ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରହିବା ହୋଇପାରେ ହାନିକାରକ! ଆପଣ ହୋଇପାରନ୍ତି ଏହି ସବୁ ବଡ଼ ସମସ୍ୟାର ଶିକାର…
ଖାଇବା ପିଇବା ଏବଂ ଶୋଇବା ଭଳି ଶାରୀରିକ ସମ୍ପର୍କ ମଧ୍ୟ ଆମ ଜୀବନର ଏକ ପ୍ରମୁଖ ଅଙ୍ଗ ଅଟେ । ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମଣିଷକୁ ଉଭୟେ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିଥାଏ । ତେବେ, ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ଆପଣ ଅନେକ ପ୍ରକାରର ଅସୁବିଧା ଏବଂ ରୋଗଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ନିଜ ପାର୍ଟନର୍ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଶରୀରରେ ଏକ ଖାସ୍ ପ୍ରକାରର ହରମୋନ୍ ନିର୍ଗତ ହୋଇଥାଏ । ଏହି ହରମୋନ୍ ଆପଣଙ୍କ ଶରୀରରୁ ଥକ୍କାପଣ ହଟାଇବା ସହିତ ଗାଢ଼ ଏବଂ ଭଲ ନିଦରେ ଶୋଇବା ପାଇଁ ସାହାଯ୍ୟ କରିଥାଏ । ତେବେ, ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିନଥିଲେ ଏହା ଆପଣଙ୍କୁ ଚାପଗ୍ରସ୍ତ କରାଇବା ସହିତ ଚିଡ଼ିଚିଡ଼ା କରାଇ ଦେଇଥାଏ ।
ଏକ ରିପୋର୍ଟ ଅନୁଯାଇ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ପିରିୟଡ଼ କ୍ରାମ୍ପସ୍, ମାଂସପେଶୀ ଯନ୍ତ୍ରଣା ଗୁଡିକ ମଧ୍ୟ କେତେକାଂଶରେ ଦୂରେଇ ରହିଥାଏ । ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନ ରଖିଲେ ଗୁପ୍ତାଙ୍ଗ ଟାଣ ହୋଇଯିବା ସହିତ ଏହାର କୋଷଗୁଡ଼ିକ ପତଳା ହେବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ । ନିୟମିତ ବ୍ୟବଧାନରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଏହା ମସ୍ତିଷ୍କର ନ୍ୟୁରନ୍ ବିକାଶ ଏବଂ ଆଣ୍ଟିବଡ଼ି ଗଠନରେ ମଧ୍ୟ ସାହାଯ୍ୟ କରିଥାଏ ।