି ରଖନ୍ତୁ । ଲବଙ୍ଗକୁ ମଧ୍ୟ ଭଲ ଭାବେ ଗୁଣ୍ଡ କରି ରଖନ୍ତୁ । ପ୍ରଥମେ ଗ୍ଯାସରେ କଢେଇ ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ । ତାପରେ ସେଥିରେ କାଟିକି ରଖିଥିବା ଅଦାକୁ ପକାଇ ଦିଅନ୍ତୁ ।

ତାପରେ ସେଥିରେ କଟା ହୋଇ ରହିଥିବା ରଶୁଣକୁ ଆଡ୍ କରନ୍ତୁ । ତାପରେ ତେଲରେ ମେଥି ଦାନାକୁ ପକାନ୍ତୁ । ତାପରେ ସେଥିରେ ଜୁଆଣୀକୁ ଆଡ୍ କରନ୍ତୁ । ତାପରେ ଡାଳଚିନୀ ଖଣ୍ଡ ପକାଇ ପାରିବେ । ନଚେତ ଡାଲଚିନୀକୁ ଗୁଣ୍ଡ କରି ମଧ୍ୟ ସେଥିରେ ପକାଇ ପାରିବେ ।

ତାପରେ 2 ରୁ 3 ମିନିଟ ଧିମା ଆଞ୍ଚରେ ଏହି ତେଲକୁ ଫୁଟାଇବା ପରେ ପୂର୍ବରୁ ରଖିଥିବା ଲବଙ୍ଗ ଗୁଣ୍ଡକୁ ମିଶାଇ ଦିଅନ୍ତୁ । ପୁଣି 2 ରୁ 3 ମିନିଟ ଫୁଟାଇବା ପରେ ତାହାକୁ ଗ୍ଯାସ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଛାଣିକି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ଯେଉଁ ବ୍ୟକ୍ତିଙ୍କର ଯେଉଁ ସ୍ଥାନରେ ଯନ୍ତ୍ରଣା ଅନୁଭୂତ ହେଉଥିବ । ସେମାନେ ଏହି ତେଲକୁ ସେଠାରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button