ରାଜ୍ୟ
ଦାରିଦ୍ର୍ୟ ଦୂର କରେ ଶଙ୍ଖ
ଶଙ୍ଖର ଉତ୍ପତ୍ତି: କୁହାଯାଏ ଶଙ୍ଖାସୁର ନାମକ ଏକ ଅସୁର ପ୍ରଭୁ ବିଷ୍ଣୁଙ୍କ ଭକ୍ତ ଥିଲେ । ଯେତେବେଳେ ବିଷ୍ଣୁଙ୍କ ବର ପାଇ ଶଙ୍ଖାସୁରର ଅତ୍ୟାଚାର ଖୁବ୍ ବଢ଼ିଗଲା ସେତେବେଳେ ଭଗବାନ ଶିବ ଶଙ୍ଖାସୁରର ବଧ କରିଦେଇଥିଲେ । ପର ଜନ୍ମରେ ଶଙ୍ଖାସୁର ଶଙ୍ଖ ରୂପରେ ଉତ୍ପତ୍ତି ହୋଇଥିଲା । ତେବେ ଶଙ୍ଖର ଉତ୍ପତ୍ତି ହେବାରେ ଧାର୍ମିକ କଥା ତ ଚାଲି ଆସିଛି ଏବେ ଜାଣିବା କି ଶଙ୍ଖ ରଖିବା ଫଳରେ କି ଉପକାର ହୋଇଥାଏ ।
ସକରାତ୍ମକ ଶକ୍ତି ଘରେ ପୂଜା ସ୍ଥଳରେ ଶଙ୍ଖରେ ପାଣି ଭରି ରଖିବା ଏହି ପାଣିକୁ ପ୍ରତିଦିନ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ସିଞ୍ଚନ କରନ୍ତୁ । ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହେବ । ପାଣି ପୂର୍ଣ୍ଣ ଶଙ୍ଖ ଘରର ଐଶାନ୍ୟ କୋଣରେ ରଖିଲେ ପରିବାରର ସୁଖ ସମୃଦ୍ଧି ଓ ଏକତା ବଜାୟ ରହିଥାଏ ।