ଆପଣଙ୍କ ଜନ୍ମ ମାସ ଖୋଲିଥାଏ ଆପଣଙ୍କ ରାଜ୍, ଜଣାଇ ଥାଏ ଆପଣଙ୍କ ସ୍ଵଭାବ

ଜନ୍ମ ମାସ ଦ୍ଵାରା ଆପଣଙ୍କ ବ୍ୟକ୍ତିତ୍ଵ ପ୍ରକାଶ ପାଇଥାଏ । ଏହା ଦ୍ଵାରା ଆପଣଙ୍କ ଗୁଣ ଓ ଦୋଷ ମଧ୍ୟ ଜଣାପଡେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସରେ କୌଣସି ନା କୌଣସି ଗ୍ରହର ପ୍ରଭାବ ଜନ୍ମିତ ଜାତକ ଉପରେ ପଡ଼ିଥାଏ । ଆସନ୍ତୁ ଜାଣିବା ଅଲଗା ଅଲଗା ମାସରେ ଜନ୍ମ ହେବା ଫଳରେ କିପରି ହୋଇଥାଏ ଆପଣଙ୍କ ସ୍ଵଭାବ ଓ କଣ କଣ ରହିଥାଏ ଦୋଷ ଗୁଣ ।
ଜାନୁୟାରୀ
ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଓ ଶନି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ସବୁ କାମରେ ତୁରୁତୁରିଆ ଭଳି ହୋଇଥାଏ। ଫଳରେ କ୍ଷତି ସହିବାକୁ ବା ପଛରେ ପସ୍ତାଇବାକୁ ପଡ଼ିଥାଏ । ଏହି ମାସରେ ଜନ୍ମିତ ବ୍ୟକ୍ତି ସାଧାରଣତଃ କଳା କ୍ଷେତ୍ରରେ ମାହୀର୍ ହୋଇଥାନ୍ତି ।
ଫେବୃୟାରୀ
ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ଶୁକ୍ର ଗ୍ରହଙ୍କ ପ୍ରଭାବ ପଡିଥାଏ । ଜନ୍ମିତ ବ୍ୟକ୍ତି ନିଜ କଳା ଓ ବାଣୀ ଦ୍ଵାରା ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରିପାରନ୍ତି । ଏମାନେ ନିଜ କାମକୁ ବହୁତ୍ ସହଜ ଓ ସରଳତାର ସହ ପୂର୍ଣ୍ଣ କରିଥାନ୍ତି । ଏମାନେ ନିଜ ବିଚାରରେ ରୁଢ଼ିବାଦି ହୋଇଥାନ୍ତି ।
ମାର୍ଚ୍ଚ
ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ବୃହସ୍ପତି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ସାଧାରତଃ ପରୋପକାରୀ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ କଥାରେ ଅଟଳ ରହନ୍ତି । ବେଳେ ବେଳେ ତାଙ୍କର ଏହି ଗୁଣ ପାଇଁ ପଛରେ ହଇରାଣ ହୋଇଥାନ୍ତି ।
ଏପ୍ରିଲ
ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡିଥାଏ। ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ୍ ଲକି ହୋଇଥାନ୍ତି । ଏମାନେ ଜିଦି ସ୍ୱଭାବର ହୋଇଥାନ୍ତି । ଏମାନେ ଖେଳକୁଦ ଓ ଅନେକ କ୍ଷେତ୍ରରେ ଯଶଶ୍ୱୀ ଲାଭ କରନ୍ତି । କ୍ରୋଧୀ ସ୍ଵଭାବ ଏମାନଙ୍କ ପାଇଁ ନକାରାତ୍ମକ ପକ୍ଷ ଅଟେ ।
ମଇ
ଏହିମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ରବି ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ଅଳ୍ପ ପରିଶ୍ରମରେ ଉଚରେ ପହଞ୍ଚି ପାରନ୍ତି । ଏମାନେ ନିଜ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ୱାସ କରନ୍ତି । ଯାହାକି ବାରମ୍ବାର ନିଜ ପାଇଁ ଖରାପ ହୋଇଥାଏ ।
ଜୁନ
ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ଉପରେ ରବି ଓ ଚନ୍ଦ୍ର ଗ୍ରହଙ୍କ ପ୍ରଭାବ ପଡିଥାଏ । ଏମାନେ ନିଜ ମନମର୍ଜିରେ ଚଳନ୍ତି । ଯାହାଫଳରେ ଏମାନେ ନିଜେ ନିଜ କାମର ପ୍ରତିବନ୍ଧକ ହୋଇଯାଆନ୍ତି ।