ଦେଶ- ବିଦେଶ

ଚନ୍ଦ୍ର ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ, କମିଥିଲା ତାପମାତ୍ରା.

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। କୋଭିଡ ଲକଡାଉନ ଯୋଗୁ ବିଶ୍ୱରେ ଲକଡାଉନ୍ ମଧ୍ଯ କରାଯାଇଥିଲା। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା।

ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ ୨୦୨୦ରେ ଚନ୍ଦ୍ରର ତାପମାତ୍ରାରେ ହ୍ରାସ ଘଟିଥିବାର ରେକର୍ଡ କରାଯାଇଥିଲା।

ଏହି ତଥ୍ଯ ରୟାଲ ଏଷ୍ଟ୍ରୋନୋମୀ ସୋସାଇଟିରେ ପ୍ରକାଶିତ ହୋଇଛି। ଚନ୍ଦ୍ର ପୃଷ୍ଠରେ ୬ଟି ସ୍ଥାନରେ ରାତିର ତାପମାତ୍ରାକୁ ନେଇ ଅଧ୍ୟୟନ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଗବେଷକମାନେ ୨୦୧୭ ରୁ ୨୦୨୩ପର୍ଯ୍ୟନ୍ତ ତଥ୍ୟକୁ ନଜରରେ ରଖିଥିଲେ। ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜଙ୍କ ଅନୁଯାୟୀ ତାଙ୍କ ରିସର୍ଚ୍ଚରୁ ଜଣାପଡିଛି ଯେ ପୃଥିବୀରେ ଲକଡାଉନ୍ ସମୟରେ ଅନେକ ମାସଧରି ଚନ୍ଦ୍ରରେ ତାପମାତ୍ରା ୮ରୁ ୧୦ କେଲଭିନ ହ୍ରାସ ହୋଇଥିଲା। ଏହି ଗବେଷଣା ପାଇଁ ନାସାର ଲୁନାର ଅର୍ବିଟରରୁ ତଥ୍ୟ ନିଆଯାଇଛି।

ଏପରିକି ଲକଡାଉନ ସମୟରେ ସମଗ୍ର ବିଶ୍ୱରେ କାରଖାନା, ବିଭିନ୍ନ ଯାନବାହାନ ଏବଂ ଲୋକମାନଙ୍କର ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଥିଲା। ଫଳରେ ପୃଥିବୀରେ ରେଡିଏଶନ କମ ହୋଇଥିଲା, ଯାହାର ପ୍ରଭାବ ଚନ୍ଦ୍ର ଉପରେ ପଡିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button