ଗୋପାଳପୁର ବନ୍ଦରରେ ଆଇଏନଏସ କୁଠାର

ଗୋପାଳପୁର: ପର୍ଯ୍ୟଟକଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ ଆଇଏନଏସ କୁଠାର ଲଙ୍ଗର ପକାଇଛି। ଏହି ଜାହାଜକୁ ଦେଖିବା ନିମନ୍ତେ ପୂର୍ବାହ୍ନ ୯ ଟାଠାରୁ ଅପରାହ୍ନ ସାଢ଼େ ୪ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରଖାଯାଇଛି।
ଏହି ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡଙ୍କ ଠାରୁ ସମସ୍ତ ବିଷୟ ପର୍ଯ୍ୟଟକମାନେ ପଚାରି ବୁଝି ପାରିବେ । କେଉଁ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ତାହା ମଧ୍ୟ ପର୍ଯ୍ୟଟକ ପଚାରି ବୁଝି ପାରିବେ । ଏନସିସି, ସ୍କାଉଟ୍ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷା ଲାଭ କରିପାରିବେ।
INS Kuthar, an Indian Navy ship, docked at Gopalpur port in Odisha’s Ganjam district on November 24 and 25 to raise awareness about coastal security and maritime operations among the local population. #Indiannavy #navy #Marine #INSkuthar #Ship pic.twitter.com/Hd08WwTg07
— The Odisha Index™ (@the_odishaindex) November 24, 2024
ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣାଠାରୁ ଭାରତୀୟ ନୌସେନାର ଦୁଇଟି ଜାହାଜ ଗୋପାଳପୁର ବନ୍ଦର ଓ ପାରାନ୍ଦୀପ ବନ୍ଦରକୁ ଆସିଛି। ସେଠାରେ ନୌସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଦର୍ଶନ କରାଯାଉଛି।




