ରାଜ୍ୟ

ସୁକିନ୍ଦା :ବିଜେପିର ଫଳକ ଭଙ୍ଗାକୁ ବିଜେଡିର ପ୍ରତିବାଦ

ଯାଜପୁର: ନିର୍ବାଚନ ପରେ ସୁକିନ୍ଦା ରାଜନୀତି ବେଶ ଉଷ୍ଣ ହୋଇ ଉଠିଛି । ନିର୍ବାଚନ ପରେ ବିଜେପି ପକ୍ଷରୁ ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରାଯାଇଥିବା ନେଇ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ବିଜେପି କର୍ମୀ ମାନେ ବିଜେଡିର ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ ସମୟରେ ଲଗାଯାଇଥିବା ଫଳକକୁ ଭାଙ୍ଗୁଥିବା ନେଇ ବିଜେଡି ଅଭିଯୋଗ କରିଛି । ନିକଟରେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏକ ଫଳକରେ ଲେଖା ଯାଇଥିବା ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନାଁ କୁ ଲିଭାଇ ଦେବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ କେବଳ ବିଜେଡି କର୍ମୀ ନୁହଁନ୍ତି ସାଧାରଣରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏବେ ପିମ୍ପୁଡିଆ ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ଓ ସାଂସଦଙ୍କ ନାମ ଥିବା ଫଳକକୁ କେହି ଭାଙ୍ଗି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏହି ପଞ୍ଚାୟତରେ ଫଳକ ଭଙ୍ଗା ଯାଇଥିଲା । ଏବେ ପୁଣି ଘଟଣାର ପୁନରାବୃତ୍ତି ହେବା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏନେଇ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି ଓ ସୁକିନ୍ଦା ବ୍ଲକ ପିମ୍ପୁଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ତଥା ବିଜେଡି ନେତା ସୁକାନ୍ତ କୁମାର ନାୟକ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ବିଜେପି ହୀନ ରାଜନୀତି କରୁଥିବା ପ୍ରକାଶ କରିଛନ୍ତି । ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଲୋକପ୍ରିୟତା ବଢ଼ୁଥିବାରୁ ବିଜେପି ଅସହିଷ୍ଣୁ ହୋଇ ଫଳକ ଭାଙ୍ଗିବା ଭଳି ହୀନ କାମ କରୁଥିବା ମତଦେବା ସହିତ ବିଜେପି ଏଥିରୁ ନିବୃତ ରହିବାକୁ ଚେତାବନୀ ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button