ଦେଶ- ବିଦେଶ

ପୂଜାପାଠ ଜପ ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଃଖୀ କାହିଁକି, କାହିଁକି ଦୁଃଖ ଭୋଗ କରନ୍ତି, କଣ ପାଇଁ ଭଗବାନ ନିଅନ୍ତି ପରୀକ୍ଷା , ଆସନ୍ତୁ ଜାଣିବା।

ବନ୍ଧୁଗଣ ସବୁବେଳେ ଆପଣ ଦେଖୁଥିବେ ସବୁବେଳେ ପୂଜା ପାଠ କରୁଥିବା ବ୍ୟକ୍ତି ଦୁଃଖୀ ରହିଥାନ୍ତି। ଏବଂ ଆମର ମନକୁ ପ୍ରଶ୍ନ ଆସିଥାଏ ସବୁବେଳେ ଆମେ ପୂଜା ପାଠ କରିଥାଉ। ପ୍ରଭୁଙ୍କର ଭକ୍ତିରେ ଲୀନ ହୋଇଯାଉ। ହେଲେ ବି ଆମର ଦୁଃଖ ଅସୁବିଧା ସମାପ୍ତ ହୁଏ ନାହିଁ। ଏବଂ ଏହାର ବିପରୀତରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ। ଧର୍ମ କର୍ମ କରନ୍ତି ନାହିଁ। ଏବଂ ଆମେ ସବୁବେଳେ ପୂଜା ପାଠ ଧର୍ମ କର୍ମ କରିବା ପରେ ବି ମଧ୍ୟ ଆମେ ଦୁଃଖୀ କଣ ପାଇଁ ହୋଇଥାଉ। ଏହିଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ବ୍ୟକ୍ତିଙ୍କ ମନକୁ ଆସିଥାଏ। ସେଥିପାଇଁ ଆପଣ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଯାହା ଦ୍ୱାରା ଆପଣଙ୍କ ମନରେ ଥିବା ସବୁ ସନ୍ଦେହ ଦୂର ହୋଇଯିବ। ତା ସହିତ ଯେଉଁ ଲୋକ ପୂଜା ପାଠରେ ବିଶ୍ୱାସ ରଖନ୍ତି ନାହିଁ ସେମାନଙ୍କୁ ବି ଅନୁରୋଧ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। କାରଣ ଆପଣଙ୍କ ପାଇଁ ଅନେକ ସତ୍ୟ ବଚନ ରହିଛି।

