ରାଜ୍ୟ
ପାଟଣାଗଡ଼ କୋର୍ଟରେ ଅରୁଣ ବୋଥ୍ରା: ପାର୍ସଲ ବୋମା ମାମଲାରେ ସାକ୍ଷ୍ୟ ଦେବେ!
ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ସାକ୍ଷ୍ୟ ପ୍ରଦାନ ପାଇଁ ପାଟଣାଗଡ଼ କୋର୍ଟରେ ତତ୍କାଳୀଳ କ୍ରାଇମ୍ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପହଞ୍ଚିଥିବା ଜଣାଯାଇଛି। ଘଟଣାର ୬୦ ନମ୍ବର ସାକ୍ଷୀ ହେଉଛନ୍ତି ଅରୁଣ ବୋଥ୍ରା। ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ଆଜି ଶୁଣାଣି ହେବ। ଏଥିପାଇଁ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ଅରୁଣ ବୋଥ୍ରା ଆସିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହଇଚଇ ଖେଳାଇ ଦେଇଥିଲା । ୨୬ ବର୍ଷୀୟ ଯୁବ ଇଞ୍ଜିନିୟର ସୌମ୍ୟଶେଖରଙ୍କ ବିବାହ ପରେ ପରେ ଉପହାର ଭାବେ ବୋମା ପଠାଇଥିଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ସୌମ୍ୟଙ୍କ ମାଆଙ୍କ କଲେଜ୍ ଅଧ୍ୟକ୍ଷ ପଦକୁ ନେଇଥିବା ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଯେଉଁଥିରେ ସୌମ୍ୟଶେଖର ଏବଂ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ପତ୍ନୀ। ଘଟଣାରେ ଗିରଫ ହୋଇ ଜେଲରେ ଅଛି ଅଭିଯୁକ୍ତ ପୁଞ୍ଜିଲାଲ ମେହେର ।