ଦେଶ- ବିଦେଶ

୭୭ ବର୍ଷ ପୁରୁଣା କେକ୍ର ଦାମ୍ ୨ ଲକ୍ଷରୁ ଅଧିକ, ଜାଣନ୍ତୁ ଏହା ପଛର କାରଣ କ’ଣ ?

ଦୁନିଆରେ ଅନେକ ଐତିହାସିକ ଜିନିଷ ରହିଛି । ଯେପରିକି ମୁଦ୍ରା, ପୋଷାକ, ଅଳଙ୍କାର ପରି ଅନେକ ଜିନିଷ । କିନ୍ତୁ ଏକ ଐତିହାସିକ କେକ୍ ବିଷୟରେ କେବେ ଶୁଣିଛନ୍ତି କି ? ନିକଟରେ ସ୍କଟଲାଣ୍ଡରେ ଦେଖିବାକୁ ମିଳିଥିଲା ୭୭ ବର୍ଷ ପୁରୁଣା କେକର ଏକ ଖଣ୍ଡ । ଯାହା ୨ ଲକ୍ଷ ୩୬ ହଜାର ଟଙ୍କାରେ ହୋଇଥିଲା ବିକ୍ରି । ଏବେ ମନକୁ ପ୍ରଶ୍ନ ଆସୁଥିବ ଖଣ୍ଡେ କେକର ଦାମ୍ ଏତେ ଅଧିକ କାହିଁକି ?

 

ବାସ୍ତବରେ ଏହି କେକ୍ କୌଣସି ସାଧାରଣ କେକ୍ ନୁହେଁ ବରଂ ଏକ ଐତିହାସିକ କେକ୍ । ଏହି କେକକୁ ୨୦ ନଭେମ୍ବର ୧୯୪୭ରେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପଙ୍କ ବିବାହରେ ପରିବେଷଣ କରାଯାଇଥିଲା। ରାଜା ଏବଂ ରାଣୀଙ୍କ ବିବାହରେ ୯ ଫୁଟ ଉଚ୍ଚର କେକ୍ ସର୍ବ କରାଯାଇଥିଲା । ଯେଉଁଥିରୁ ଏହା ଏକ କେକ୍ ଖଣ୍ଡ ।

ପ୍ରାୟ ଆଠ ଦଶନ୍ଧି ପରେ ମିଳିଥିବା ଏହି କେକ୍ରେ ରାଣୀ ଏଲିଜାବେଥଙ୍କର ଏକ ଚାନ୍ଦିର ମୋହର ଲାଗିଛି । ଦମ୍ପତି ବିବାହ ପରେ କେକ୍ଟିକୁ ସେମାନଙ୍କ ଗୃହରକ୍ଷୀ ମାରିଅନ୍ ପୋଲସନଙ୍କୁ ଉପହାର ଦେଇଥିଲେ । ଆଉ ଏହାର ୭୭ ବର୍ଷ ପରେ କେକ୍ଟି ଏକ ଖଟ ତଳେ ସୁଟକେସରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।

କେକ୍ ଖଣ୍ଡକୁ ରିମନ୍ ଡାନସି ଦ୍ୱାରା ନିଲାମ କରାଯାଇଥିଲା ଏବଂ ଚାଇନାର ଜଣେ ବ୍ୟକ୍ତି ଏହାକୁ କିଣିଥିଲେ । ବର୍ତ୍ତମାନ ବି ଏହି କେକ ପୂର୍ବ ପରି ପ୍ୟାକ୍ ହୋଇ ରହିଛି । କେକ୍ ସହ ରାଣୀଙ୍କର ଏକ ଚିଠି ମଧ୍ୟ ଏଥିରେ ରଖାଯାଇଥିଲା ।

ଚିଠିରେ ରାଣୀ ଗୃହରକ୍ଷୀଙ୍କ ପାଇଁ ଲେଖିଛନ୍ତି, ମୋର ସ୍ୱାମୀ ଏବଂ ମୁଁ ଜାଣି ବହୁତ ଖୁସି ହୋଇଛୁ ଯେ ଆପଣ ଆମକୁ ଏତେ ଚମତ୍କାର ବିବାହ ଉପହାର ଦେଇଛନ୍ତି । ତୁମର ମିଠା ସେବାରେ ଆମେ ଦୁହେଁ ବହୁତ ଖୁସି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button