ଦେଶ- ବିଦେଶ

ସବୁବେଳେ ଗରମ ପାଣି ପିଇବା ଦ୍ୱାରା ଶରୀରରେ ଆସିଯାଏ ୪ଟି ବଡ଼ ପରିବର୍ତ୍ତନ , ଆପଣ ମଧ୍ୟ ନିଶ୍ଚିତ ଭାବରେ ଜାଣନ୍ତୁ

ସମସ୍ତେ ଜାଣିଛନ୍ତି ଯେ , ପାଣି ପିଇବା ଶରୀର ପାଇଁ ଆବଶ୍ୟକ ଅଟେ। ଭଲ ସ୍ୱାସ୍ଥ୍ୟ ପାଇଁ ଗୋଟିଏ ଦିନରେ ଅତିକମରେ ୮ ରୁ ୧୦ ଲିଟର ପାଣି ପିଇବା ଉଚିତ। କିନ୍ତୁ ଥଣ୍ଡା ପାଣି ପରିବର୍ତ୍ତେ ଗରମ ପାଣିର ଲାଭ ଅଧିକ ହୋଇଥାଏ। କେବଳ ଶୀତ ଦିନେ ନୁହେଁ ବରଂ ଗ୍ରୀଷ୍ମ ଦିନେ ମଧ୍ୟ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ।

Google

ଯଦି ଦିନରେ ତିନିଥର ଗରମ ପାଣି ପିଇବାର ଅଭ୍ୟାସ କରି ନିଆଯାଏ , ତେବେ ଶରୀରକୁ ରୋଗ ଠାରୁ ସହଜରେ ରକ୍ଷା କରାଯାଇପାରିବ। ଏହାଦ୍ବାରା ଆପଣଙ୍କର ପାଚନ ତନ୍ତ୍ର , ଚର୍ମ ଏବଂ କେଶ ସୁସ୍ଥ ରହିଥାଏ। ପାଣି ଶରୀରର ଖରାପ ପଦାର୍ଥ ବାହାରକୁ କରିଦିଏ। ପାଣି ବିନା ଆମେ ଆମ ଜୀବନକୁ କଳ୍ପନା ମଧ୍ୟ କରିପାରିବା ନାହିଁ। ପାଣି ଚାରିଆଡୁ ଆମ ପାଇଁ ଲାଭଦାୟକ ଅଟେ , କିନ୍ତୁ ଆମେ ଯଦି ଉଷୁମ ପାଣି ପିଇବା , ତେବେ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହେବ।

ଯଦି ଆପଣ ମୋଟାପଣ ଦ୍ୱାରା ଚିନ୍ତିତ ଅଛନ୍ତି ଏବଂ ତାହାକୁ କମ କରିବାକୁ ଚାହୁଁଛନ୍ତି , ତେବେ ପ୍ରତିଦିନ ସକାଳେ ଗୋଟିଏ ଗ୍ଲାସ ଗରମ ପାଣି ଆପଣଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବ। ଗରମ ପାଣି ପିଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଚର୍ବି ଶେଷ ହୋଇଯାଏ। ଫଳସ୍ୱରୂପ ଆପଣଙ୍କର ଓଜନ କମ ହୋଇଯାଏ।

ବିନା ମୌସୁମୀରେ ମଧ୍ୟ ଯଦି ଆପଣଙ୍କ ଛାତିରେ ଚିପା ଏବଂ ଥଣ୍ଡାର ସମସ୍ୟା ରହିଥାଏ , ତେବେ ଗରମ ପାଣି ପିଇବା ଆପଣଙ୍କ ପାଇଁ ରାମବାଣ ଠାରୁ କମ ହେବ ନାହିଁ। ଗରମ ପାଣି ପିଇବା ଦ୍ୱାରା ଗଳା ମଧ୍ୟ ଠିକ ରହିଥାଏ। ଏହାକୁ ସେବନ କରିବା ଦ୍ୱାରା ଆରାମ ମିଳିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button