ଜ୍ୟୋତିଷ

( ସିନ୍ଦୂର ) କେଉଁ ଜାଗାରେ ଲଗେଇଲେ ସ୍ୱାମୀର ଆୟୁଷ ବୃଦ୍ଧି ହୁଏ, ପିଲା ଓ ଶାଶୁଶଶୁରଙ୍କ ଆୟୁଷ ବଢେ…

ବନ୍ଧୁଗଣ ବିବାହିତା ମହିଳା ମାନେ ସିନ୍ଦୁର ଲଗାଇବାର ବିଧି ଶାସ୍ତ୍ରରେ ରହିଛି । ଏଥିସହ ମହିଳା ମାନଙ୍କର ସିନ୍ଦୁର ଲଗାଇବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । କାରଣ ସିନ୍ଦୁର ବିନା ବିବାହିତ ମହିଳା ଅଧୁରା ରହିଥାନ୍ତି । ତେଣୁ ପ୍ରତ୍ଯେକଟି ହିନ୍ଦୁ ମହିଳା ମାନେ ନିଜ ମଥାରେ ଅବଶ୍ୟ ଇନ୍ଦୁର ଲଗାଇବା ଉଚିତ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହର ପ୍ରତୀକ ହେଉଛି ସିନ୍ଦୁର । ମହିଳା ମାନେ ଯେତେବେଳେ ସିନ୍ଦୁର ପରିଧାନ କରିଥାନ୍ତି । ତେବେ ମଙ୍ଗଳ ଗ୍ରହଙ୍କର ଯେଉଁ ଖରାପ ପ୍ରଭାବ ସ୍ଵାମୀଙ୍କ ଉପରେ ରହିଥାଏ । ତାହା ଖଣ୍ଡନ ହୋଇଥାଏ ।

 

ତେବେ ମହିଳା ମାନଙ୍କୁ 4 ଟି ସ୍ଥାନରେ ସିନ୍ଦୁର ଲଗାଇବାର ବିଧି ରହିଥାଏ । ତେବେ ଶରୀରର କେଉଁ 4 ଟି ସ୍ଥାନରେ ମହିଳାଙ୍କୁ ସିନ୍ଦୁର ଲଗାଇବା ଉଚିତ ଓ ତାହାର ଅର୍ଥ କଣ ହୋଇଥାଏ ଆସନ୍ତୁ ଜାଣିବା । ସିନ୍ଥି, ଲଲାଟ, ଗଲା ଓ ହସ୍ତରେ ମହିଳାଙ୍କୁ ସିନ୍ଦୁର ଲଗାଇବାର ନିୟମ ରହିଛି ।

1- ମହିଳା ମାନେ ଯେତେବେଳେ ସିନ୍ଥିରେ ସିନ୍ଦୁର ଲଗାଇଥାନ୍ତି । ତାହା ମହିଳା ମାନେ ମା’ ଲକ୍ଷ୍ମୀଙ୍କ ଉଦ୍ଧେଶ୍ୟରେ ମହିଳା ମାନେ ଧାରଣ କରିଥାନ୍ତି । ତେବେ ମହିଳା ମାନେ ଏହି ସିନ୍ଥିରେ ସିନ୍ଦୁର ଲଗାଇବା ଦ୍ଵାରା ତାଙ୍କ ସ୍ଵାମୀ ଦୀର୍ଘାୟୁ ହୋଇଥାନ୍ତି ।

2- ଯେତେବେଳେ ମହିଳା ମାନେ ନିଜ କଣ୍ଠରେ ସିନ୍ଦୁର ଲଗାଇଥାନ୍ତି । ସେତେବେଳେ ତାହା ମା’ ସରସ୍ଵତୀଙ୍କ ଉଦ୍ଧେଶ୍ୟରେ ଧାରଣ କରିଥାନ୍ତି । ମହିଳା ମାନେ ନିଜ ସନ୍ତାନର ଦୀର୍ଘାୟୁ ଓ ମଙ୍ଗଳର କାମନା କରି ନିଜ କଣ୍ଠରେ ସିନ୍ଦୁର ଲଗାଇଥାନ୍ତି ।

3- ଯେତେବେଳେ ମହିଳା ମାନେ ନିଜ ଲଲାଟ ଅର୍ଥାତ କପାଳରେ ସିନ୍ଦୁର ଲଗାଇଥାନ୍ତି । ସେତେବେଳେ ତାହା ମାତା ସାବିତ୍ରୀଙ୍କ ଉଦ୍ଧେଶ୍ୟରେ ଧାରଣ କରିଥାନ୍ତି । ବିବାହିତ ମହିଳା ନିଜର ଶାଶୁ ଓ ଶଶୁରଙ୍କର ଦୀର୍ଘାୟୁ ତଥା ମଙ୍ଗଳର କାମନା କରି ମାତା ସାବିତ୍ରୀଙ୍କ ଉଦ୍ଧେଶ୍ୟରେ ସେଠାରେ ସିନ୍ଦୁର ଲଗାଇଥାନ୍ତି ।

4- ଯେତେବେଳେ ମହିଳା ନିଜ ହସ୍ତର ମଣିବନ୍ଧରେ ସିନ୍ଦୁର ଲଗାଇଥାଏ । ଏହା ମଧ୍ୟ ମାତା ପାର୍ବତୀଙ୍କୁ ସ୍ନାରଣ କରି ତାଙ୍କ ଉଦ୍ଧେଶ୍ୟରେ ମଣିବନ୍ଧରେ ଧାରଣ କରିଥାନ୍ତି । ଯାହା ଦ୍ଵାରା ମାତା ପାର୍ବତୀ ସେହି ବିବାହିତା ମହିଳାଙ୍କୁ ସତୀତ୍ଵ ପ୍ରଦାନ କରିଥାନ୍ତି । ତେବେ ପ୍ରତ୍ଯେକଟି ବିବାହିତା ମହିଳା ମାନଙ୍କୁ ନିଜ ଶରୀରର ଏହି 4 ଗୋଟି ସ୍ଥାନରେ ସିନ୍ଦୁର ନିହାତି ଭାବେ ଲଗାଇବା ଉଚିତ । ଯାହା ଦ୍ଵାରା ତାଙ୍କ ସ୍ଵାମୀ ଓ ତାଙ୍କ ପୁରା ପରିବାରର ମଙ୍ଗଳ ହୋଇପାରିବ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button