ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ! ଭାରତ ପାଇଁ କେତେ ଫାଇଦା କେତେ କ୍ଷତି ?
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ । କିଛି ସ୍ଥାନରେ ଭୋଟିଂ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ ଏବେ ବି ମତଦାନ ଜାରି ରହିଛି । ଏପଟେ ଭୋଟ୍ ଗଣତି ମଧ୍ୟ ଆରମ୍ଭ ହୋଇଯାଇଛି । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ ଟକ୍କର ଚାଲିଛି । ମିଳିଥିବା ଶେଷ ରିପୋର୍ଟ ଅନୁଯାୟୀ, ଇଲେକ୍ଟୋରାଲ କଲେଜ କାଉଣ୍ଟିଂରେ ଆଗରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ରିପବ୍ଲିକାନକୁ ୨୪୭ ସିଟରେ ଆଗରେ ରହିଥିବା ବେଳେ କମଲା ହାରିସଙ୍କୁ ୨୧୪ ଇଲେକ୍ଟୋରାଲ କଲେଜରେ ଆଗରେ ରହିଛନ୍ତି । ଚଳିତ ନିର୍ବାଚନରେ ଟ୍ରମ୍ପ ଯଦି କମ୍ବ୍ୟାକ୍ କରନ୍ତି ତେବେ ଭାରତ ପାଇଁ କ’ଣ ଫାଇଦା ହେବ । ଏହାକୁ ଦକ୍ଷିଣ ଏସିଆ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ୟୁଏସଏର ସମ୍ପର୍କ ନେଇ ଦୃଢ଼ ବୟାନ ଦେଇଥିଲା ଟମ୍ପ ଆମେରିକାର ରାଷ୍ଟ୍ରପତି ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ । ଦ୍ବିପାକ୍ଷିକ ସମ୍ପର୍କ ବଢ଼ିବ, ଏଥିରେ ଆମେରିକା ପ୍ରତିଶୃତିବଦ୍ଧ । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ୍ ମିଡିଆରେ ଏଭଳି କିଛି କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ପାର୍ଟି କ୍ଷମତାକୁ ଆସିବେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସଶକ୍ତ ହେବ ଏବଂ ଏହାକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ବାଂଲାଦେଶରେ ଶାସନ କ୍ଷମତା ପରିବର୍ତ୍ତନ ପରେ ସଂଖ୍ୟା ଲଘୁ ଉପରେ ହେଉଥିବା ଅତ୍ୟାଚାରକୁ ଦୃଢ଼ ନିନ୍ଦା କରିଥିଲେ ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଟ୍ରମ୍ପଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ପୂର୍ବରୁ ବଡ଼ କାର୍ଯ୍ୟକ୍ରମରେ ଦୁଇ ନେତା ନଜରରେ ଆସିଛନ୍ତି । ୨୦୧୯ରେ ଟେକ୍ସାସରେ ‘ହାଉଡି ମୋଦି’ ରାଲିରେ ଦୁଇ ନେତା ଏକାଠି ନଜରକୁ ଆସିଥିଲେ । ଟ୍ରମ୍ପ ପ୍ରାୟ ୫୦ ହଜାର ଲୋକଙ୍କ ସମ୍ନାରେ ନରେନ୍ଦ୍ର ମୋଦିଙ୍କୁ ପାଛୋଟି ନେଇଥିଲେ । ଆମେରିକାରେ କୌଣସି ବିଦେଶୀ ନେତାଙ୍କୁ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ଼ ସଭା ବୋଲି କୁହାଯାଉଛି । ତେଣୁ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଭାରତ ସହିତ ସମ୍ପର୍କ ଭଲ ରହିବ ବୋଲି କୁହାଯାଉଛି ….