ମହିଳାମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି 5ଟି ଜିନିଷ ସ୍ୱାମୀ ହେବେ କାଙ୍ଗାଳ

ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ଓ ଘନିଷ୍ଟ ସମ୍ପର୍କ ଅନେକ କୁହନ୍ତି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ତେଣୁ ସ୍ତ୍ରୀ ର ସମସ୍ତ ପ୍ରକାରର କାର୍ଯ୍ୟର ଶୁଭ ଅଶୁଭ ପ୍ରଭାବ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀ ର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ଵାମିକୁ ତଳି ତଳାନ୍ତ କରି ଦେଇଥାଏ । ଜୀବନ ନଷ୍ଟ କରି ଦେଇଥାଏ । ଏଣୁ ସ୍ତ୍ରୀମାନେ ଏହିଭଳି ଭୁଲ କରିବା ଉଚିତ ନୁହେଁ । ଯାହା ଫଳରେ କି ସ୍ବାମୀର ଅନିଷ୍ଟ ହୋଇଥାଏ ।
ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି । ପତ୍ନୀ ଏହିପରି ଏକ ବନ୍ଧନରେ ବାନ୍ଧି ହୋଇ ସୁଖ ଓ ଦୁଃଖର ଭାଗୀଦାରୀ ହୋଇଥାଏ । ପତ୍ନୀ ପିନ୍ଧୁଥିବା କେତେ ଗୁଡିଏ ଜିନିଷ ତାଙ୍କର ସ୍ଵାମିକୁ କାଙ୍ଗାଳ କରି ଦେଇଥାଏ ଏବଂ ଦୁହିଁଙ୍କୁ ମଧ୍ୟ ଅଲଗା କରି ଦେଇଥାଏ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ଶୃଙ୍ଗାର କୁ ବହୁତ ମାନ୍ୟତା ଦିଆ ଯାଇଥାଏ । ସେଥି ମଧ୍ୟରୁ କେତେ ଗୁଡିଏ ଶୃଙ୍ଗାର କୁ ଭୁଲ ବା ଅଶୁଭ ମନାଯାଏ ।
କାରଣ ଆଜିର ଆଧୁନିକତାକୁ ମହତ୍ଵ ଦେଇ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲି ଯାଇଥାନ୍ତି । ଯାହା ଫଳରେ ଜୀବନ ବର୍ବାଦି ଆଡକୁ ଟାଣି ହୋଇଯାଏ । ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ସବୁ ଶୃଙ୍ଗାର କଣ ଅଟେ ଯାହାକୁ ବିବାହିତା ନାରୀ ପିନ୍ଧିବା ଦ୍ଵାରା ସ୍ଵାମୀ ଓ ପରିବାରର ଅନିଷ୍ଟ ହୋଇଥାଏ ।
ସୁନାର ଗହଣା
ସୁନାର ଗହଣା ପ୍ରତ୍ଯେକ ବିବାହିତା ନାରୀ ପାଇଁ ଶ୍ରେଷ୍ଠ ଓ ମନ ପସନ୍ଦର ଶୃଙ୍ଗାର ହୋଇଥାଏ । କିନ୍ତୁ ଏମିତି ମଧ୍ୟ ସୁନାର ଗହଣା ଅଛି ଯାହାକୁ ବ୍ୟବହାର କରିବା ଦ୍ଵାରା ଅମଙ୍ଗଳ ହୋଇଥାଏ । ଗୋଟିଏ ହେଉଛି ସୁନାର ପାଉଁଜି ଓ ଅନ୍ଯଟି ସୁନାର ଝୁଣ୍ଟିଆ । ଏହାକୁ ବିବାହିତା ନାରୀ ମାନେ ପାଦରେ ପିନ୍ଧିବା ଦ୍ଵାରା ଅଶୁଭ ହୋଇଥାଏ । ସ୍ଵାମୀ ତଥା ପରିବାରର କ୍ଷତି ହୋଇଥାଏ । ଉନ୍ନତିରେ ବାଧା ଆସିଥାଏ ।
ଧଳା ଶାଢୀ
ଆଧୁନିକ ଯୁଗରେ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅନେକ ନାରୀ ଧଳା ଶାଢୀ ପିନ୍ଧିଥାନ୍ତି ଯାହାକି ବିବାହିତା ନାରୀମାନଙ୍କ ପାଇଁ ଉଚିତ ହୋଇ ନଥାଏ । ଏମିତି କରିବା ସ୍ଵାମୀ ର ମୃତ୍ୟୁ କୁ ଆମନ୍ତ୍ରଣ କରିବା ସହିତ ସମାନ ହୋଇଥାଏ । ଶାସ୍ତ୍ର ଅନୁସାରେ କେବଳ ବିଧବା ନାରୀ ମାନେ ହିଁ ଧଳା ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ ।
ମଙ୍ଗଳସୂତ୍ର
ଆଜ୍ଞା ହଁ, ମଙ୍ଗଳ ସୂତ୍ର ହେଉଛି ବିବାହିତା ନାରୀ ମାନଙ୍କ ପାଇଁ ପବିତ୍ର ବନ୍ଧନର ମୂଳ ସୂତ୍ର । ଆଧୁନିକ ସମୟ ସହିତ ତାଳ ଦେଇ ଅନେକ ବିବାହିତା ନାରୀ ମାନେ ମଙ୍ଗଳ ସୂତ୍ରକୁ ଗଳାରେ ଧାରଣ ନକରି ହାତରେ ଧାରଣ କରିଥାନ୍ତି । ଏମିତି କରିବା ଦ୍ଵାରା ସ୍ବାମୀର ଅମଙ୍ଗଳ ହୋଇଥାଏ । ଜୀବନ ଓ ଜୀବିକାରେ ବାଧା ଉପୁଜିଥାଏ ।




