ଦେଶ- ବିଦେଶ

ପିଏମ୍‌ଏଲ୍‌ଏ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ପୂର୍ବରୁ ଅନୁମତି ଜରୁରୀ

ନୂଆଦିଲ୍ଲୀ,୦୭/୧୧: ସୁପ୍ରିମକୋର୍ଟ ପିଏମଏଲଏ ସହ ଜଡିତ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି, ସରକାରୀ ଅଧିକାରୀ ଓ ବିଚାରପତିଙ୍କ ବିରୋଧରେ ପିଏମଏଲଏ ମାମଲା ପୂର୍ବରୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।

ସିଆରପିସିର ଧାରା୧୯୭(୧) ଅଧୀନରେ ସରକାରୀ କର୍ମଚାରୀ, ବିଚାରପତିଙ୍କ ବିରୋଧରେ ମାମଲା ଚଳାଇବା ଲାଗି ସରକାରଙ୍କ ସହ ସମ୍ବନ୍ଧିତ ଅଥରିଟିଙ୍କ ମଞ୍ଜୁରି ନେବାକୁ ପଡିଥାଏ ।

ସିଆରପିସିର ଏହି ପ୍ରାବଧାନ ପିଏମଏଲଏ ମାମଲାରେ ବି ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଘଟଣାଟି ଏହିପରି । ତେଲଙ୍ଗାନା ହାଇକୋର୍ଟ ଜଣେ ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ସରକାରୀ ସ୍ୱୀକୃତି ବିନା ପିଏମଏଲଏ ମାମଲାକୁ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ସେହି ରାୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା । ସୁପ୍ରିମକୋର୍ଟର ଜଷ୍ଟିସ ଏଏସ୍ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇଡିର ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହି ମାମଲାରେ ଇଡି ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲା ଯେ, ସେ ଜମି ଆବଣ୍ଟନରେ ନିଜର ଅଧିକାରିକ ପଦର ଦୁରୁପଯୋଗ କରି ସମ୍ପତ୍ତିର ଅବମୂଲ୍ୟାୟନ କରିଥିଲେ । ଏଥିସହ ନିଜର ଅଧିକାର କ୍ଷେତ୍ର ବାହାରକୁ ଯାଇ କିଛି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ । ଫଳରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ରେଡ୍ଡୀଙ୍କ ସହ ଜଡ଼ିତ କଂପାନିକୁ ଲାଭ ପହଞ୍ଚିଥିଲା । ଏଥିଲାଗି ସେ ଷଡ଼ଯନ୍ତ୍ର ରଚନା କରିଥିଲେ ଯାହାଦ୍ୱାରା ସରକାରଙ୍କୁ ଆର୍ଥିକ କ୍ଷତି ପହଞ୍ଚିଥିଲା । ତେବେ ସଂପୃକ୍ତ ଅଧିକାରୀ ଏହାକୁ ଖଣ୍ଡନ କରିଥିଲେ। ମାମଲା ରୁଜୁ ପୂର୍ବରୁ ସରକାରୀ ଅନୁମତି ଜରୁରି ଥିଲା ବୋଲି ସେ ଦର୍ଶାଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button