ହୀରାକୁଦ ବନ୍ୟପ୍ରାଣୀ ଏସିଏଫଙ୍କ ଘରୁ ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା ଜବତ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ପଡ଼ିଥିବା ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀଙ୍କ ସରକାରୀ ବାସଭବନରୁ ମିଳିଛି ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା। ସେ କାହିଁକି ଏବଂ କେଉଁଠାରୁ ଏତେ ପରିମାଣର ନଗଦ ଟଙ୍କା ଆଣି ଘରେ ରଖିଥିଲେ ସେନେଇ ଭିଜିଲାନ୍ସକୁ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି ଏସିଏଫ ରେବତୀ ରମଣ ଯୋଶୀ। ଏବେ ବି ତାଙ୍କ ଘରେ ଚାଲିଛି ଜୋରଦାର ଚଢ଼ାଉ।
ଏସସିଏଫ ରେବତୀ ରମଣ ଯୋଶୀଙ୍କ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଶକ୍ତି ଉପରେ ୩ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ, ଚଢ଼ାଉ ହେଉଛି।
ଏସସିଏଫ ରେବତୀ ରମଣ ଯୋଶୀଙ୍କ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟର, ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟ, ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ବରଗଡ଼ ପଦ୍ମପୁରରେ ଥିବା ଘର ଓ ବିଜେପୁର ବଲନ୍ଦାରେ ଥିବା ପୈତୃକ ଘରେ ଓ ସମ୍ବଲପୁର-ଝାରସୁଗୁଡ଼ା ମଝିରେ ଥିବା ମାଲିପାଲିରେ ଚଢ଼ାଉ କରାଯାଉଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଶକ୍ତି ଉପରେ ୩ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ, ଚଢ଼ାଉ ହେଉଛି।