ଦେଶ- ବିଦେଶ

ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାହ ନିପାତ

ତେଲ୍ ଅଭିଭ୍: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାହ ମୃତ୍ୟୁବରଣ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆଇଡିଏଫ ଏକ୍ସରେ ଏକ ପୋଷ୍ଟରେ ଲେଖିଛି ଯେ ‘ହାସନ ନସରଲ୍ଲା ଆଉ ବିଶ୍ୱକୁ ଆତଙ୍କିତ କରିପାରିବ ନାହିଁ। ଇସ୍ରାଏଲ ଶୁକ୍ରବାର ବେରୁତରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯାହା ପରେ ନସରଲ୍ଲାଙ୍କ ପାଖରେ ପହଞ୍ଚି ପାରିନଥିଲା।

ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେ ଇସ୍ରାଏଲ ସେନା ଏହାକୁ ନିଶ୍ଚିତ କରିଛି।

ତେବେ ଏ ନେଇ ହିଜବୁଲ୍ଲା ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ। କିଛି ରିପୋର୍ଟରେ ନସରଲ୍ଲାଙ୍କ ଘନିଷ୍ଠ ସହଯୋଗୀମାନେ କହିଛନ୍ତି ଯେ ସେ ସୁରକ୍ଷିତ ଅଛନ୍ତି। ତେବେ ହିଜବୁଲ୍ଲାଙ୍କ ଆନୁଷ୍ଠାନିକ ବୟାନକୁ ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି। ସେପଟେ ଇରାନ ଗଣମାଧ୍ୟମ ବି ନସରଲ୍ଲା ମୃତ୍ୟୁକୁ ଅସ୍ବୀକାର କରିଛି ।

ଇସ୍ରାଏଲ ସେନା ଶୁକ୍ରବାର ଦିନ ହିଜବୁଲ୍ଲାର ବେରୁତସ୍ଥିତ କେନ୍ଦ୍ରୀୟ ମୁଖ୍ୟାଳୟ ଉପରେ ଆକ୍ରମଣ କରି ଏହାର ନେତା ହାସନ ନସରଲ୍ଲାଙ୍କୁ ଟାର୍ଗେଟ କରିଥିଲା। ଯେଉଁଠି ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନେକ ଉଚ୍ଚ କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ଆକ୍ରମଣରେ ଅତି କମରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୧ ଜଣ ଆହତ ହୋଇଥିବା ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଆମେରିକୀୟ ଅଧିକାରୀଙ୍କ ସମେତ ଦୁଇ ଜଣ ଅଧିକାରୀ କହିଛନ୍ତି ଯେ ହିଜବୁଲ୍ଲା ନେତା ହାସନ ନସରଲ୍ଲାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button