ରାଜ୍ୟ

କନଷ୍ଟେବଳଙ୍କ ପାପୁଲି ଛିଡାଇ ଦେଲା ଦୁର୍ବୃତ୍ତ

ବୁର୍ଲା: ସମ୍ବଲପୁର ଜିଲା ବୁର୍ଲା ଥାନା ଝରାପାଲି ଗ୍ରାମରେ ପୁଲିସକୁ ଆକ୍ରମଣ। କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡାଇ ଦେଇଛି ଦୁବତ୍ତ। ଦୁର୍ବୁତ୍ତର ଭୁଜାଲି ମାଡରେ କନେଷ୍ଟବଳ ସରୋଜ ଭୋଇଙ୍କ ଦୁଇ ଆଙ୍ଗୁଠି ଛିଣ୍ଡିପଡ଼ିଛି। ତେବେ ପାରିବାରିକ କଳହରୁ ଅଭିଯୋଗ ହେବା ପରେ ପୁଲିସକୁ ଖବର ଦେଇଥିଲେ ମହିଳା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ୟକ୍ତ ବ୍ୟକ୍ତି ଜଣକ ଉତକ୍ଷିପ୍ତ ହୋଇ କନେଷ୍ଟବଳ ସରୋଜକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଫଳରେ ସରୋଜଙ୍କ ହାତରେ ଗଭୀର ଆଘାତ ଲାଗି ଥିଲା। ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ଆଶୁଚିକିତ୍ସା ବିଭାଗକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button