Google

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ହେ ମନୁଷ୍ୟ ତୁମେ କର୍ମ କରି ଚାଲ। ଫଳରେ ଚିନ୍ତା ତୁମେ ମୋ ଉପରେ ଛାଡି ଦିଅ। ଏବଂ ମୁଁ ଠିକ ସମୟରେ ତୁମ ଦ୍ୱାରା କରାଯାଇଥିବା କର୍ମର ଉଚିତ ଫଳ ପ୍ରଦାନ କରିବି। ଏବେ ପ୍ରଶ୍ନ ଏହା ଅଟେକି ସବୁବେଳେ ଦେଖିବାକୁ ମିଳିଥାଏ ଭଲ ଲୋକେ, ଭକ୍ତ ଲୋକେ, ପୁଣ୍ୟବାନ ଲୋକେ ଦୁଃଖ ପାଇଥାନ୍ତି। ଯେଉଁଠିକି ପାପୀ ବ୍ୟକ୍ତି ସୁଖୀ ହୋଇଥାନ୍ତି। ବେଳେବେଳେ ଏହା ବୁଝି ହୁଏ ନାହିଁ। ଏମିତି କଣ ପାଇଁ ହୋଇଥାଏ। କଣ ଇଶ୍ଵରଙ୍କର ବିଚାଳୟର ଭୁଲ ନିର୍ଣ୍ଣୟ ଦେଇଥାନ୍ତି। ଏମିତି କାହିଁକି ହୋଇଛି। ବନ୍ଧୁଗଣ ଏହା ପଛରେ ଗୋଟେ କାରଣ ଅଛି। ଧ୍ୟାନ ଦେଇ ପଢ଼ନ୍ତୁ ଏହି କଥା। ଜଣେ ଗୁରୁଜୀଙ୍କର ତାଙ୍କର ଦୁଇଟି ସନ୍ତାନ ଥିଲେ। ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷାଗ୍ରହଣ କରିଥିଲେ। ବୁଦ୍ଧିମାନ ଥିଲେ ଓ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭ୍ୟାସ ଖରାପ ହୋଇଯାଇଥିଲା। ପ୍ରଥମ ସନ୍ତାନଟି ପ୍ରତିଦିନ ସତସଙ୍ଗ କରୁଥାନ୍ତି। ପୂଜା ପାଠ କରୁଥାନ୍ତି। ଯେଉଁଠିବି ନାମ କୀର୍ତ୍ତନ ହଉଥାଏ ସେଠାକୁ ଯାଇ ଭଗବାନଙ୍କ ଭକ୍ତିରେ ରହୁଥାନ୍ତି ଏବଂ ଅନ୍ୟ ସନ୍ତାନଟି ଖରାପ ଅଭ୍ୟାସ ରଖିଥିବା ଯୋଗୁ ସେ ସବୁବେଳେ ଦେହଜୀବୀର ଘରକୁ ଯାଇଥାଏ। ବେଶ୍ୟା ସହିତ ରହିବା ତାଙ୍କୁ ଭଲ ଲାଗିଥାଏ। ଯେତେବେଳେ ସେ ନାଚୁଥିଲା ତାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଲାଗିଥାଏ। ଆପଣ ବି ଦେଖିଥିବେ ଆଜି ବି ଗାଁରେ ସହରରେ ଭଗବତ, ପାଲା,ଦାସକାଠିଆ କିମ୍ବା ସାମାଜିକ ନାଟକ କିମ୍ବା ପୌରାଣିକ ନାଟକ ଦେଖିବା ପାଇଁ କମ ପରିମାଣର ଭିଡ଼ ହୋଇଥାଏ। କିନ୍ତୁ ଯଦି ଆଗରୁ ହିଁ ଜଣା ପଡ଼ିଯାଏ କୌଣସି ଲେଡିସଷ୍ଟେଜକୁ ଆସିଛି ତ ସେଠାରେ ସବୁଠୁ ଅଧିକ ଭିଡ଼ ଲାଗିଥାଏ। ବହୁତ ଗମ୍ଭୀରତାର ସହ ବୁଝନ୍ତୁ। ଏହି ଯେଉଁ ଆଖି ଆପଣଙ୍କର, ଶରୀର ଆପଣଙ୍କର ଧୀରେ ଧୀରେ ନଷ୍ଟ ହେବାକୁ ଯାଉଛି। ହେଲେ ମଧ୍ୟ ଆଖି ଦେଖିବାର ଇଛା ପୂରଣ ହେଉନାହିଁ। ଆଜିବି ମୁଜୁରା ଦେଖିବାକୁ ମନ ହେଉଛି। ଆଜିବି ଝିଅ ମାନଙ୍କର ନାଚ ଦେଖିବାକୁ ମନ ବଳୁଛି। ଆଜିବି ସୁନ୍ଦରତା ପ୍ରତି ଆକର୍ଷିତ ହେଉଛନ୍ତି। ଜଣେ ସୁନ୍ଦର ସ୍ତ୍ରୀ ଯାଉଥିଲେ ରାସ୍ତାରେ, କିଏ ଜଣେ କହିଲେ ବାଃ କେତେ ସୁନ୍ଦର। ଜଣେ ଭକ୍ତ ଏହା ଶୁଣି କହିଲେ ଆରେ ପାଗଳ ତୁମେ ଏହି ସୁନ୍ଦରତାର ପଛରେ ପଡିଛ। ଆଜି ପର୍ଯ୍ୟନ୍ତ ତୁମେ ସୁନ୍ଦରତା ଦେଖିନ ଯେଉଁ ଦିନ ସୁନ୍ଦରତା ଦେଖିବ ପାଗଳ ହୋଇଯିବ। ଏହି ଦୁନିଆ ଆମକୁ ସେ ପର୍ଯ୍ୟନ୍ତ ଭଲ ଲାଗିଥାଏ ଯେପର୍ୟ୍ଯନ୍ତ ଆମକୁ ଭଗବାନଙ୍କ ସ୍ୱାଦ ମିଳିନଥାଏ। ହଁ ମିଳିବା ଡେରି ହୋଇପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button