ପିଇଲେ ଆମ ଶରୀରରେ କଣ କ୍ଷତି ହୋଇଥାଏ ,ଖରା ଦିନରେ ପିଉଛନ୍ତି କି ଜାଣନ୍ତୁ ହୋଇପାରେ ଭୟଙ୍କର ରୋଗ
ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଥଣ୍ଡା ପିଇବା ପରେ କଣ ହୋଇଥାଏ। ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ ଯେକୌଣସି କୋଲଡ୍ରିଂକ୍ସ ହେଉ ଯେକୌଣସି କମ୍ପାନୀର ହେଉ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାର ବ୍ୟବହାର ଏତେ ବଢିଯାଇଛି ଯେ ଲୋକମାନେ ଯେଉଁଠାକୁ ବି ଯାଆନ୍ତୁ କୋଲଡ୍ରିଂକ୍ସ ନିଶ୍ଚୟ ପିଇଥାନ୍ତି। କିନ୍ତୁ କୋଲଡ୍ରିଂକ୍ସ ଭିତରେ କାର୍ବନାଟରୱାଟର ଆଣ୍ଟିଫିସିୟଲ କଲର ଚିନି ହାନିକାରକ ଏସିଡି ବହୁତ ପରିମାଣରେ ରହିଥାଏ। ଆଉ ତାହା ଆମ ଶରୀରରେ ବହୁତ ଅସୁବିଧା ହେବାର କାରଣ ହୋଇଥାଏ। ଏଣୁ ଆଜିର ଏହି ପୋଷ୍ଟରେ କୋଲଡ୍ରିଂକ୍ସ ପିଇବା ପରେ୧ଘଣ୍ଟା ମଧ୍ୟରେ ଆମ ଶରୀରରେ କଣ କଣ ହୋଇଥାଏ ଆସନ୍ତୁ ଜାଣିବା। ବନ୍ଧୁଗଣ ଆପଣମାନେ କଣ ଜାଣିଛନ୍ତି କି ଗୋଟେ ୩୫୦ml କୋଲଡ୍ରିଂକ୍ସରେ ପ୍ରାୟ ୩୫ ରୁ ୪୫ ଗ୍ରାମ ଚିନି ରହିଥାଏ।
କୋଲଡ୍ରିଂକ୍ସ ପିଇବାର ୧୦ମିନିଟ ଭିତରେ ହିଁ ଆମ ଦେହରେ ଗ୍ଲୁକୋଚର ପରିମାଣ କେତେ ମାତ୍ରାରେ ବଢିଯାଇଥାଏ ଯେତିକି ଗ୍ଲୁକୋଚ୍ ଗୋଟିଏ ଦିନରେ ଦରକାର। କୋଲଡ୍ରିଂକ୍ସ ପିଇବାର ୨୦ ମିନିଟ ପରେ ଆମ ଶରୀରରେ ସୁଗାରର ମାତ୍ରା କ୍ଷିପ୍ର ଭାବରେ ବଢିଯାଇଥାଏ। ଯାହାକୁ ହଜମ କରିବା ପାଇଁ ଆମ ଶରୀରରେ ଇନ୍ସୟୁଲିନ ମଧ୍ୟ କ୍ଷିପ୍ର ଗତିରେ ବଢିଥାଏ। ଏକ ସମୟରେ ଏପରି ହେଉଥିବା କାରଣରୁ ଆମ ଲିଭର ଠିକ ଭାବରେ ଏହାକୁ ହ୍ୟାଣ୍ଡେଲ କରିପାରେ ନାହିଁ ଏବଂ ସୁଗାରର ମାତ୍ରା ଅଧିକ ବଢିବା କାରଣରୁ ଆମ ଶରୀର ସୁଗାରକୁ ହଜମ କରିବା ବଦଳରେ ଫ୍ୟାଟ ଚର୍ବିରେ ପରିଣତ କରିଦେଇଥାଏ।କୋଲଡ୍ରିଂକ୍ସରେ ସିଗାରେଟ ଚା ଏବଂ କଫି ଭଳି କ୍ୟାଫିନ ମଧ୍ୟ ରହିଛି।
ଯାହା କୋଲଡ୍ରିଂକ୍ସ ପିଇବାର ୪୦ ମିନିଟ ପରେ ହିଁ ଅବଜର୍ଭ ହୋଇଯାଇଥାଏ। ଏହା ପିଇବା ଦ୍ୱାରା ନିଦ ଠିକରେ ନହେବା ସହିତ ଆମର ବ୍ଲଡ଼ପ୍ରେସର ମଧ୍ୟ ବଢିବାକୁ ଲାଗିଥାଏ। ଏହାକୁ କଣ୍ଟ୍ରୋଲ କରିବା ପାଇଁ ଆମର ଲିଭର ଅଧିକ ମାତ୍ରାରେ ସୁଗାର ଛାଡ଼ିଥାଏ।କୋଲଡ୍ରିଂକ୍ସ ପିଇବାର ୫୦ ମିନିଟ ଭିତରେ ହିଁ ବ୍ରେନକୁ ଖୁସି କରୁଥିବା କେମିକାଲ ଡୋପାମାଇନର ପରିମାଣ ବହୁ ମାତ୍ରାରେ ବଢିଯାଇଥାଏ। ଯାହା ଦ୍ୱାରା ଆମକୁ କୋଲଡ୍ରିଂକ୍ସ ପିଇବା ପରେ ଆମକୁ ଖୁସି ଅନୁଭବ ହୋଇଥାଏ ଏବଂ ଏହା ନିଶାଦ୍ରବ୍ୟ ପରି ଆମ ବ୍ରେନକୁ କୋଲଡ୍ରିଂକ୍ସ ପିଇବା ପାଇଁ ଅଭ୍ୟାସରେ ପରିଣତ କରିଥାଏ।